Advertisment

‘ଆକ୍ରାନ୍ତ ୩୭ଙ୍କ ମଧ୍ୟରୁ ୩୫ ଜଣଙ୍କ ପାଖରେ ରୋଗର ଲକ୍ଷଣ ନାହିଁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଚିହ୍ନଟ ୫୦ ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ପ୍ରତିଶତଙ୍କ ପାଖରେ ‘କରୋନା’ର କୌଣସି ଲକ୍ଷଣ ନଥିଲା। ତେବେ ଟେଷ୍ଟ ପରେ ପଜିଟିଭ ରିପୋର୍ଟ ଆସିଥିଲା। ଏନେଇ ସୂଚନା ଦେଇଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ। ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ୩୫ ଜଣଙ୍କ ପାଖରେ କୌଣସି ଲକ୍ଷଣ ନାହିଁ। ସେମାନଙ୍କୁ ଚିକିତ୍ସା ଦରକାର ନାହିଁ ବୋଲି ପଣ୍ଡିତ କହିଛନ୍ତି। ସେ କହିଛନ୍ତି-“ବିନା ଲକ୍ଷଣରେ ମଧ୍ୟ କାହା ଦେହରେ ‘କରୋନା’ ଥାଇପାରେ। ସେଥିପାଇଁ ବିଭିନ୍ନ […]

ଅଦ୍ୟତନ ହୋଇଛି
ଅନୁଶାସନ ଓ ଶୃଙ୍ଖଳା ପାଇଁ ଓଡ଼ିଶାରେ କରୋନା ସଂକ୍ରମଣ କମ୍

salini-pandit

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଚିହ୍ନଟ ୫୦ ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ପ୍ରତିଶତଙ୍କ ପାଖରେ ‘କରୋନା’ର କୌଣସି ଲକ୍ଷଣ ନଥିଲା। ତେବେ ଟେଷ୍ଟ ପରେ ପଜିଟିଭ ରିପୋର୍ଟ ଆସିଥିଲା। ଏନେଇ ସୂଚନା ଦେଇଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ। ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ୩୫ ଜଣଙ୍କ ପାଖରେ କୌଣସି ଲକ୍ଷଣ ନାହିଁ। ସେମାନଙ୍କୁ ଚିକିତ୍ସା ଦରକାର ନାହିଁ ବୋଲି ପଣ୍ଡିତ କହିଛନ୍ତି।

Advertisment

ସେ କହିଛନ୍ତି-“ବିନା ଲକ୍ଷଣରେ ମଧ୍ୟ କାହା ଦେହରେ ‘କରୋନା’ ଥାଇପାରେ। ସେଥିପାଇଁ ବିଭିନ୍ନ ପଞ୍ଚାୟତରେ ଶିବିର କରାଯାଇ ନମୁନା ନିଆଯାଉଛି। ବ୍ୟାପକ ଭାବେ ନମୁନା ନିଆଯାଇ ‘କରୋନା’ ଟେଷ୍ଟ କରାଯାଉଛି। ଏବେ ଦୈନିକ ୩ରୁ ୪ଶହ ଟେଷ୍ଟ କରାଯାଉଛି। ୧୦ ଦିନରେ ୩ ଗୁଣ ବଢ଼ିବ। ଯେତେ ଅଧିକ ଟେଷ୍ଟ ହେବ, ସେତେ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇପାରିବେ। ଆକ୍ରାନ୍ତ ତୁରନ୍ତ ଚିହ୍ନଟ ହେଲେ, ‘କରୋନା’କୁ କାବୁ କରିପାରିବୁ।”

‘କରୋନା’ ଆକ୍ରାନ୍ତଙ୍କ ସଂପର୍କରେ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି-“ପୂର୍ବରୁ ୨ ଜଣ ସୁସ୍ଥ ହୋଇ ଡିସ୍‌ଚାର୍ଜ ହୋଇଥିଲେ। ଏବେ ଆଉ ୧୦ ଡିସ୍‌ଚାର୍ଜ ହୋଇଛନ୍ତି। ବାକି ରହିଯାଇଥିବା ୩୭ଟି କେସ୍‌ରେ ୩୫ରେ କୌଣସି ଲକ୍ଷଣ ନାହିଁ। କେବଳ ୨ ଜଣଙ୍କୁ ଛାଡ଼ି ଅନ୍ୟ ୩୫ ଜଣଙ୍କୁ ହସ୍ପିଟାଲ କେୟାର ଦରକାର ନାହିଁ। କାଶ, ଥଣ୍ଡା, ଜ୍ୱର ଆଦି କୌଣସି ଲକ୍ଷଣ ୩୫ ଜଣଙ୍କଠାରେ ଆଉନାହିଁ। କିଛି ଲକ୍ଷଣ ନଥିଲେ ମଧ୍ୟ ପଜିଟିଭ ମିଳିଥିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନେ ସମସ୍ତେ କିଛି ଦିନ ମଧ୍ୟରେ ଡିସ୍‌ଚାର୍ଜ ହେବା ଆଶା କରାଯାଉଛି।”

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe