ଚାପରେ ମୁଖ୍ୟ ନିର୍ବାଚନ ଅଧିକାରୀ: ଏଣିକି ୧୦୦ ମିନିଟରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଉଭୟ ବିଜେଡି ଓ ବିଜେପି ମଧ୍ୟରେ ପ୍ରତିଯୋଗିତା ଚାଲିଥିବା ଓ ବାରମ୍ବାର ଦୁଇ ଦଳ ପରସ୍ପର ବିରୁଦ୍ଧରେ ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ ଆଣିବା ପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ଉପରେ ଚାପ ବୃଦ୍ଧି ପାଇଛି । ଭୋଟଗ୍ରହଣକୁ ଆଉ ମାତ୍ର ୬ଦିନ ବାକି ଥିବାବେଳେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରିବାର ପ୍ରମାଣ ମିଳିଲେ ୧୦୦ମିନିଟ୍ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ […]

ec

ec

Ordigital Desk
  • Published: Thursday, 27 October 2022
  • Updated: 27 October 2022, 08:11 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଉଭୟ ବିଜେଡି ଓ ବିଜେପି ମଧ୍ୟରେ ପ୍ରତିଯୋଗିତା ଚାଲିଥିବା ଓ ବାରମ୍ବାର ଦୁଇ ଦଳ ପରସ୍ପର ବିରୁଦ୍ଧରେ ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ ଆଣିବା ପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ଉପରେ ଚାପ ବୃଦ୍ଧି ପାଇଛି । ଭୋଟଗ୍ରହଣକୁ ଆଉ ମାତ୍ର ୬ଦିନ ବାକି ଥିବାବେଳେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରିବାର ପ୍ରମାଣ ମିଳିଲେ ୧୦୦ମିନିଟ୍ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ନିର୍ବାଚନରେ ଅନିୟମିତତା ହେଉଥିବାର କୌଣସି ପ୍ରମାଣ ଥିଲେ ମୋବାଇଲ୍ ଆପ୍ ସି-ଭିଜିଲ୍ ମାଧ୍ୟମରେ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସିଇସି ପରାମର୍ଶ ଦେଇଛନ୍ତି ।

ନୂଆଦିଲ୍ଲୀରେ ଜାତୀୟ ନିର୍ବାଚନ ଆୟୋଗଙ୍କ ପାଖରେ ଉଭୟ ବିଜେପି ଓ ବିଜେଡି ପରସ୍ପର ବିରୁଦ୍ଧରେ ଧାମନଗରରେ ଟଙ୍କା ବଂଟାର ଅଭିଯୋଗ ଆଣିବା ପରେ ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ଲୋହାନୀ କହିଛନ୍ତି ଯେ, ଅକ୍ଟୋବର ୩ ତାରିଖଠାରୁ ଆଦର୍ଶ ଆଚରଣବିଧି ଧାମନଗର ନିର୍ବାଚନ ମଣ୍ଡଳୀ ସହ ସମଗ୍ର ଜିଲ୍ଲାରେ ବଳବତ୍ତର ରହିଛି । ଆଦର୍ଶ ଆଚରଣବିଧି ହେଉଛି ଏକ ନିର୍ଦ୍ଦେଶିତ ନିୟମ ଯାହାକି ନିର୍ବାଚନ ସମୟରେ ନିର୍ବାଚନ କାର୍ଯ୍ୟରେ ସଂପୃକ୍ତ ସମସ୍ତ ହିତାଧିକାରୀମାନେ ନିଶ୍ଚିତ ଭାବେ ପାଳନ କରିବେ । ଏପରିକି ନିର୍ବାଚନ ମଣ୍ଡଳୀ ମଧ୍ୟରେ ଥିବା ସମସ୍ତ ସରକାରୀ କର୍ମଚାରୀମାନେ ମଧ୍ୟ ଏହି ଆଦର୍ଶ ଆଚରଣ ବିଧିକୁ ମାନିବାକୁ ବାଧ୍ୟ । ଏବେ ଧାମନଗର ଉପନିର୍ବାଚନ ନିମନ୍ତେ ବିଭିନ୍ନ ରାଜନୈତିକ ଦଳମାନଙ୍କ ଦ୍ୱାରା ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲୁଅଛି ଓ ନିର୍ବାଚନ ପ୍ରଚାର ସମୟରେ ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ହେଉଥିବା ନେଇ ଅନେକଗୁଡ଼ିଏ ଅଭିଯୋଗ ରାଜନୀତିକ ଦଳଗୁଡ଼ିକଠୁ ମିଳିଛି ।

ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ ହୋଇଥିଲେ ସେମାନଙ୍କ ବିରୁଦ୍ଧରେ ଆଇନ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଲୋହାନୀ ଜଣାଇଛନ୍ତି । ନିର୍ବାଚନ ସମୟରେ ଭୋଟରମାନଙ୍କୁ ଟଙ୍କା ଦେଇ ପ୍ରବର୍ତ୍ତାଇବା କିମ୍ବା ଭୋଟରଙ୍କୁ ଭୟଭୀତ କରାଇ ଭୋଟଦେବା ପାଇଁ ବାଧ୍ୟ କରିବା ହେଉଛି ଜଘନ୍ୟ ଅପରାଧ । ଏସବୁ କାର୍ଯ୍ୟରେ ଯେକୌଣସି ବ୍ୟକ୍ତିବିଶେଷ କିମ୍ବା ରାଜନୈତିକ ଦଳର କର୍ମକର୍ତ୍ତା କିମ୍ବା ପ୍ରାର୍ଥୀ, ଯେକେହି ବି ଏଥିରେ ସଂପୃକ୍ତ ଥିବାର ପ୍ରମାଣ ମିଳିଲେ ସେମାନଙ୍କ ବିରୁଦ୍ଧରେ ଆଇପିସିର ବିଭିନ୍ନ ଧାରା ଓ ଜନପ୍ରତିନିଧି ଆଇନର ବିଭିନ୍ନ ଧାରାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଶ୍ରୀ ଲୋହାନୀ କହିଛନ୍ତି ଯେ, ନିର୍ବାଚନବେଳେ ଯଦି କୌଣସି ପ୍ରକାରର ବେଆଇନ୍ କାମ ଯଥା ଭୋଟରଙ୍କୁ ଟଙ୍କା ବାଂଟିବା, ଭୋଟରଙ୍କୁ ଧମକଚମକ, ରାଜନୀତିକ ଦଳଗୁଡ଼ିକ ଦ୍ୱାରା ବେଆଇନ ସଭାସମିତି, ଡାକବାଜି ଯନ୍ତ୍ର ଓ ଗାଡ଼ିର ଅପବ୍ୟବହାର ଆଦି ବେଆଇନ କାର୍ଯ୍ୟ ହେଉଥିଲେ ଯେକୌଣସି ବ୍ୟକ୍ତି ନିଜ ମୋବାଇଲ୍ ଫୋନ୍ ମାଧ୍ୟମରେ ଭିଡ଼ିଓ ଚିତ୍ର ଉତ୍ତୋଳନ କରି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟକୁ ପଠାଇଲେ ୧୦୦ ମିନିଟ୍ ମଧ୍ୟରେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିପାଇଁ ସି-ଭିଜିଲ୍ ଆପ୍ ଉପଯୋଗ କରିବାକୁ ଶ୍ରୀ ଲୋହାନୀ ପରାମର୍ଶ ଦେଇଛନ୍ତି । ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି ।

ଶ୍ରୀ ଲୋହାନୀ କହିଛନ୍ତି ଯେ, ଧାମନଗର ଉପନିର୍ବାଚନରେ ଭୋଟରଙ୍କୁ ଆକୃଷ୍ଟ କରିବା ନିମନ୍ତେ ବେଆଇନ ଓ ଅନିୟମିତତା କାର୍ଯ୍ୟର ମୋଟ ୧୦୨ଟି ଅଭିଯୋଗ ମିଳିଛି ଓ ସେ ସମସ୍ତ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏପରିକି ୨ଜଣଙ୍କ ବିରୁଦ୍ଧରେ ଥାନାରେ ଏଫଆଇଆର ମଧ୍ୟ ରୁଜୁ ହୋଇଛି । ସାଧାରଣ ଲୋକଙ୍କ କୋଠା ଓ ସରକାରୀ କୋଠାଗୁଡ଼ିକରେ ପୋଷ୍ଟର ଓ ବ୍ୟାନର ଲଗାଯିବା ଅଭିଯୋଗରେ ୧୬୧୪ଟି ମାମଲା ଜିଲ୍ଲା ପ୍ରଶାସନ ନଜରକୁ ଆସିଛି । ସେହିପରି ବିଭିନ୍ନ ଲୋକ ଓ ସରକାରୀ କୋଠାର କାନ୍ଥରେ ଲେଖିବା ଇତ୍ୟାଦି ଅଭିଯୋଗରେ ୨୦୦୬ ଗୋଟି ମାମଲା ହୋଇଛି ଓ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସେହିପରି ନିର୍ବାଚନମଣ୍ଡଳୀରେ ମୋଟ ୬୩୯ ଗୋଟି ଅସ୍ତ୍ରଶସ୍ତ୍ର ଜବତ କରାଯିବା ସହ ସିଆରପିସି ଧାରା ୧୦୭ ଓ ୧୧୬ ଅନୁସାରେ ୨୦୧୧ ଜଣଙ୍କୁ ଅଟକ ରଖାଯାଇଛି ଓ ୧୯୬ ଜଣଙ୍କ ବିରୁଦ୍ଧରେ ଜାମିନବିହୀନ ପରୱାନା ଜାରି କରାଯାଇଛି । ଉପନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ କରାଇବା ପାଇଁ ଜିଲ୍ଲା ପୁଲିସ ଏବଂ ଅବକାରୀ ବିଭାଗ ଜିଲ୍ଲାର ବିଭିନ୍ନ ସ୍ଥାନରେ ମିଳିତ ଭାବେ ଚଢ଼ାଉ କରି ୧୯୭ ଗୋଟି କେସ୍ ରୁଜୁ କରିବା ସହ ୨୧୬ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ଓ ୧୫.୫୦ଲକ୍ଷ ଟଙ୍କାର ୧୪୦୦ ହଜାର ଲିଟର ମଦ ଜବତ କରାଯାଇଛି ବୋଲି ଶ୍ରୀ ଲୋହାନୀ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଓ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story