ସମ୍ବଲପୁର (ଓଡ଼ିଶା ରିପୋର୍ଟର): ଉଚ୍ଚଶିକ୍ଷା ବିଭାଗ ସଚିବଙ୍କ ନାଁରେ କଲେଜ ପ୍ରିନ୍ସପାଲଙ୍କୁ ନକଲି ଇମେଲ କରି ଗିରଫ ହେଲେ ଅଧ୍ୟାପକ। ଏପରି ସାଂଘାତିକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ପରମାଣପୁର ସ୍ଥିତ ଝସକେତନ ସାହୁ ଡିଗ୍ରୀ କଲେଜରେ।
ନିଯୁକ୍ତିରେ ଅନିୟମିତତା ଅଭିଯୋଗ କରି କଲେଜ ପ୍ରିନ୍ସପାଲଙ୍କୁ ଉଚ୍ଚଶିକ୍ଷା ବିଭାଗ ନାଁରେ ନକଲି ଇମେଲ କରିଥିଲେ କଲେଜର ଅର୍ଥନୀତି ବିଭାଗ ଅଧ୍ୟାପକ ପରେଶ କୁମାର ଭୋଇ। ଏନେଇ ପ୍ରିନ୍ସପାଲ ଗତ ୧୪ ତାରିଖରେ ସାଇବର ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା।
ଏହି ଘଟଣାରେ ଅଧ୍ୟାପକ ପରେଶ କୁମାର ଭୋଇଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ତାଙ୍କୁ ଗିରଫ କରିଛି ପୁଲିସ୍ । ଅଭିଯୁକ୍ତ ବ୍ୟବହାର କରୁଥିବା ୨ ଟି ମୋବାଇଲ ମଧ୍ୟ ଜବତ କରାଯାଇଛି। ଏହି ଘଟଣାରେ ପୁଲିସ୍ ଅଧିକ ତଦନ୍ତ ଜାରି ରଖିଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଅଙ୍ଗାରଖ ଗାଁରେ ସଶସ୍ତ୍ର ଡକାୟତି ଘଟଣାରେ ୭ ଗିରଫ
ଗୋଟିଏ ଦେଶୀ ବନ୍ଧୁକ ଓ ନଗଦ ୪୬ ହଜାର ଟଙ୍କା ସହିତ ସେମାନଙ୍କଠାରୁ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।
Miscellaneous
ଘଟଣା ସଂପର୍କରେ ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ
ସ୍କୁଲରେ ପ୍ରାର୍ଥନା ସରୁ ସରୁ ଶ୍ରେଣୀ ଗୃହକୁ ନ ଯାଇ ସମସ୍ତେ ସିଧା ଚାଲି ଯାଇଥିଲେ ବିଧାୟିକାଙ୍କ ଘରକୁ।
Miscellaneous
ପୂର୍ବତନ ‘ଭୁବନେଶ୍ୱର ମଧ୍ୟ’ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ
ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା।
Science & Environment
ପଶ୍ଚିମବଙ୍ଗରୁ ଫେରିବ ବାଘୁଣୀ ଜିନ୍ନତ; କରାଯିବ ଟ୍ରାଙ୍କୁଲାଇଜ୍
ବାଘୁଣୀକୁ ଫେରାଇ ଆଣିବା ଲାଗି ଟ୍ରାଙ୍କୁଲାଇଜ୍ କରିବାକୁ ଯୋଜନା ଚାଲିଥିବା ଆରସିସିଏଫ କହିଛନ୍ତି।
Accident
ଶୁଦ୍ଧିକ୍ରିୟା ସାରି ଘରକୁ ଫେରୁଥିଲେ ବାପପୁଅ; ମାଡ଼ିଗଲା ହାଇୱା
ବୀରମିତ୍ରପୁର ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।