Advertisment

ଅର୍ଚ୍ଚନା ନାଗ ମାମଲାରେ ପଶିବ ଇଡ଼ି ! ପୁଲିସକୁ ମାଗିଲା ଏଫ୍‌ଆଇଆର କପି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରହସ୍ୟମୟୀ ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗ ଗିରଫ ମାମଲାରେ ବେଆଇନ ଆର୍ଥିକ କାରବାରର ତଦନ୍ତ କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ପୁଲିସକୁ ଏଫ୍ଆଇଆର୍ କପି ମଗାଯାଇଥିବାରୁ ଏଭଳି ଚର୍ଚ୍ଚା ଜୋର ଧରିଛି। ଇଡି ଏହି ମାମଲାରେ ହସ୍ତକ୍ଷେପ କଲେ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ଆକାଉଣ୍ଟକୁ ନେଇ ଖୋଳତାଡ଼ ହେବ ବୋଲି ସୂଚନା ମିଳିଛି। ଇଡି ତଦନ୍ତ ହେଲେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକାଉଣ୍ଟକୁ […]

ଅଦ୍ୟତନ ହୋଇଛି
ଅର୍ଚ୍ଚନା ନାଗ ମାମଲାରେ ପଶିବ ଇଡ଼ି ! ପୁଲିସକୁ ମାଗିଲା ଏଫ୍‌ଆଇଆର କପି

jagabandhu & archana

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରହସ୍ୟମୟୀ ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗ ଗିରଫ ମାମଲାରେ ବେଆଇନ ଆର୍ଥିକ କାରବାରର ତଦନ୍ତ କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ପୁଲିସକୁ ଏଫ୍ଆଇଆର୍ କପି ମଗାଯାଇଥିବାରୁ ଏଭଳି ଚର୍ଚ୍ଚା ଜୋର ଧରିଛି। ଇଡି ଏହି ମାମଲାରେ ହସ୍ତକ୍ଷେପ କଲେ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ଆକାଉଣ୍ଟକୁ ନେଇ ଖୋଳତାଡ଼ ହେବ ବୋଲି ସୂଚନା ମିଳିଛି।

Advertisment

ଇଡି ତଦନ୍ତ ହେଲେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକାଉଣ୍ଟକୁ କେଉଁ ନେତା, ମନ୍ତ୍ରୀ, ଫିଲ୍ମ ପ୍ରଯୋଜକ, ଅଫିସ୍‌ର ଓ ବଡବଡ଼ିଆ ଲୋକମାନେ ଟଙ୍କା ପଠାଇଛନ୍ତି, ତାହାର ଗୁମର ଖୋଲିବ। ଖୁବ୍ କମ୍ ଦିନ ଭିତରେ ଏହି ଦମ୍ପତ୍ତି କିପରି କୋଟି ପତି ହେଲେ ଓ ସେମାନଙ୍କୁ କେଉଁମାନେ କାହିଁକି ଟଙ୍କା ଦେଇଛନ୍ତି, ତାହା ଇଡି ତଦନ୍ତ କରିବା ପରେ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।

ବିରୋଧୀ ବିଜେପି ଓ କଂଗ୍ରେସ ଏହି ମାମଲାର ସ୍ୱତନ୍ତ୍ର ତଦନ୍ତ ଦାବି କରି ଆସୁଛନ୍ତି। ପୁଲିସର ଧୀମା ତଦନ୍ତ ଉପରେ ଅଙ୍ଗୁଳି ଉଠାଇଛନ୍ତି। ଅଭିଯୁକ୍ତଙ୍କ ସହ ସରକାରୀ ଦଳର ନେତା ଓ ମନ୍ତ୍ରୀଙ୍କ ସଂପର୍କ ଥିବା ଅଭିଯୋଗ ହୋଇଛି। ହେଲେ ସରକାର ଏହି ମାମଲାରେ ନିରବତା ଅବଲମ୍ବନ କରି ଚାଲିଛନ୍ତି। ଅର୍ଚ୍ଚନା ଓ ତାଙ୍କ ସ୍ୱାମୀଙ୍କ ସହ ବିଭିନ୍ନ ସ୍ଥାନରେ ନେତାମାନଙ୍କ ଫଟୋ ଭାଇରାଲ ଉପରେ ମଧ୍ୟ କେହି ମୁହଁ ଖୋଲୁନାହାନ୍ତି।

Advertisment

କେଉଁମାନଙ୍କୁ ବ୍ଲାକ୍ ମେଲ୍ କରି ଏହି ଦୁଇ ଜଣ ବିଶାଳ ସାମ୍ରଜ୍ୟ ପ୍ରତିଷ୍ଠା କରିଛନ୍ତି, ସେନେଇ ଏ ପର୍ଯ୍ୟନ୍ତ ପୁଲିସ କିଛି ବି ସ୍ପଷ୍ଟ କରୁ ନ ଥିବା ବେଳେ ଇଡିର ହସ୍ତକ୍ଷେପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ପୁଲିସ ସେମାନଙ୍କ ବୟାନ ରେକର୍ଡ କରିବା ବେଳେ କ’ଣ ସତ୍ୟାସତ୍ୟ ପାଇଛି ଓ ଆଗକୁ ଲାଇ ଡିଟେକ୍ସନ ଟେଷ୍ଟ ହେବ ନା ନାହିଁ ତାହା ମଧ୍ୟ ପୁଲିସ କହୁନି। ଲାଇ ଡିଟେକ୍ସନ ଟେଷ୍ଟ କରାଗଲେ ସେମାନଙ୍କ ବୟାନର ସତ୍ୟାସତ୍ୟ ଜଣାପଡ଼ନ୍ତା ବୋଲି ମତ ପ୍ରକାଶ ପାଇଛି। ତେବେ ଏଥିପାଇଁ ପୁଲିସକୁ କୋର୍ଟରୁ ଅନୁମତି ନେବାକୁ ହେବ। ମାତ୍ର ପୁଲିସ ଏ ପର୍ଯ୍ୟନ୍ତ ଏହି ଆବେଦନ କରିନାହିଁ। ତେଣୁ ଏହି ମାମଲା ଆଗକୁ କି ମୋଡ଼ ନେଉଛି ଦେଖିବାର କଥା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe