Advertisment

ପ୍ରତାପ ସାମଲଙ୍କ ୧୧ କୋଟି ଟଙ୍କାର ସଂପତ୍ତି ଆଟାଚ୍‌ କଲା ଇଡି

ନଭେମ୍ବର ୧୦ ତାରିଖରେ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଉଭୟ ସାମଲ ସ୍ୱାମୀ -ସ୍ତ୍ରୀଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ତାଙ୍କର ୧୪ କୋଟି ୮୭ ଲକ୍ଷ ଟଙ୍କାର ଆୟ ବର୍ହିଭୂତ ସଂପତ୍ତି ଠାବ କରିଥିଲା।

Pratap

Pratap

Advertisment

ଓଡ଼ିଶା ପୁଲିସ ଗୃହ ନିର୍ମାଣ ନିଗମ ପୂର୍ବତନ ଡେପୁଟି ମ୍ୟାନେଜର ପ୍ରତାପ ସାମଲ ଙ୍କ ୧୧ କୋଟି ଟଙ୍କାର ସଂପତ୍ତି ଆଟାଚ୍‌ କଲା ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)। ୧୧ କୋଟି ୩୫ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ଆଟାଚ୍‌ କରିଛି ଇଡି। ପୂର୍ବରୁ ପ୍ରତାପଙ୍କ ଘରେ ଚଢ଼ଉ କରି ୧୪ କୋଟିର ସଂପତ୍ତି ପାଇଥିଲା ଭିଜିଲାନ୍ସ।

Advertisment

ନଭେମ୍ବର ୧୦ ତାରିଖରେ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଉଭୟ ସାମଲ ସ୍ୱାମୀ -ସ୍ତ୍ରୀଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ତାଙ୍କର ୧୪ କୋଟି ୮୭ ଲକ୍ଷ ଟଙ୍କାର ଆୟ ବର୍ହିଭୂତ ସଂପତ୍ତି ଠାବ କରିଥିଲା। ଯାହା ତାଙ୍କର ଆୟ ତୁଳନାରେ ୧୦୨୧ ପ୍ରତିଶତ ଅଧିକ ଥିଲା। ଯେଉଁଥିପାଇଁ ରାଜ୍ୟସରକାର ତାଙ୍କୁ ବାଧ୍ୟତା ମୂଳକ ଅବସର ଦେଇଥିଲେ। ତଦନ୍ତରେ ଜଣାପଡିଥିଲା, ତାଙ୍କ ପତ୍ନୀ ୨ଟି ଓଡ଼ିଆ ସିନେମାରେ ଅର୍ଥ ବିନିଯୋଗ କରିଥିଲେ। ଯେଉଁଥିରେ ଗୋଟିଏରେ ତାଙ୍କ ସ୍ୱାମୀ ପ୍ରତାପ ସାମଲ ଆସୋସିଏଚ୍‌ ପ୍ରଡ୍ୟୁସର ଥିଲେ। ସେତେବେଳେ ଭିଜିଲାନ୍ସ ଏହି ଆୟ ବର୍ହିଭୁତ ସଂପତ୍ତି ଠୁଳ ମାମଲାରେ ଦମ୍ପତିଙ୍କୁ ଗିରଫ କରିଥିଲା। ପରେ ଏହି ମାମଲାର ତଦନ୍ତ ଇଡି କରିଥିଲା।

ପ୍ରତାପ ସାମଲ ୧୯୮୭ ମସିହାରେ ଡିପ୍ଲୋମା (ସିଭିଲ) ପାଠ୍ୟକ୍ରମ ଶେଷ କରିଥିଲେ। ୧୯୮୮ ମସିହାରେ ଜୁନିଅର ଇଞ୍ଜି଼ନିଅର (ସିଭିଲ)  ଭାବେ ପୁଲିସ ହାଉସିଂ କର୍ପୋରେସନରେ ଚାକିରି ପାଇଥିଲେ। ୧୯୯୫ ପର୍ଯ୍ୟନ୍ତ ଏଷ୍ଟିମେଟର ଭାବେ କଟକ ଓ ଦେବଗଡ଼ରେ କାମ କରିଥିଲେ। ଏହାପରେ ୨୦୧୩ରେ ଡେପୁଟି ମ୍ୟାନେଜର ଭାବେ ପ୍ରମୋଶନ ପାଇଲେ। ଡେପୁଟି ମ୍ୟାନେଜର ଭାବେ ରାଉରକେଲା, ବଲାଙ୍ଗିର, କେନ୍ଦୁଝର ଓ କଟକରେ କାମ କରିଛନ୍ତି। ୨୦୧୯ ମସିହାରେ ତାଙ୍କର ଭୁବନେଶ୍ୱରକୁ ବଦଳି ହୋଇଥିଲା।

Advertisment
Odisha Vigilance ED Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe