Advertisment

ଯୁବତୀଙ୍କୁ ଘଣ୍ଟାକୁ ୨୦୦୦ ଟଙ୍କା ଅଫର ଦେଇ ବନ୍ଧା ହେଲେ ବୃଦ୍ଧ !

ଭଦ୍ରକ(ପାର୍ଥ ସାରଥୀ ନାୟକ): ଯୁବତୀ ଓ ମହିଳାଙ୍କୁ କରୁଥିଲା ଅଶ୍ଳୀଳ ମେସେଜ୍‌। ଆଉ ଏଥିପାଇଁ ଘଣ୍ଟାକୁ ୨୦୦୦ ଟଙ୍କାର ଅଫର ମଧ୍ୟ ଦେଉଥିଲା। ଏନେଇ ଜଣେ ଯୁବତୀ ଅଭିଯୋଗ କରିବା ପରେ ଭଦ୍ରକ ଟାଉନ୍‌ ଥାନା ପୁଲିସ୍‌ ଅଭିଯୁକ୍ତ ଏସ୍‌.କେ ସରିଫ୍‌ ନାମକ ଜଣେ ବୃଦ୍ଧଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳର ଏସ୍‌.କେ. ସରିଫ୍‌ ୨୦୦୨ ମସିହାରୁ ଭଦ୍ରକ ଜିଲ୍ଲା ଏରେଇଁ ଗାଁରେ ସପରିବାରେ ରହୁଥିଲେ। ସେ ଏଫ୍‌ସିଆଇର ଡ୍ରାଇଭର […]

author-image
Jyoshna Pradhan
ଯୁବତୀଙ୍କୁ ଘଣ୍ଟାକୁ ୨୦୦୦ ଟଙ୍କା ଅଫର ଦେଇ ବନ୍ଧା ହେଲେ ବୃଦ୍ଧ !

bhadrak

ଭଦ୍ରକ(ପାର୍ଥ ସାରଥୀ ନାୟକ): ଯୁବତୀ ଓ ମହିଳାଙ୍କୁ କରୁଥିଲା ଅଶ୍ଳୀଳ ମେସେଜ୍‌। ଆଉ ଏଥିପାଇଁ ଘଣ୍ଟାକୁ ୨୦୦୦ ଟଙ୍କାର ଅଫର ମଧ୍ୟ ଦେଉଥିଲା। ଏନେଇ ଜଣେ ଯୁବତୀ ଅଭିଯୋଗ କରିବା ପରେ ଭଦ୍ରକ ଟାଉନ୍‌ ଥାନା ପୁଲିସ୍‌ ଅଭିଯୁକ୍ତ ଏସ୍‌.କେ ସରିଫ୍‌ ନାମକ ଜଣେ ବୃଦ୍ଧଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳର ଏସ୍‌.କେ. ସରିଫ୍‌ ୨୦୦୨ ମସିହାରୁ ଭଦ୍ରକ ଜିଲ୍ଲା ଏରେଇଁ ଗାଁରେ ସପରିବାରେ ରହୁଥିଲେ। ସେ ଏଫ୍‌ସିଆଇର ଡ୍ରାଇଭର ଭାବେ କାମ କରୁଥିଲେ। ତେବେ ଚାକିରିରୁ ଅବସର ପରେ ବିଭିନ୍ନ ଅନୈତ କାମରେ ଲିପ୍ତ ଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ଏସ୍‌.କେ. ସରିଫ୍‌ କୁଆଡ଼େ ମହିଳା, କଲେଜ ପଢ଼ୁଆ ଛାତ୍ରୀ ଓ ଯୁବତୀଙ୍କୁ ଅଶ୍ଳୀଳ ମେସେଜ କରୁଥିଲା। ଏପରିକି ଅନୈତିକ ସମ୍ପର୍କ ରଖିଲେ ଘଣ୍ଟାକୁ ୨୦୦୦ ଟଙ୍କା ଦିଆଯିବ ବୋଲି ପ୍ରସ୍ତାବ ମଧ୍ୟ ଦେଉଥିଲେ। ଏ ସମ୍ପର୍କ ବାରମ୍ୱାର ସେ ମେସେଜ କରୁଥିବା ଅଭିଯୋଗ ହେଉଛି।

ଏପରି ମେସେଜ୍‌ରେ ଜଣେ ଯୁବତୀ ଅତିଷ୍ଠ ହୋଇ ଗତକାଲି ଥାନାରେ ଅଭିଯୋଗ କରିଥିଲା। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଏସ.କେ. ସରିଫକୁ ରାତିରେ ଉଠାଇ ଆସିଥିଲା। ଆଜି ତାଙ୍କୁ କୋର୍ଟ ଚାଲାଣ କରିଛି।

Advertisment