ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ଗିରଫ ଦମ୍ପତି ତଥା ଓପେପା ଅଧିକାରୀ ଓ ତହସିଲଦାରଙ୍କ ମାମଲାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଓପେପା ଅଧିକାରୀ ନଳିନୀ ପୃଷ୍ଟି ଓ ତହସିଲଦାର ବିଜୟ କେତନ ସାହୁଙ୍କ ନାଁରେ ୭ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରହିଛି।
ମନି ଲଣ୍ଡରିଂ ଆକ୍ଟ ବଳରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ମାମଲାର ତଦନ୍ତ କରିବ ବୋଲି ସୂଚନା ମିଳିଛି।
କିଛିମାସ ତଳେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉଭୟଙ୍କୁ ଭିଜିଲାନ୍ସ ସେଲ୍ ଗିରଫ କରିଥିଲା। ଭିଜିଲାନ୍ସ ଅଧିକାରୀମାନେ ନଳିନୀଙ୍କ ସମ୍ପତ୍ତିର ଖୋଳତାଡ଼ କରୁ କରୁ ତାଙ୍କ ସ୍ୱାମୀ ତଥା ସେତେବେଳର ତହସିଲଦାର ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିଲେ।
https://youtu.be/ZHohSzcnO9s