Advertisment

ମୋତେ ବୋଉ ବୋଲି କିଏ ଡାକିବ...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୟଙ୍କର ଦୁର୍ଘଟଣା। ଛିନ୍‌ଛତ୍ର ହୋଇଯାଇଛି ଯାତ୍ରୀବାହୀ ବସ୍। ଏମୁଣ୍ଡରୁ ସେ ମୁଣ୍ଡ ଯାଏଁ, କିଛି ବି ବାକି ନାହିଁ। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚିହ୍ନବର୍ଣ୍ଣ ହଜିଯାଇଛି ଗଞ୍ଜାମରୁ ଦାଦନ ଶ୍ରମିକଙ୍କୁ ଧରି ଗୁଜରାଟ ଯାଉଥିବା ଏହି ବସ୍‌। ଅକଳାରରେ ଚାଲି ଯାଇଛି ୮ଟି ଜୀବନ। ମୃତ୍ୟୁ ସହ ଲଢ଼େଇ କରୁଛନ୍ତି ଏକାଧିକ ଲୋକ। ଏପଟେ ଖବର ପହଞ୍ଚିବା ପରେ ଶୋକାକୂଳ ଗାଁ ଦାଣ୍ଡ। କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଘର। ଲୁହରେ ବତୁରିଯାଉଛି ମା’ର […]

author-image
Manoranjan Sial
ଅଦ୍ୟତନ ହୋଇଛି
ମୋତେ ବୋଉ ବୋଲି କିଏ ଡାକିବ...

maa-loo

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୟଙ୍କର ଦୁର୍ଘଟଣା। ଛିନ୍‌ଛତ୍ର ହୋଇଯାଇଛି ଯାତ୍ରୀବାହୀ ବସ୍। ଏମୁଣ୍ଡରୁ ସେ ମୁଣ୍ଡ ଯାଏଁ, କିଛି ବି ବାକି ନାହିଁ। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚିହ୍ନବର୍ଣ୍ଣ ହଜିଯାଇଛି ଗଞ୍ଜାମରୁ ଦାଦନ ଶ୍ରମିକଙ୍କୁ ଧରି ଗୁଜରାଟ ଯାଉଥିବା ଏହି ବସ୍‌। ଅକଳାରରେ ଚାଲି ଯାଇଛି ୮ଟି ଜୀବନ। ମୃତ୍ୟୁ ସହ ଲଢ଼େଇ କରୁଛନ୍ତି ଏକାଧିକ ଲୋକ। ଏପଟେ ଖବର ପହଞ୍ଚିବା ପରେ ଶୋକାକୂଳ ଗାଁ ଦାଣ୍ଡ। କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଘର। ଲୁହରେ ବତୁରିଯାଉଛି ମା’ର ମନ। ପରିଣତ ବୟସରେ ରୋଜଗାରିଆ ଭେଣ୍ଡିଆ ପୁଅକୁ ହରାଇଥିବା ମା’ ଏବେ କାନ୍ଦୁଛି ବାହୁନି ବାହୁନି।

Advertisment

ଶ୍ରମିକଙ୍କୁ ନେବା ପାଇଁ ଗୁଜରାଟରୁ ଆସିଥିବା ଏହି ବସ୍‌ ଶୁକ୍ରବାର ସୁରତ ଅଭିମୁଖେ ଯାଉଥିଲେ ଗଞ୍ଜାମର ୬୦ରୁ ୬୫ ଶ୍ରମିକ। ବସ୍‌ଟି ଛତିଶଗଡ଼ର ରାୟପୁର ଦେଇ ଫେରୁଥିଲା। ଭୋର ପ୍ରାୟ ୩ଟାରେ ରାୟପୁର ନିକଟ ଚେରିଖେଡ଼ିରେ ଘଟିଲା ଭୟଙ୍କର ଦୁର୍ଘଟଣା। କୁହାଯାଉଛି, ଏକ ଟ୍ରକ୍‌କୁ ଓଭରଟେକ ବେଳେ ଘଟିଥିଲା ଏହି ଛାତିଥରା ଦୁର୍ଘଟଣା। ମୃତାହତମାନେ ଆସିକା, ହିଞ୍ଜିଳି, ବେଲଗୁଣ୍ଠା ଓ ଛତ୍ରପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ପଦ୍ମପୁର ଏସ୍‌ଡିପିଓଙ୍କ ନେତୃତ୍ୱରେ ଏକ ଟିମ୍ ରାୟପୁର ପହଞ୍ଚି ରେସ୍‌କ୍ୟୁ ଅପରେସନରେ ସାମିଲ ହେବା ସହ ୫୯ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଥିବା ଡିଜିପି ଟ୍ୱିଟ୍‌ କରିଛନ୍ତି।

publive-imageଲକଡାଉନ ସମୟରେ ଓଡ଼ିଆ ଶ୍ରମିକମାନେ ଘରକୁ ଫେରୁଥିବା ବେଳେ ବି ଘଟିଥିଲା ଏକାଧିକ ଦୁର୍ଘଟଣା। କନ୍ଧମାଳର କଳିଙ୍ଗା ଘାଟି ହେଉ କି ନାଗପୁର-ଅମରାବତି ରାଜପଥ ଉପରେ ହେଉ ଏକାଧିକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ବହୁ ଶ୍ରମିକ। ଆଉ ଏବେ କାମଧନ୍ଧା ଅଭାବରୁ ଭିଟାମାଟି ଛାଡ଼ି ବିଭିନ୍ନ ରାଜ୍ୟକୁ ବାହାରିବାରେ ଲାଗିଲେଣି ଶ୍ରମିକ। ଅଥତ ସେମାନେ କେମିତି ସୁରକ୍ଷିତ ଯାତ୍ରା କରିବେ? କେଉଁ ରାଜ୍ୟକୁ କେତେ ଶ୍ରମିକ ଯାଉଛନ୍ତି ? ତାର ହିସାବ ନା ରଖୁଛନ୍ତି ରାଜ୍ୟ ସରକାର ନା ଏହି ପ୍ରବାସ ଶ୍ରମିକଙ୍କ ପଞ୍ଜୀକରଣ କରାଯାଉଛି। ତେବେ ଏହି ଦୁର୍ଘଟଣା ପରେ ଏବେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏଣିକି କାଉନ୍‌ସେଲିଂ କରି ଲୋକଙ୍କୁ ଛଡ଼ାବା ସହ ସେମାନଙ୍କ ନିରାପତ୍ତା ପ୍ରତି ଗୁରୁତ୍ୱ ଦିଆଯିବ ବୋଲି କହିଛି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ।

Advertisment

ସେପଟେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଆହତଙ୍କୁ ସବୁ ସହାୟତା ଯୋଗାଇଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପ୍ରମୁଖ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ଆତ୍ମାର ସଦଗତି କାମନା କରିଛନ୍ତି।

Kalinga Ghati