Advertisment

ପୁଣି ଜଙ୍ଗଲ ଭିତରେ ଅଟକିଲା ଟୟ ଟ୍ରେନ୍, ୨୨ ପର୍ଯ୍ୟଟକ ହଟହଟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ଅଧାରେ ଅଟକିଲା ନନ୍ଦନକାନନର ଟୟ ଟ୍ରେନ୍। ଚାଲୁଥିବା ବେଳେ ଅଧାବାଟରେ ଜଙ୍ଗଲ ଭିତରେ ଅଚଳ ହୋଇପଡ଼ିଥିଲା। ଯେଉଁକାରଣରୁ ସେଥିରେ ଥିବା ୨୨ ଜଣ ପର୍ଯ୍ୟଟକ ହଟହଟା ହୋଇଥିଲେ। ଯାହା ପରେ ସମସ୍ତ ପର୍ଯ୍ୟଟକଙ୍କୁ ବ୍ୟାଟେରୀ ଚାଳିକ ଗାଡ଼ିରେ ଉଦ୍ଧାର କରାଯାଇଛି। ପାଖାପାଖି ମାସେ ଧରି ବନ୍ଦ ରହିଥିବା ଟୟ ଟ୍ରେନ୍ ମଙ୍ଗଳବାର ଠାରୁ ପୁଣିଥରେ ଆରମ୍ଭ ହୋଇଥିଲା। ଏହି ଟୟ ଟ୍ରେନ୍ ଦୈନିକ ୬ଥର ଚାଲିବା ପାଇଁ କର୍ତ୍ତୃପକ୍ଷ ବ୍ୟବସ୍ଥା କରିଥିଲେ। […]

ପୁଣି ଜଙ୍ଗଲ ଭିତରେ ଅଟକିଲା ଟୟ ଟ୍ରେନ୍, ୨୨ ପର୍ଯ୍ୟଟକ ହଟହଟା

toy-train

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ଅଧାରେ ଅଟକିଲା ନନ୍ଦନକାନନର ଟୟ ଟ୍ରେନ୍। ଚାଲୁଥିବା ବେଳେ ଅଧାବାଟରେ ଜଙ୍ଗଲ ଭିତରେ ଅଚଳ ହୋଇପଡ଼ିଥିଲା। ଯେଉଁକାରଣରୁ ସେଥିରେ ଥିବା ୨୨ ଜଣ ପର୍ଯ୍ୟଟକ ହଟହଟା ହୋଇଥିଲେ। ଯାହା ପରେ ସମସ୍ତ ପର୍ଯ୍ୟଟକଙ୍କୁ ବ୍ୟାଟେରୀ ଚାଳିକ ଗାଡ଼ିରେ ଉଦ୍ଧାର କରାଯାଇଛି।

Advertisment

ପାଖାପାଖି ମାସେ ଧରି ବନ୍ଦ ରହିଥିବା ଟୟ ଟ୍ରେନ୍ ମଙ୍ଗଳବାର ଠାରୁ ପୁଣିଥରେ ଆରମ୍ଭ ହୋଇଥିଲା। ଏହି ଟୟ ଟ୍ରେନ୍ ଦୈନିକ ୬ଥର ଚାଲିବା ପାଇଁ କର୍ତ୍ତୃପକ୍ଷ ବ୍ୟବସ୍ଥା କରିଥିଲେ। କିନ୍ତୁ ଆଜି ଶେଷ ଟ୍ରିପ୍ ବେଳେ ଯାନ୍ତ୍ରିକ ତ୍ରୁଟି ପାଇଁ ଅଧାରେ ଅଟକି ଯାଇଥିଲା ଟୟ ଟ୍ରେନ୍।

ଏହା ପୂର୍ବରୁ ଗତ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଟୟ ଟ୍ରେନ୍‌ର ଶୁଭାରମ୍ଭ ହୋଇଥିଲା। ତେବେ ୧୫ ତାରିଖରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଟୟ ଟ୍ରେନ୍ ଗଡ଼ୁଥିବା ବେଳେ ଅଘଟଣ ଘଟିଥିଲା। ଇଞ୍ଜିନରେ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗି ଅଚଳ ହୋଇଗଲା ଟ୍ରେନ। ତେବେ ସୌଭାଗ୍ୟ ବଶତଃ ଟ୍ରେନ ଚାଳକ ବ୍ରେକ ମାରିବା ପରେ ଯାତ୍ରୀମାନେ ତୁରନ୍ତ ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ। ଯେଉଁ କାରଣରୁ ଏହି ବଡ଼ ଅଘଟଣରୁ ୬୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ।

Advertisment

ନନ୍ଦନକାନନ କର୍ତ୍ତୃପକ୍ଷ ମଧ୍ୟ ସର୍ଟ ସର୍କିଟ ଘଟଣାକୁ ସ୍ୱୀକାର କରିଥିଲେ। ଏହା ଏକ ଯାନ୍ତ୍ରିକ ତ୍ରୁଟି ବୋଲି ନନ୍ଦନକାନନ ଉପ ନିର୍ଦ୍ଦେଶକ କହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe