/odisha-reporter/media/post_attachments/uploads/2019/05/ok.jpg)
ok
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ଭାବ୍ୟ ବାତ୍ୟା ଫୋନି ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ହାୱଡା- ବିଜୟନଗରମ୍ ମଧ୍ୟରେ ଚଳାଚଳ କରୁଥିବା ୧୦୩ ଟ୍ରେନ ବାତିଲ କରି ଦିଆଯାଇଛି। ଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଥିବା ରେଳ ବିଭାଗ ପକ୍ଷରୁ କୁହାଯାଇଛି।
ଦୁଇଟି ଟ୍ରେନ୍ର ଗତିପଥ ବଦଳାଇ ଦିଆଯାଇଛି । ଗତିପଥ ବଦଳି ଥିବା ଦୁଇଟି ଟ୍ରେନ୍ ହେଉଛି ବେଙ୍ଗାଲୁରୁ କ୍ୟାଣ୍ଟ-ଗୁଆହାଟି ଏକ୍ସପ୍ରେସ ଏବଂ ବିଶାଖାପାଟଣାରୁ ଅମ୍ରିତସର ଯାଉଥିବା ହୀରାକୁଦ ଏକ୍ସପ୍ରେସ ।
ସେହିଭଳି ଭୁବନେଶ୍ୱରରୁ ପୁରୀ ପାଇଁ ଗତକାଲି ବିଳମ୍ବିତ ସଂଧ୍ୟାରେ ଟ୍ରେନ ଚଳାଚଳ କରିବ ନାହିଁ। ହାୱଡ଼ାରୁ ଚେନ୍ନାଇ ପାଇଁ କରମଣ୍ଡଳ ଏକ୍ସପ୍ରେସ୍କୁ ବାତିଲ କରାଯାଇଛି। ପୁରୀରୁ ହାୱଡ଼ାକୁ ଯିବାକୁ ଥିବା ଟ୍ରେନ୍ ଚଳାଚଳକୁ ବି ବାତିଲ କରାଯାଇଛି ।
୩ ତାରିଖ ଦିନ ପୁରୀ, ଭୁବନେଶ୍ୱରରୁ ଯାଉଥିବା ସମସ୍ତ ଟ୍ରେନ୍ ଓ ପୁରୀ ଭୁବନେଶ୍ୱରକୁ ଆସୁଥିବା ସମସ୍ତ ଟ୍ରେନ୍କୁ ବାତିଲ କରାଯାଇଛି। ରେଳ ବିଭାଗ ପକ୍ଷରୁ ସୂଚନା ପରେ ଯାତ୍ରୀମାନେ ସେମାନଙ୍କ ଯାତ୍ରା ନେଇ ଯୋଜନା କରିବାକୁ ପୂର୍ବତଟ ରେଲେୱେ ପକ୍ଷରୁ ପରାମର୍ଶ ଦିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
