Advertisment

କାରରୁ ଜବତ ହେଲା ୯ ଲକ୍ଷ ଟଙ୍କା

ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବାଇପାସ୍‌ରୁ ଏକ କାର୍‌ରୁ ପୁଲିସ ଓ ଫ୍ଲାଇଂ ସ୍କ୍ୱାର୍ଡ ୯ ଲକ୍ଷ ଟଙ୍କା ଜବତ କରିଛି। ଏହି ଘଟଣାରେ ପୁଲିସ କାର୍‌ ମାଲିକ ଆଳି ବ୍ଲକ ପତ୍ରପୁର ଗାଁର ବସନ୍ତ ଦାସଙ୍କୁ ଅଟକ ରଖି ପଚରା ଉଚରା କରୁଛି। ନିର୍ବାଚନ ସମୟରେ ସେ ଏତେ ଗୁଡ଼ାଏ ଟଙ୍କା କେଉଁଠିକି ନେଇ ଯାଇଥିଲେ, ତାହା ଜଣାପଡ଼ି ନାହିଁ। ପୁଲିସ ଓ ଫ୍ଲାଇଂସ୍କ୍ୱାର୍ଡ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ ଚଳାଇଛି। ମିଳିଥିବା ସୂଚନା […]

author-image
Manoranjan Sial
କାରରୁ ଜବତ ହେଲା ୯ ଲକ୍ଷ ଟଙ୍କା

mony-seazed

ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବାଇପାସ୍‌ରୁ ଏକ କାର୍‌ରୁ ପୁଲିସ ଓ ଫ୍ଲାଇଂ ସ୍କ୍ୱାର୍ଡ ୯ ଲକ୍ଷ ଟଙ୍କା ଜବତ କରିଛି। ଏହି ଘଟଣାରେ ପୁଲିସ କାର୍‌ ମାଲିକ ଆଳି ବ୍ଲକ ପତ୍ରପୁର ଗାଁର ବସନ୍ତ ଦାସଙ୍କୁ ଅଟକ ରଖି ପଚରା ଉଚରା କରୁଛି। ନିର୍ବାଚନ ସମୟରେ ସେ ଏତେ ଗୁଡ଼ାଏ ଟଙ୍କା କେଉଁଠିକି ନେଇ ଯାଇଥିଲେ, ତାହା ଜଣାପଡ଼ି ନାହିଁ। ପୁଲିସ ଓ ଫ୍ଲାଇଂସ୍କ୍ୱାର୍ଡ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ ଚଳାଇଛି।

Advertisment

ମିଳିଥିବା ସୂଚନା ଅନୁସାରେ ବସନ୍ତଙ୍କର ଏକ ପେଟ୍ରୋଲ୍‌ ପମ୍ପ ଆଳିରେ ରହିଛି। ସେ ନିଜ କାର୍‌ରେ ତେଲ ଟାଙ୍କି ପଇସା ନେଇ ଯାଉଥିବା ଜଣାପଡ଼ିଛି।