8th-cless-girl-raped-in-elder-brother-in-banki
ବାଙ୍କୀ(ସଞ୍ଜିବ କୁମାର ନାୟକ): ଭାଇ ଭଉଣୀ ପବିତ୍ର ସମ୍ପର୍କରେ ଲାଗିଲା କଳଙ୍କର ଛିଟା। ଯେଉଁ ଭଉଣୀ ନିଜର ସୁରକ୍ଷା ପାଇଁ ରକ୍ଷା ବନ୍ଧନରେ ଭାଇ ହାତରେ ରାକ୍ଷୀ ବାନ୍ଧିଥିଲେ, ସିଏ ସାଜିଲା ଯୌନ ରାକ୍ଷସ। ଦାଦା ଓ ଖୁଡ଼ିଙ୍କ ଅନୁପସ୍ଥିତିରେ ସାନ ଭଉଣୀକୁ ବଡ଼ଭାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏବେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଝିଅଟି ୭ ମାସର ଗର୍ଭବତୀ। ଏପରି ଅଭିଯୋଗ କଟକ ଜିଲ୍ଲା ବୈଦେଶ୍ୱର ଥାନା ଅଞ୍ଚଳରୁ ଆସିଛି।
ଅଷ୍ଟମ ଶ୍ରେଣୀରେ ପଢ଼ନ୍ତି ଝୁମୁରୀ(ଛଦ୍ମନାମ)। ୮ ମାସ ତଳେ ଝୁମୁରୀଙ୍କ ବାପା ଓ ମାଆ ମାମୁ ଘରକୁ ଯାଇଥିଲେ। ଆଉ ଝୁମୁରୀ ଘରେ ଏକାକୀ ରହିଥିଲେ। ଏହାର ସୁଯୋଗ ନେଇ ଝୁମୁରୀଙ୍କୁ ତାଙ୍କ ବଡ଼ବାପା ପୁଅ ଭାଇ ଦୁଷ୍କର୍ମ କରିଥିଲେ। ମାତ୍ର ଏ ସମ୍ପର୍କରେ ଝୁମୁରୀ କାହାକୁ କହିନଥିଲେ।
ତେବେ ଦୁଇ ଦିନ ତଳେ ହଠାତ୍ ଝୁମୁରୀର ସ୍ୱାସ୍ଥ୍ୟ ଖରାପ ହେଲା। ସେ ବାନ୍ତି କରିଥିଲେ। ପଚରାପଚରି କରିବା ପରେ ପୂରା ଘଟଣା ଜଣାପଡ଼ିଥିଲା। ବଡ଼ବାପାଙ୍କ ପୁଅ ଭାଇ ଦୁଷ୍କର୍ମ କରିଥିବା ପୀଡ଼ିତା କହିଥିଲା। ଏହା ପରେ ପୀଡ଼ିତାଙ୍କ ମାଆ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଦୁଷ୍କର୍ମକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟପକ୍ଷରେ ପୀଡ଼ିତାକୁ ଡାକ୍ତରୀମାଇନା କରିଛି। ଏବେ ପୀଡ଼ିତା ୭ ମାସର ଗର୍ଭବତୀ ଥିବା ଜଣାପଡ଼ିଛି।
ସୂଚନାରୁ ପ୍ରକାଶ, ଦୁଷ୍କର୍ମକାରୀ ଜଣେ ବିବାହିତ ଯୁବକ। ପାଖରେ ସ୍ତ୍ରୀ ଥାଉଁ ଥାଉଁ ସେ ସାନ ଭଉଣୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/09/8th-cless-girl-raped-in-elder-brother-in-banki.jpg)