ଜଗବନ୍ଧୁଙ୍କ ସହଯୋଗୀ ଖଗେଶ୍ୱରକୁ ଉଠାଇ ନେଲା ଇଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ବ୍ଲାକବେଲର ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଆଜି ସନ୍ଧ୍ୟା ବେଳେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ସହଯୋଗୀ ଖଗେଶ୍ୱରକୁ ଉଠାଇ ନେଇଛି ଇଡି। ଖଗେଶ୍ୱରଙ୍କ ଗାଁ ବାଲିପାଟଣାର ଗଙ୍ଗେଶ୍ୱରରୁ ଉଠାଇନେଇଛି ଇଡି। ଖଗେଶ୍ୱରକୁ ଉଠାଇନେଇ ପଚରାଉଚରା କରୁଥିବା ଜଣାପଡ଼ିଛି। ଅର୍ଚ୍ଚନା ନାଗ ମାମଲାରେ ଖୋଳତାଡ଼ ଆରମ୍ଭ କରିଛି ଇଡି। କଳାହାଣ୍ଡିର କେସିଙ୍ଗା ସ୍ଥିତ ପୈତୃକ ବାସଭବନ, ଭୁବନେଶ୍ୱର ସ୍ଥିତ ସତ୍ୟବିହାର କୋଠା, ଜଳେଶ୍ୱରରେ ଥିବା ଅର୍ଚ୍ଚନାଙ୍କ ଶାଶୁଘରେ ଏକକାଳୀନ […]

Khageswar Patra

  • Published: Thursday, 10 November 2022
  • , Updated: 10 November 2022, 09:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ବ୍ଲାକବେଲର ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଆଜି ସନ୍ଧ୍ୟା ବେଳେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ସହଯୋଗୀ ଖଗେଶ୍ୱରକୁ ଉଠାଇ ନେଇଛି ଇଡି। ଖଗେଶ୍ୱରଙ୍କ ଗାଁ ବାଲିପାଟଣାର ଗଙ୍ଗେଶ୍ୱରରୁ ଉଠାଇନେଇଛି ଇଡି। ଖଗେଶ୍ୱରକୁ ଉଠାଇନେଇ ପଚରାଉଚରା କରୁଥିବା ଜଣାପଡ଼ିଛି।

ଅର୍ଚ୍ଚନା ନାଗ ମାମଲାରେ ଖୋଳତାଡ଼ ଆରମ୍ଭ କରିଛି ଇଡି। କଳାହାଣ୍ଡିର କେସିଙ୍ଗା ସ୍ଥିତ ପୈତୃକ ବାସଭବନ, ଭୁବନେଶ୍ୱର ସ୍ଥିତ ସତ୍ୟବିହାର କୋଠା, ଜଳେଶ୍ୱରରେ ଥିବା ଅର୍ଚ୍ଚନାଙ୍କ ଶାଶୁଘରେ ଏକକାଳୀନ ଚଢ଼ଉ କରିଛି। କେବଳ ଏହି ୩ଟି ସ୍ଥାନ ନୁହେଁ, ବ୍ଲାକମେଲିଂ ଅଭିଯୋଗ ଆଣି ଅର୍ଚ୍ଚନା ବିରୋଧରେ ଖଣ୍ଡଗିରି ଥାନାରେ ଏତଲା ଦେଇଥିବା ପୀଡ଼ିତାଙ୍କ କଟକ ସ୍ଥିତ ବାଙ୍କି ଘରେ ମଧ୍ୟ ଇଡି ଚଢ଼ଉ କରିଛି। ତେବେ ଚଢ଼ଉ ବେଳେ କୌଣସି ସ୍ଥାନରେ ଅର୍ଚ୍ଚନା କିମ୍ବା ସ୍ୱାମୀ ଜଗବନ୍ଧୁଙ୍କ ନିକଟ ସଂପର୍କିୟଙ୍କ ପତ୍ତା ପାଇନଥିଲା ଇଡି।

ଜଗବନ୍ଧୁଙ୍କ ସହଯୋଗୀ ଖଗେଶ୍ୱରଙ୍କ ସେକେଣ୍ଡ ହ୍ୟାଣ୍ଡ୍ କାର୍ ବିଜନେସ୍‌ରେ କେତେ ଅର୍ଥ ବିନିଯୋଗ କରିଛନ୍ତି ନାଗ-ଚାନ୍ଦ ଦମ୍ପତି ? ଏ ସବୁର ଖୋଳତାଡ଼ କରି ଖଗେଶ୍ୱରଙ୍କ ଭିଙ୍ଗାରପୁର କୁରାଙ୍ଗ ଶାସନ ସ୍ଥିତ ଗଙ୍ଗେଶ୍ୱର ଘରେ, ଭୁବନେଶ୍ୱର ହଂସପାଳ ଓ ରସୁଲଗଡ଼ ସ୍ଥିତ ସେକେଣ୍ଡ ହ୍ୟାଣ୍ଡ ଗାଡ଼ି ସୋ ରୁମ୍‌ରେ ଇଡି ରେଡ୍ କରିଥିଲା। ରସୁଲଗଡ଼ରେ ୨୦୧୦ରୁ ୨୦୧୯ ଯାଏଁ ଖଗେଶ୍ୱର ପୁରୁଣା ଗାଡ଼ି ବ୍ୟବସାୟ କରୁଥିଲେ। ୨୦୧୯ ପରେ ଖଗେଶ୍ୱର ନିଜ ବ୍ୟବସାୟକୁ ହଂସପାଳ ଉଠାଇ ନେଇଥିଲେ।

ଇଡିର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି, ଆକାଉଣ୍ଟ ବଦଳରେ ଅର୍ଚ୍ଚନା ହାତାହାତି କ୍ୟାସ୍ କାରବାର କରିଥିଲେ। ତା’ସହ ଆର୍ଥିକ କାରବାର ସଂପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ମିଳିଛି। ଆଶଙ୍କା କରାଯାଉଛି, ବହୁ ପ୍ରଭାବଶାଳୀ ନେତା, ମନ୍ତ୍ରୀ ଓ ସରକାରୀ ବାବୁଙ୍କ ଲିଙ୍କ୍ ରହିଛି। ତେବେ କିଏ ସେହି ପ୍ରଭାବଶାଳୀ ବ୍ୟକ୍ତିମାନେ? ସେନେଇ କୌଣସି ସ୍ପଷ୍ଟ ହୋଇନଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ଶାସକ ବିଜେଡି ଆଡ଼କୁ ଇଙ୍ଗିତ କରିଛନ୍ତି।

Related story