Advertisment

ଅକ୍ଷୟ ପରିଜାଙ୍କୁ ୬ ଘଣ୍ଟା ଘାଣ୍ଟିଲା ଇଡି, କହିଲେ- ଆଇନ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ୬ ଘଣ୍ଟା ଖାଣ୍ଟିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ( ଇଡି)। ୬ ଘଣ୍ଟା ସମୟ ମଧ୍ୟରେ ଇଡି ବ୍ଲାକମେଲିଂ, ହନିଟ୍ରାପ୍ ଓ ଅର୍ଥ କାରବାର ମାମଲାରେ ତାଙ୍କୁ ଗୁଡ଼େଇ ତୁଡ଼େଇ ଅନେକ ପ୍ରଶ୍ନ କରିଥିଲା। ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର କଳାଧନ୍ଦା ଓ କଳାଟଙ୍କା  ମାମଲାରେ ତନାଘନା କରୁଥିବା ଇଡିର ସମନ ପାଇଥିବା ଅକ୍ଷୟ ପରିଜା ଗତକାଲି ଅପରାହ୍ନ ୨ଟା ବେଳେ ଇଡ଼ି ଅଫିସରେ ହାଜର ହୋଇଥିଲେ। ଇଡି […]

ଅଦ୍ୟତନ ହୋଇଛି
ଅକ୍ଷୟ ପରିଜାଙ୍କୁ ୬ ଘଣ୍ଟା ଘାଣ୍ଟିଲା ଇଡି, କହିଲେ- ଆଇନ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି

akhaya-parija

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ୬ ଘଣ୍ଟା ଖାଣ୍ଟିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ( ଇଡି)। ୬ ଘଣ୍ଟା ସମୟ ମଧ୍ୟରେ ଇଡି ବ୍ଲାକମେଲିଂ, ହନିଟ୍ରାପ୍ ଓ ଅର୍ଥ କାରବାର ମାମଲାରେ ତାଙ୍କୁ ଗୁଡ଼େଇ ତୁଡ଼େଇ ଅନେକ ପ୍ରଶ୍ନ କରିଥିଲା।

Advertisment

ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର କଳାଧନ୍ଦା ଓ କଳାଟଙ୍କା  ମାମଲାରେ ତନାଘନା କରୁଥିବା ଇଡିର ସମନ ପାଇଥିବା ଅକ୍ଷୟ ପରିଜା ଗତକାଲି ଅପରାହ୍ନ ୨ଟା ବେଳେ ଇଡ଼ି ଅଫିସରେ ହାଜର ହୋଇଥିଲେ। ଇଡି ଅଧିକାରୀମାନେ ତାଙ୍କୁ ସଂଧ୍ୟା ୬ଟାରୁ ଜେରା ଆରମ୍ଭ କରିଥିଲେ।

ଅକ୍ଷୟ ପରିଜା  ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କ ବିରୋଧରେ ୩ କୋଟି ଟଙ୍କା ପାଇଁ ବ୍ଲାକମେଲ୍ ଅଭିଯୋଗ ଆଣି ନୟାପଲ୍ଲୀ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏ ଦିଗରେ ତଥ୍ୟ ଆଦାୟ କରିବା ସହ ଆର୍ଥିକ କାରବାର ହୋଇଛି ନା ନାହିଁ ସେ ନେଇ ଇଡ଼ି ଅକ୍ଷୟଙ୍କୁ ପଚରାଉଚରା କରିଥିବା କୁହାଯାଉଛିା ଆଜି ମଧ୍ୟ ଇଡି ଅଫିସରେ ହାଜର ହେବେ ଅକ୍ଷୟ ପରିଜା। ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳିଙ୍କୁ ମୁହିଁମୁହିଁଜେରା କରାଯିବ ବୋଲି ସୂଚନା ମିଳିଛି।

Advertisment

ଇଡି ଅଫିସରୁ ବାହାରିବା ପରେ ଅକ୍ଷୟ ପରିଜା କହିଛନ୍ତି, ଓଡ଼ିଶାର ପୁଲିସ ଓ  ଆଇନ ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି। ଆଇନ ତା’ ବାଟରେ ଯାଉଛି।

ଅକ୍ଷୟ ପରିଜାଙ୍କ ଓକିଲ ଆକାଶ ଭୁଇଁ କହିଛନ୍ତି, ପୂର୍ବ ନିର୍ଦ୍ଧାରିତ ସମୟ ଭିତରେ ଆମେ ଇଡି ଅଫିସରେ ଅକ୍ଷୟ ପରିଜା ହାଜର ହୋଇଥିଲୁ । ଇଡି ଅଧିକାରୀଙ୍କ କାର୍ଯ୍ୟବ୍ୟସ୍ତତା ସ୍ୱତ୍ତେ ଆମକୁ ୨ରୁ ୩ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଲା। ଆମେ ୬ଟାପରେ ଇଡି ଅଧିକାରୀଙ୍କ ସହ ଆଲୋଚନା କଲୁ।

ପଇସାପତ୍ର  ଆମେ କିଛି ଦେଇ ନାହୁଁ। ମୁଁ ସେ ବିଷୟରେ କିଛି କହିବାକୁ ଚାହୁଁନି ବୋଲି ଅକ୍ଷୟଙ୍କ ଓକିଲ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe