ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ଏବଂ ଲକ୍ଡାଉନ୍ ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜ୍ୟର ରକ୍ତଭଣ୍ଡାରଗୁଡ଼ିକରେ ସମ୍ଭାବ୍ୟ ରକ୍ତ ସଙ୍କଟ ଦେଖାଦେବା ଆଶଙ୍କା ସୃଷ୍ଟି ହୋଇଛି। ଏପରି ସମୟରେ ରକ୍ତ ଆବଶ୍ୟକ କରୁଥିବା ରୋଗୀ ଯେପରି ହଇରାଣ ନ ହୁଅନ୍ତି ସେଥିପାଇଁ କମିସନରେଟ ପୁଲିସ ଓ ଓଟିଭି ପକ୍ଷରୁ ଏକ ଶିବିର ଆୟୋଜିତ ହୋଇଯାଇଛି।
ଗତକାଲି ଗୋଟିଏ ଦିନରେ ଓଡ଼ିଶା ଟେଲିଭିଜନ୍ ନେଟୱାର୍କ ୪୧ ୟୁନିଟ୍ ରକ୍ତଦାନ କରିଛି। ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଆୟୋଜିତ ରକ୍ତଦାନ ଶିବିରରେ ଓଟିଭିର ୪୧ ଜଣ କର୍ମଚାରୀ ରକ୍ତଦାନ କରିଥିଲେ।
ଲକ୍ଡାଉନ୍ ସମୟରେ ରକ୍ତ ଆବଶ୍ୟକ କରୁଥିବା ରୋଗୀ ଯେପରି ଅସୁବିଧାରେ ନପଡ଼ନ୍ତି, ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୁଲିସ ଭିନ୍ନ ଭିନ୍ନ ସଂସ୍ଥା ସହ ମିଶି ଗତ ୧ ତାରିଖରୁ ଏହି ଉଦ୍ୟମ କରିଆସୁଛି।
ଭାରତୀୟ ରେଡକ୍ରସ ସୋସାଇଟି ଏହି ରକ୍ତଦାନ ଶିବିର ପରିଚାଳନା କରିଥିଲା। ଏଥିରେ ସଂଗୃହୀତ ରକ୍ତ ବିଶେଷ କରି ଥାଲାସେମିଆ ଓ ଅନ୍ୟ ରୋଗୀଙ୍କ ଆବଶ୍ୟକତା ମେଣ୍ଟାଇବାରେ ସହାୟକ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
କ୍ୟାନ୍ସର ପାଇଁ ଆସିଲା ଟିକା, ନୂଆବର୍ଷରୁ ମାଗଣା ମିଳିବ
ନୂଆବର୍ଷରୁ ଏହା ସମସ୍ତ ନାଗରିକଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ। ତେବେ ଏହି ଟିକାର ନା' କ'ଣ ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
ଅଟୋ ପାର୍ଟସ ଦୋକାନ ଭିତରେ ଚାଲିଥିଲା ନକଲି ଚା’ କାରଖାନା; ଚଢାଉ କଲା ପୁଲିସ୍
ନାମିଦାମୀ କମ୍ପାନୀର ଲୋଗୋ ଲଗାଇ ବିକ୍ରି ହେଉଥିଲା ନକଲି ଚା'।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...