ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଗାଡ଼ିକୁ ଅଣ୍ଡାମାଡ଼

ନୂଆପଡ଼ା(ମାୟାଧର ସରାଫ): ପୁଣି ଜଣେ ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ା ହୋଇଛି। ନୂଆପଡ଼ା ତରବୋଡ଼ଠାରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଗାଡ଼ିକୁ ଅଣ୍ଡାମାଡ଼ ହୋଇଛି। ଅଣ୍ଡାମାଡ଼ ସହ କଳା ପତାକା ପ୍ରଦର୍ଶନ ମଧ୍ୟ ହୋଇଛି। ମନ୍ତ୍ରୀ ପଦ୍ମନାଭ BSKY କାର୍ଡ ବାଣ୍ଟିବାକୁ ଗଲା ବେଳେ ପ୍ରତିବାଦ କରିଛନ୍ତି ବିଜେପି କର୍ମୀ। ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ପ୍ରତିବାଦ କରିଛି ବିଜେପି। ଗତକାଲି ରାଜ୍ୟର ଦୁଇ ଜଣ ମନ୍ତ୍ରୀଙ୍କ […]

Eggs hurled

Eggs hurled

Manoranjan Sial
  • Published: Tuesday, 09 November 2021
  • Updated: 09 November 2021, 04:50 PM IST

Sports

Latest News

ନୂଆପଡ଼ା(ମାୟାଧର ସରାଫ): ପୁଣି ଜଣେ ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ା ହୋଇଛି। ନୂଆପଡ଼ା ତରବୋଡ଼ଠାରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଗାଡ଼ିକୁ ଅଣ୍ଡାମାଡ଼ ହୋଇଛି। ଅଣ୍ଡାମାଡ଼ ସହ କଳା ପତାକା ପ୍ରଦର୍ଶନ ମଧ୍ୟ ହୋଇଛି। ମନ୍ତ୍ରୀ ପଦ୍ମନାଭ BSKY କାର୍ଡ ବାଣ୍ଟିବାକୁ ଗଲା ବେଳେ ପ୍ରତିବାଦ କରିଛନ୍ତି ବିଜେପି କର୍ମୀ। ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ପ୍ରତିବାଦ କରିଛି ବିଜେପି।

ଗତକାଲି ରାଜ୍ୟର ଦୁଇ ଜଣ ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଥିଲା। ପ୍ରଥମେ ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଥିଲା। ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବା ବେଳେ ନର୍ଲାଠାରେ ବିଜେପି ଓ କଂଗ୍ରେସ କର୍ମୀମାନେ ଅଣ୍ଡା ମାଡ଼ କରିଥିଲା। ମାତ୍ର ଅଣ୍ଡା ଗୁଡ଼ିକ ମନ୍ତ୍ରୀଙ୍କ କାର୍‌ରେ ବାଜିଥିଲା। ପରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଥିଲା। ବିଜେପି କର୍ମୀମାନେ ଅଣ୍ଡା ମାଡ଼ କରିଥିଲେ। କଲମପୁରରେ କାର୍ଯ୍ୟକ୍ରମ ସାରି ପଣ୍ଡିଗାଁ ଅଭିମୁଖେ ମନ୍ତ୍ରୀ ଯାଉଥିବା ବେଳେ ବିଜେପି କର୍ମୀମାନେ ଅଣ୍ଡା ମାଡ଼ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos