Advertisment

୪୭୨ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ୫ମ ପାସ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):୧୭ତମ ସାଧାରଣ ନିର୍ବାଚନ ସରିଗଲା। ଆଜି ଦିନକ ପରେ ଓଡ଼ିଶା ଆକାଶରୁ ରାଜନୀତି ତାତି କମିଯିବ। ଏବେ ପୂର୍ବାନୁମାନ କିଏ କେଉଁଠୁ ଜିତିବ। ଆସନ୍ତୁ ଜାଣିବା ଏବେ ୨୦୧୯ ନିର୍ବାଚନ ଲଢିଥିବା ପ୍ରାର୍ଥୀମାନଙ୍କ ବିଷୟରେ କିଛି। ଓଡ଼ି଼ଶା ଇଲେକ୍ସନ ୱାଚ୍‌ ଓ ଅସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ୍ ପକ୍ଷରୁ ୧୯-ନିର୍ବାଚନରେ ଲଢୁଥିବା ସମସ୍ତ ପ୍ରାର୍ଥୀଙ୍କ ବିଷୟରେ ଟିକିନିଖି ତଥ୍ୟ ସଂଗ୍ରହ କରାଯାଇଛି। ଏହି ତଥ୍ୟ ଅନୁଯାୟୀ, ଏଥର ନିର୍ବାଚନରେ ଓଡ଼ିଶାରେ ବିଭିନ୍ନ ଦଳ ଓ ସ୍ୱାଧୀନ […]

ଅଦ୍ୟତନ ହୋଇଛି
୪୭୨ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ୫ମ ପାସ୍

election-Jitu-5

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):୧୭ତମ ସାଧାରଣ ନିର୍ବାଚନ ସରିଗଲା। ଆଜି ଦିନକ ପରେ ଓଡ଼ିଶା ଆକାଶରୁ ରାଜନୀତି ତାତି କମିଯିବ। ଏବେ ପୂର୍ବାନୁମାନ କିଏ କେଉଁଠୁ ଜିତିବ। ଆସନ୍ତୁ ଜାଣିବା ଏବେ ୨୦୧୯ ନିର୍ବାଚନ ଲଢିଥିବା ପ୍ରାର୍ଥୀମାନଙ୍କ ବିଷୟରେ କିଛି। ଓଡ଼ି଼ଶା ଇଲେକ୍ସନ ୱାଚ୍‌ ଓ ଅସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ୍ ପକ୍ଷରୁ ୧୯-ନିର୍ବାଚନରେ ଲଢୁଥିବା ସମସ୍ତ ପ୍ରାର୍ଥୀଙ୍କ ବିଷୟରେ ଟିକିନିଖି ତଥ୍ୟ ସଂଗ୍ରହ କରାଯାଇଛି।

Advertisment

ଏହି ତଥ୍ୟ ଅନୁଯାୟୀ, ଏଥର ନିର୍ବାଚନରେ ଓଡ଼ିଶାରେ ବିଭିନ୍ନ ଦଳ ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢୁଛନ୍ତି ୧୧୩୭ ଜଣ। ସେମାନଙ୍କ ମଧ୍ୟରୁ ୧୧୨୧ ନାମାଙ୍କନପତ୍ରରେ ସମ୍ପୂର୍ଣ୍ଣ ବିବରଣୀ ଦେଇଛନ୍ତି। ୧୬ ଜଣ ପ୍ରାର୍ଥୀ ସେମାନଙ୍କର ସମ୍ପୂର୍ଣ୍ଣ ବିବରଣୀ ଦେଇ ନାହାନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ବିଜେପିର ୨ଜଣ, ବିଜେଡିର ଜଣେ ପ୍ରାର୍ଥୀ।

ଜଣାଯାଇଛି, ୪୭୨ ଜଣ ଅର୍ଥାତ ୪୨ ପ୍ରତିଶତ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ୫ମରୁ ଦ୍ୱାଦଶ।। ୫୯୮ ଜଣ ଅର୍ଥାତ ୫୩ ପ୍ରତିଶତ ପ୍ରାର୍ଥୀ ଗ୍ରାଜୁଏଟ କିମ୍ବା ତାଠାରୁ ଅଧିକ ବୋଲି ନାମାଙ୍କନ ପତ୍ରରେ ଉଲ୍ଲେଖ କରିଛନ୍ତି। ୮ ଜଣ ପ୍ରାର୍ଥୀ ସମ୍ପୂର୍ଣ୍ଣ ନିରକ୍ଷର ବୋଲି ଦର୍ଶାଇଛନ୍ତି।

Advertisment

ସ୍ୱାଧୀନ ଭାବେ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୪ ଜଣ କେବଳ ସ୍ୱାକ୍ଷର, ୧୦ ଜଣ ୫ମ ପାସ୍‌ ଓ ୧୯ ଜଣ ଅଷ୍ଟମ ପାସ୍‌ କରିଛନ୍ତି। ୪୯ଜଣ ଦଶମ ପାସ କରିଥିବାବେଳେ ୪୮ ଜଣ ଦ୍ୱାଦଶ ପାସ କରିଛନ୍ତି।

ସେହିପରି ବିଜେପିର ଜଣେ ପ୍ରାର୍ଥୀ ସ୍ୱାକ୍ଷର ଥିବାବେଳେ ୨ ଜଣ ୫ମ ପାସ୍‌ କରିଥିବା ଏବଂ ୩ ଜଣ ଅଷ୍ଟମ ପାସ କରିଥିବା ପ୍ରାର୍ଥୀ ଅଛନ୍ତି। ୧୬ ଜଣ ଦଶମ ଓ ୧୯ ଜଣ ଦ୍ୱାଦଶ ପାସ୍ ପ୍ରାର୍ଥୀ ନିର୍ବାଚନ ଲଢିଛନ୍ତି। ଦଳୀୟ ଟିକଟରେ ୩୫ ଜଣ ଗ୍ରାଜୁଏଟ ପ୍ରାର୍ଥୀ ନିର୍ବାଚନ ଲଢିଛନ୍ତି।

ସ୍ୱାଧୀନ ଭାବେ ୪୬ ଜଣ ସ୍ନାତକୋତ୍ତର ପ୍ରାର୍ଥୀ ଏଥର ନିର୍ବାଚନ ଲଢୁଥିବାବେଳେ ବିଜେପିରୁ ୪୩ ଜଣ, ବିଜେଡିରୁ ୩୬ଜଣ , କଂଗ୍ରେସରରୁ ୩୦ ଜଣ, ବିଏସ୍‌ପିରୁ ୫ ଜଣ ପ୍ରାର୍ଥୀ ଲଢିଛନ୍ତି।

ଏଥର ନିର୍ବାଚନରେ ୨୫ରୁ ୩୦ ବର୍ଷ ମଧ୍ୟରେ ୭୮ ଜଣ ପ୍ରାର୍ଥୀ ଏଥର ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିବାବେଳେ ୩୧ରୁ ୪୦ ବର୍ଷ ମଧ୍ୟରେ ୨୬୭ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ୩୬୫ ପ୍ରାର୍ଥୀଙ୍କ ବୟସ ୪୧-୫୦ ବର୍ଷ ମଧ୍ୟରେ। ୨୬୭ ପ୍ରାର୍ଥୀଙ୍କ ବୟସ ୫୧-୬୦ ବର୍ଷ ମଧ୍ୟରେ। ୬୧ରୁ ୭୦ ବୟସ ମଧ୍ୟରେ ଅଛନ୍ତି ୧୨୪ ଜଣ ପ୍ରାର୍ଥୀ ଏବଂ ୭୦ରୁ ୮୦ ବର୍ଷ ମଧ୍ୟରେ ଅଛନ୍ତି ୧୮ ଜଣ ପ୍ରାର୍ଥୀ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe