Advertisment

ତିର୍ତ୍ତୋଲ ଏବଂ ବାଲେଶ୍ୱର ସଦର ସମେତ ୬୪ଟି ଆସନ ଉପନିର୍ବାଚନ ନେଇ ଇସିଙ୍କ ଘୋଷଣା

ନୂଆଦିଲ୍ଲୀ: ବର୍ତ୍ତମାନ ଖାଲି ପଡ଼ିଥିବା ଗୋଟିଏ ଲୋକସଭା ଏବଂ ୬୪ଟି ବିଧାନସଭା ପାଇଁ ଉପନିର୍ବାଚନ ନଭେମ୍ବର ୨୯ ପୂର୍ବରୁ ସରିବ। ବିଭିନ୍ନ ରାଜ୍ୟର ଉପନିର୍ବାଚନ ବିହାର ନିର୍ବାଚନ ସହିତ ହିଁ ହେବ। ଭାରତୀୟ ନିର୍ବାଚନ କମିଶନ ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ନିର୍ବାଚନ ଅଧିକାରୀଙ୍କ ସହିତ ବୈଠକରେ ନିଷ୍ପତ୍ତି ନେଇଛନ୍ତି, ଓଡ଼ିଶାର ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ଉପନିର୍ବାଚନ ମଧ୍ୟ ବିହାର ନିର୍ବାଚନ ସହିତ ହେବ। ଏହି ନିର୍ବାଚନ ପାଇଁ ତାରିଖ ଖୁବଶୀଘ୍ର ପ୍ରକାଶ […]

ତିର୍ତ୍ତୋଲ ଏବଂ ବାଲେଶ୍ୱର ସଦର ସମେତ ୬୪ଟି ଆସନ ଉପନିର୍ବାଚନ ନେଇ ଇସିଙ୍କ ଘୋଷଣା

EC

Advertisment

ନୂଆଦିଲ୍ଲୀ: ବର୍ତ୍ତମାନ ଖାଲି ପଡ଼ିଥିବା ଗୋଟିଏ ଲୋକସଭା ଏବଂ ୬୪ଟି ବିଧାନସଭା ପାଇଁ ଉପନିର୍ବାଚନ ନଭେମ୍ବର ୨୯ ପୂର୍ବରୁ ସରିବ। ବିଭିନ୍ନ ରାଜ୍ୟର ଉପନିର୍ବାଚନ ବିହାର ନିର୍ବାଚନ ସହିତ ହିଁ ହେବ।

Advertisment

ଭାରତୀୟ ନିର୍ବାଚନ କମିଶନ ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ନିର୍ବାଚନ ଅଧିକାରୀଙ୍କ ସହିତ ବୈଠକରେ ନିଷ୍ପତ୍ତି ନେଇଛନ୍ତି, ଓଡ଼ିଶାର ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ଉପନିର୍ବାଚନ ମଧ୍ୟ ବିହାର ନିର୍ବାଚନ ସହିତ ହେବ। ଏହି ନିର୍ବାଚନ ପାଇଁ ତାରିଖ ଖୁବଶୀଘ୍ର ପ୍ରକାଶ କରାଯିବ।

ଘୋଷଣା ବାବଦରେ କୁହାଯାଇଛି, ‘ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି ଯେ, ସମସ୍ତ ୬୫ଟି ଉପନିର୍ବାଚନ ବିହାର ନିର୍ବାଚନ ସହିତ ଏକା ସମୟରେ ହିଁ ହେବ। ଠିକ ସମୟରେ ଉଭୟ ବିହାର ନିର୍ବାଚନ ଏବଂ ଏହି ସବୁ ଉପନିର୍ବାଚନ ପାଇଁ ସମୟ ନିର୍ଘଣ୍ଟ ଘୋଷଣା କରାଯିବ।’

Advertisment
Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe