Jitu Patnaik
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖଣି ମାଲିକ ତଥା କେନ୍ଦୁଝର ଜିଲ୍ଲା ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢ଼ାଉ କରିଛି। ମନି ଲଣ୍ଡ୍ରିଂ ମାମଲାରେ ଇଡି ତାଙ୍କ ଘରେ ରେଡ୍ କରିଛି।
ଭୁବନେଶ୍ୱରରେ ଜିତୁ ପଟ୍ଟନାୟକଙ୍କ ସୂର୍ଯ୍ୟନଗର ସ୍ଥିତ ବାସଭବନ ସହିତ ଅନ୍ୟ ଏକ ସ୍ଥାନରେ ଚଢ଼ାଉ କରାଯାଇଛି। ସେହିଭଳି କେନ୍ଦୁଝର ଜିଲ୍ଲା ଯୋଡ଼ାର ସାଇ ମନ୍ଦିର ପାଖରେ ଥିବା ତାଙ୍କ ବାସଭବନ ଓ ବନେଇକଳା ଛକରେ ଥିବା ଖଣି କାର୍ଯ୍ୟାଳୟରେ ଚଢ଼ାଉ କରିଛି ଇଡି।
ଏହାସହ ବିଭିନ୍ନ ବ୍ୟାଙ୍କରେ ଥିବା ଜିତୁ ପଟ୍ଟନାୟକଙ୍କ ଆକାଉଣ୍ଟକୁ ଯାଞ୍ଚ କରିଛି ଇଡି। ଚଢ଼ାଉ ବେଳେ ଜବତ କମ୍ପ୍ୟୁଟରର ହାର୍ଡ ଡିସ୍କରୁ ତଥ୍ୟ ସଂଗ୍ରହ କରିବାକୁ ଇଡି ପ୍ରୟାସ କରୁଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଜିତୁ ପଟ୍ଟନାୟକ ୨୦୦୯ରେ ବିଧାନସଭାକୁ ନିର୍ବାଚିତ ହୋଇ ଆସିଥିଲେ। ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ଏହି ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/05/Jitu1.jpg)