Advertisment

ସାମାନ୍ୟ କଥା କଟାକଟିରୁ ସାନଭାଇ ବେକ କାଟିଦେଲା ବଡ଼ ଭାଇ

ବଳାଙ୍ଗିର(ଘଟେଶ୍ୱର ମିଶ୍ର): ପୁଣି ଭାଇ ହେଲା ଭଗାରୀ । ସାମାନ୍ୟ କଥା କଟାକଟିରୁ ରକ୍ତମୁଖା ସାଜିଲା ବଡ଼ଭାଇ । ପନିକିରେ ସାନ ଭାଇର ତଣ୍ଟି କାଟିଦେଲା। ସାନ ଭାଇ ଏବେ ମୃତ୍ୟୁ ସହ ସଂଘର୍ଷ କରୁଥିବା ବେଳେ ଫେରାର ହୋଇଯାଇଛି ବଡ଼ ଭାଇ । ଏପରି  ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଆକ୍ରମଣରେ ଗୁରୁତର ହୋଇଥିବା ଯୁବକହେଲେ ବୁଢିବାହାଲ ଗାଁର ବେଣୁଧର ପୁଟାଙ୍କ ସାନ ପୁଅ  ସନ୍ତୋଷ ପୁଟା ଓ ଅଭିଯୁକ୍ତ ହେଲେ ତାଙ୍କ […]

ଅଦ୍ୟତନ ହୋଇଛି
ସାମାନ୍ୟ କଥା କଟାକଟିରୁ ସାନଭାଇ ବେକ କାଟିଦେଲା ବଡ଼ ଭାଇ

paniki

Advertisment

ବଳାଙ୍ଗିର(ଘଟେଶ୍ୱର ମିଶ୍ର): ପୁଣି ଭାଇ ହେଲା ଭଗାରୀ । ସାମାନ୍ୟ କଥା କଟାକଟିରୁ ରକ୍ତମୁଖା ସାଜିଲା ବଡ଼ଭାଇ । ପନିକିରେ ସାନ ଭାଇର ତଣ୍ଟି କାଟିଦେଲା। ସାନ ଭାଇ ଏବେ ମୃତ୍ୟୁ ସହ ସଂଘର୍ଷ କରୁଥିବା ବେଳେ ଫେରାର ହୋଇଯାଇଛି ବଡ଼ ଭାଇ । ଏପରି  ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଆକ୍ରମଣରେ ଗୁରୁତର ହୋଇଥିବା ଯୁବକହେଲେ ବୁଢିବାହାଲ ଗାଁର ବେଣୁଧର ପୁଟାଙ୍କ ସାନ ପୁଅ  ସନ୍ତୋଷ ପୁଟା ଓ ଅଭିଯୁକ୍ତ ହେଲେ ତାଙ୍କ ବଡ଼ ମଝିଆ ପୁଅ ଧନୁଜ ପୁଟା ।

Advertisment

ଗତକାଲି ରାତିରେ ଧନୁଜ ପୁଟା ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ। ଏହାପରେ ସେ  ସାନ ଭାଇ ସନ୍ତୋଷ ପୁଟାକୁ ଅସଭ୍ୟ ଭାଷାରେ ଗାଲିଗୁଲଜ  କରିଥିଲେ। ସନ୍ତୋଷ ଏହାର ପ୍ରତିବାଦ କରିବାରୁ ନିଶାସକ୍ତ ବଡ ଭାଇ  ହିତାହିତ ଜ୍ଞାନ ଭୁଲି ପନିକିରେ ସାନ ଭାଇକୁ ଆକ୍ରମଣ କରିଥିଲେ ।  ଧନୁଜ  ସାନଭାଇ ସନ୍ତୋଷର ବେକକୁ ପନିକିରେ କାଟି ଦେଇ ଫେରାର ହୋଇଯାଇଥିଲେ।

ଗୁରୁତର ଅବସ୍ଥାରେ ୨୫ ବର୍ଷୀୟ ସନ୍ତୋଷଙ୍କୁ ପରିବାର ଲୋକେ ପ୍ରଥମେ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପରିବାର ତରଫରୁ ଏ ପର୍ଯ୍ୟନ୍ତ ତୁରେକେଲା ଥାନାରେ କୌଣସି ଲିଖିତ ଅଭିଯୋଗ ଦିଆଯାଇନଥିବା ଜଣାପଡିଛି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe