Advertisment

ପଞ୍ଚାୟତ ଭୋଟ୍‌: ବାଲାଟ୍ ବାକ୍ସର ହିସାବ ମାଗିଲେ ନିର୍ବାଚନ କମିଶନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାବର୍ଷ ମାର୍ଚ୍ଚ ୧୦ତାରିଖରେ ତ୍ରିସ୍ତରୀୟ ପଂଚାୟତିରାଜ ସଂସ୍ଥାଗୁଡ଼ିକର କାର୍ଯ୍ୟକାଳ ଶେଷ ହେଉଥିବାବେଳେ ତା’ପୂର୍ବରୁ ପଂଚାୟତ ନିର୍ବାଚନ ସାରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ପଦକ୍ଷେପ ନେଇଛନ୍ତି। ତେବେ ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ରାଜ୍ୟରେ କେତେ ପ୍ରତିଶତ ସିଟ୍ ସଂରକ୍ଷଣ ରହିବ ତାକୁ ନେଇ ରାଜ୍ୟ ସରକାର ନିଜସ୍ୱ ଆଭିମୁଖ୍ୟ ସ୍ପଷ୍ଟ କରୁନଥିବାବେଳେ ପଂଚାୟତ ନିର୍ବାଚନରେ ସିଟ୍ ସଂରକ୍ଷଣକୁ ଅନିଶ୍ଚିତତା ଲାଗି ରହିଛି। ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ଆରଏନ ସାହୁ ଗତ […]

ଅଦ୍ୟତନ ହୋଇଛି
ପଞ୍ଚାୟତ ଭୋଟ୍‌: ବାଲାଟ୍ ବାକ୍ସର ହିସାବ ମାଗିଲେ ନିର୍ବାଚନ କମିଶନ

vote

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାବର୍ଷ ମାର୍ଚ୍ଚ ୧୦ତାରିଖରେ ତ୍ରିସ୍ତରୀୟ ପଂଚାୟତିରାଜ ସଂସ୍ଥାଗୁଡ଼ିକର କାର୍ଯ୍ୟକାଳ ଶେଷ ହେଉଥିବାବେଳେ ତା’ପୂର୍ବରୁ ପଂଚାୟତ ନିର୍ବାଚନ ସାରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ପଦକ୍ଷେପ ନେଇଛନ୍ତି। ତେବେ ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ରାଜ୍ୟରେ କେତେ ପ୍ରତିଶତ ସିଟ୍ ସଂରକ୍ଷଣ ରହିବ ତାକୁ ନେଇ ରାଜ୍ୟ ସରକାର ନିଜସ୍ୱ ଆଭିମୁଖ୍ୟ ସ୍ପଷ୍ଟ କରୁନଥିବାବେଳେ ପଂଚାୟତ ନିର୍ବାଚନରେ ସିଟ୍ ସଂରକ୍ଷଣକୁ ଅନିଶ୍ଚିତତା ଲାଗି ରହିଛି।

Advertisment

ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ଆରଏନ ସାହୁ ଗତ ୧୪ତାରିଖରେ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜିଲ୍ଲାସ୍ତରରେ ବାଲାଟ୍ ବାକ୍ସଗୁଡ଼ିକ କିଭଳି ସ୍ଥିତିରେ ରହିଛି ସେ ସମ୍ପର୍କରେ ଜୁଲାଇ ୨୬ତାରିଖ ସୁଦ୍ଧା ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାରେ ରହିଥିବା ବାଲାଟ୍ ବାକ୍ସ ସଂଖ୍ୟା ତୁଳନାରେ ଜିଲ୍ଲାଗୁଡ଼ିକ ବାଲାଟ୍ ବାକ୍ସର ପରିମାଣ ସଂଖ୍ୟା କମ୍ ଦର୍ଶାଇଥିବାରୁ କମିଶନ କଡ଼ା ଆପତ୍ତି କରିଛନ୍ତି। ସେହିପରି ଆସନ୍ତା ପଂଚାୟତ ନିର୍ବାଚନରେ ବୁଥସ୍ତରରେ ଭୋଟ୍ ଗଣତି ପରିବର୍ତ୍ତେ ବ୍ଲକ ମୁଖ୍ୟାଳୟରେ ଭୋଟ୍ ଗଣତି ହେବାର ପ୍ରସ୍ତାବ ଥିବାରୁ ଅଧିକ ସଂଖ୍ୟକ ବାଲାଟ୍ ବାକ୍ସର ଆବଶ୍ୟକତା ରହିଛି ବୋଲି କମିଶନଙ୍କ ସଚିବ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ସିଟ୍ ସଂରକ୍ଷଣ ହାର ୫୦ ପ୍ରତିଶତରୁ ଅଧିକ ନକରିବା ପାଇଁ ସୁପ୍ରିମକୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଥିବାବେଳେ ରାଜ୍ୟ ସରକାର ଓବିସିଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ସପକ୍ଷରେ ରହିଛନ୍ତି। ଯେଉଁଥିପାଇଁ ପୌର ଓ ପଂଚାୟତ ନିର୍ବାଚନରେ ସିଟ୍ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ଏବେବି ଅନିଶ୍ଚିତତା ଲାଗି ରହିଛି। ସିଟ୍ ସଂରକ୍ଷଣ ବ୍ୟବସ୍ଥାକୁ ୫୦ ପ୍ରତିଶତ ମଧ୍ୟରେ ସୀମିତ ରଖିବା ନିମନ୍ତେ ରାଜ୍ୟ ସରକାରଙ୍କୁ ନିଜର ଆଇନରେ ଆବଶ୍ୟକ ସଂଶୋଧନ କରିବାକୁ ପଡ଼ିବ। ଯଦିଓ ଅଧ୍ୟାଦେଶ ମାଧ୍ୟମରେ ଆଇନରେ ଆବଶ୍ୟକ ସଂଶୋଧନ ସରକାର କରିପାରିବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଛି, ତଥାପି ପଂଚାୟତ ନିର୍ବାଚନ ପାଇଁ ସିଟ୍ ସଂରକ୍ଷଣ ଓ ସୀମା ନିର୍ଦ୍ଧାରଣ ଆଦି ନିମନ୍ତେ ଅଧିକ ସମୟର ଆବଶ୍ୟକତା ପଡ଼ିବ । ତେବେ ପଂଚାୟତ ନିର୍ବାଚନ ପ୍ରସ୍ତୁତି ପାଇଁ ସମ୍ପୂର୍ଣ୍ଣ ପ୍ରକ୍ରିୟା କେବେ ଆରମ୍ଭ ହେଉଛି ତାକୁ ନେଇ ସରକାରଙ୍କ ପକ୍ଷରୁ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

Advertisment
Panchayat Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe