Advertisment

ଓଡ଼ିଶାରେ ପହଞ୍ଚିଲେ ନିର୍ବାଚନ କମିଶନ ଟିମ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା ପାଇଁ ଜାତୀୟ ନିର୍ବାଚନ କମିଶନଙ୍କ ୬ଜଣିଆ ଟିମ୍ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ରାତି ପ୍ରାୟ ସାଢ଼େ ୯ଟାରେ ଜାତୀୟ ନିର୍ବାଚନ କମିଶନ ଅଶୋକ ଲାଭାସଙ୍କ ନେତୃତ୍ୱରେ ଉପନିର୍ବାଚନ କମିଶନର ଚନ୍ଦ୍ରଭୂଷଣ କୁମାର, ଡି.କେ. ଶର୍ମା( ଡିଜି, ବ୍ୟୟ), ଶ୍ରୀମତୀ ଶେଫାଳୀ ଶରନ(ଏଡିଜି,ପିଆଇବି), ନିଖିଳ କୁମାର(ନିର୍ଦ୍ଦେଶକ), ରାକେଶ କୁମାର(ସଚିବ) ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହି ଟିମ୍ ୧୪ ଓ ୧୫ତାରିଖ ଦୁଇଦିନ ଧରି ଓଡ଼ିଶାରେ ରହିବେ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଓ […]

author-image
Rakesh Mallick
ଓଡ଼ିଶାରେ ପହଞ୍ଚିଲେ ନିର୍ବାଚନ କମିଶନ ଟିମ୍

eci

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା ପାଇଁ ଜାତୀୟ ନିର୍ବାଚନ କମିଶନଙ୍କ ୬ଜଣିଆ ଟିମ୍ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ରାତି ପ୍ରାୟ ସାଢ଼େ ୯ଟାରେ ଜାତୀୟ ନିର୍ବାଚନ କମିଶନ ଅଶୋକ ଲାଭାସଙ୍କ ନେତୃତ୍ୱରେ ଉପନିର୍ବାଚନ କମିଶନର ଚନ୍ଦ୍ରଭୂଷଣ କୁମାର, ଡି.କେ. ଶର୍ମା( ଡିଜି, ବ୍ୟୟ), ଶ୍ରୀମତୀ ଶେଫାଳୀ ଶରନ(ଏଡିଜି,ପିଆଇବି), ନିଖିଳ କୁମାର(ନିର୍ଦ୍ଦେଶକ), ରାକେଶ କୁମାର(ସଚିବ) ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହି ଟିମ୍ ୧୪ ଓ ୧୫ତାରିଖ ଦୁଇଦିନ ଧରି ଓଡ଼ିଶାରେ ରହିବେ।

Advertisment

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଓ ତାଙ୍କ ଟିମ୍ ସହ ନିର୍ବାଚନ ପ୍ରସଙ୍ଗରେ ଆଲୋଚନା କରିବା ପରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସଙ୍ଗେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ। ଏହାପରେ ୧୫ତାରିଖରେ କମିଶନ ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାର ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି।

ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ  ଜାତୀୟ ନିର୍ବାଚନ କମିଶନ ଅଶୋକ ଲାଭାସ କହିଛନ୍ତି, “ନିର୍ବାଚନ ପ୍ରସ୍ତୁତିର ସ୍ତର ଓ ସ୍ଥିତାବସ୍ଥାର ସମୀକ୍ଷା କରାଯିବ।”

Advertisment