Advertisment

ବିନା ଅନୁମତିରେ ରେଲୱେ ସାଇଡିଂ ଚଳାଇବା ପ୍ରସଙ୍ଗ: ପୂର୍ବତଟ ରେଳବାଇ ଉପରେ ୫୦ ଲକ୍ଷ ଟଙ୍କାର ଜୋରିମାନା

କଟକ: ଯାଜପୁର ଜିଲ୍ଲା ଜଖପୁରା ରେଲୱେ ଷ୍ଟେସନରେ ବିନା ଅନୁମତିରେ ରେଲୱେ ସାଇଡିଂ ଚଳାଇବା ଅଭିଯୋଗରେ ପୂର୍ବତଟ ରେଲବାଇକୁ ୫୦ଲକ୍ଷ ଟଙ୍କାର ଜୋରିମାନା କରିଛନ୍ତି ନ୍ୟାସ୍‌ନାଲ୍ ଗ୍ରୀନ୍ ଟ୍ରିବ୍ୟୁନାଲ୍। ଏହାଛଡ଼ା ଆବେଦନକାରୀଙ୍କୁ ୧ଲକ୍ଷ ଟଙ୍କାର ମକଦ୍ଦମା ଖର୍ଚ୍ଚ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଟ୍ରିବ୍ୟୁନାଲ୍। ଯାଜପୁର ଜିଲ୍ଲାପାଳଙ୍କ ନିକଟରେ ୫୦ଲକ୍ଷ ଟଙ୍କା ଜୋରିମାନା ରାଶି ଜମା କରିବାକୁ ଟ୍ରିବ୍ୟୁନାଲ୍ ନିର୍ଦ୍ଦେଶ ଦେଇଛନ୍ତି। ସେହି ୫୦ଲକ୍ଷ ଟଙ୍କାରୁ ୨୫ଲକ୍ଷ ଟଙ୍କା ବ୍ୟୟରେ ଜଖପୁରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ […]

ଅଦ୍ୟତନ ହୋଇଛି
ବିନା ଅନୁମତିରେ ରେଲୱେ ସାଇଡିଂ ଚଳାଇବା ପ୍ରସଙ୍ଗ: ପୂର୍ବତଟ ରେଳବାଇ ଉପରେ ୫୦ ଲକ୍ଷ ଟଙ୍କାର ଜୋରିମାନା

railway

Advertisment

railwayକଟକ: ଯାଜପୁର ଜିଲ୍ଲା ଜଖପୁରା ରେଲୱେ ଷ୍ଟେସନରେ ବିନା ଅନୁମତିରେ ରେଲୱେ ସାଇଡିଂ ଚଳାଇବା ଅଭିଯୋଗରେ ପୂର୍ବତଟ ରେଲବାଇକୁ ୫୦ଲକ୍ଷ ଟଙ୍କାର ଜୋରିମାନା କରିଛନ୍ତି ନ୍ୟାସ୍‌ନାଲ୍ ଗ୍ରୀନ୍ ଟ୍ରିବ୍ୟୁନାଲ୍। ଏହାଛଡ଼ା ଆବେଦନକାରୀଙ୍କୁ ୧ଲକ୍ଷ ଟଙ୍କାର ମକଦ୍ଦମା ଖର୍ଚ୍ଚ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଟ୍ରିବ୍ୟୁନାଲ୍। ଯାଜପୁର ଜିଲ୍ଲାପାଳଙ୍କ ନିକଟରେ ୫୦ଲକ୍ଷ ଟଙ୍କା ଜୋରିମାନା ରାଶି ଜମା କରିବାକୁ ଟ୍ରିବ୍ୟୁନାଲ୍ ନିର୍ଦ୍ଦେଶ ଦେଇଛନ୍ତି। ସେହି ୫୦ଲକ୍ଷ ଟଙ୍କାରୁ ୨୫ଲକ୍ଷ ଟଙ୍କା ବ୍ୟୟରେ ଜଖପୁରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ କରିବା ସହ ବାକି ଅର୍ଥରେ ସ୍ଥାନୀୟ ଅଞ୍ଚଳରେ ପରିମଳ, ପାନୀୟ ଜଳ ଯୋଗାଣ ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିବାକୁ ଯାଜପୁର ଜିଲ୍ଲାପାଳଙ୍କୁ ଟ୍ରିବ୍ୟୁନାଲ୍ ନିର୍ଦ୍ଦେଶ ଦେଇଛନ୍ତି। ଯାଜପୁରର ତତ୍କାଳୀନ ଜିଲ୍ଲାପାଳଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧକ୍ଷ ଏବଂ ସଦସ୍ୟ ସଚିବଙ୍କ ଭୂମିକାର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ଅଶ୍ୱିନୀ ଧଳଙ୍କ ଆବେଦନର ପୂର୍ଣାଙ୍ଗ ରାୟ ପ୍ରକାଶ କରି ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲର କୋଲକାତା ବେଞ୍ଚ୍ ଏହି ନିର୍ଦ୍ଦେଶ ଦେଇଛନ୍ତି।

Advertisment

ରାଜ୍ୟ ସରକାର ଓଡ଼ିଶାକୁ ପ୍ରଦୂଷଣ ନିୟନ୍ତ୍ରିତ ଅଞ୍ଚଳ ଭାବେ ଗତ ୨୦୦୨ ମସିହାରେ ଘୋଷଣା କରିଥିଲେ। ୨୦୦୮ ମସିହାରେ କୋଇଲା ଏବଂ ଖଣିଜ ପଦାର୍ଥର ପରିବହନ ଏବଂ ଲୋଡିଙ୍ଗ ଅନଲୋଡିଙ୍ଗ କରୁଥିବା ରେଲୱେ ସାଇଡିଂକୁ ସରକାର ରେଡ୍‌ କ୍ୟାଟାଗୋରିରେ ଅନ୍ତର୍ଭୁକ୍ତ କରିଥିଲେ। ଏହା ଅନୁଯାୟୀ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବିନା ଅନୁମତିରେ କୋଇଲା ବା ଖଣିଜ ପଦାର୍ଥର ପରିବହନ ଏବଂ ଲୋଡିଙ୍ଗ ଅନଲୋଡିଙ୍ଗ ହୋଇପାରିବନାହିଁ ବୋଲି ବିଜ୍ଞପ୍ତି ଜାରି କରାଯାଇଥିଲା। ଏସବୁ ସତ୍ତ୍ୱେ ପୂର୍ବତଟ ରେଳବାଇ କର୍ତ୍ତୃପକ୍ଷ ବେଆଇନ ଭାବେ ରେଲୱେ ସାଇଡିଂ ଚଳାଇବା ଅଭିଯୋଗ ହୋଇଥିଲା।  ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏଥିରେ ହସ୍ତକ୍ଷେପ କରି ଏହାକୁ ସାମୟିକ ଭାବେ ବନ୍ଦ କରିଥିଲେ। ତେବେ ଗତ ବର୍ଷ ଏପ୍ରିଲରେ ରେଲୱେ ସାଇଡିଂ ଚଳାଇବା ପାଇଁ ଅନୁମତି ଦେବାକୁ ଯାଜପୁରର ତତ୍କାଳୀନ ଜିଲ୍ଲାପାଳ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଅନୁରୋଧ କରି ଚିଠି ଲେଖିଥିଲେ। ଏହି ଅନୁରୋଧ ଆଧାରରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପୁଣି ରେଲୱେ ସାଇଡିଂ ଚଳାଇବା ପାଇଁ ଅନୁମତି ଦେଇଥିବା ଅଭିଯୋଗ ହୋଇଥିଲା। ରେଲୱେ ସାଇଡିଂ ବନ୍ଦ କରିବା, ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଉପଯୁକ୍ତ କ୍ଷତିପୂରଣ ଦେବାକୁ ନେଇ ଆବେଦନକାରୀ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲଙ୍କ ଦ୍ୱାରସ୍ଥ ହୋଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe