Advertisment

ଧାମନଗରରେ ରାଜନୈତିକ ହିଂସା; ଗୋଟିଏ ପରିବାର ଉପରେ ୩୦ ଜଣଙ୍କ ଆକ୍ରମଣ

ଭଦ୍ରକ(ପାର୍ଥ ସାରଥୀ ନାୟକ): ଉପନିର୍ବାଚନ ସରିବାର ଦିନକ ପରେ ଭଦ୍ରକରେ ଦେଖିବାକୁ ମିଳିଛି ରାଜନୈତିକ ହିଂସା । ଗତକାଲି ରାତିରେ ତିହିଡିର ଏକ ପରିବାର ଉପରେ ୩୦ରୁ ଅଧିକ ଲୋକ ଅତର୍କିତ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ପରିବାରର ବାପଝିଅ ଗୁରୁତର ହୋଇଥିବା ବେଳେ ଜଣେ ବୃଦ୍ଧ ସାମାନ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଧାମନଗର ଉପନିର୍ବାଚନରେ ଭୋଟ ଦେବାକୁ ବାରଣ ସତ୍ତ୍ୱେ ପରିବାର ସଦସ୍ୟ ଭୋଟ ଦେବାରୁ […]

ଅଦ୍ୟତନ ହୋଇଛି
ଧାମନଗରରେ ରାଜନୈତିକ ହିଂସା; ଗୋଟିଏ ପରିବାର ଉପରେ ୩୦ ଜଣଙ୍କ ଆକ୍ରମଣ

bhadrak

Advertisment

ଭଦ୍ରକ(ପାର୍ଥ ସାରଥୀ ନାୟକ): ଉପନିର୍ବାଚନ ସରିବାର ଦିନକ ପରେ ଭଦ୍ରକରେ ଦେଖିବାକୁ ମିଳିଛି ରାଜନୈତିକ ହିଂସା । ଗତକାଲି ରାତିରେ ତିହିଡିର ଏକ ପରିବାର ଉପରେ ୩୦ରୁ ଅଧିକ ଲୋକ ଅତର୍କିତ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ପରିବାରର ବାପଝିଅ ଗୁରୁତର ହୋଇଥିବା ବେଳେ ଜଣେ ବୃଦ୍ଧ ସାମାନ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଧାମନଗର ଉପନିର୍ବାଚନରେ ଭୋଟ ଦେବାକୁ ବାରଣ ସତ୍ତ୍ୱେ ପରିବାର ସଦସ୍ୟ ଭୋଟ ଦେବାରୁ ଅପରପକ୍ଷ ଏପରି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି।

Advertisment

ଏହିଭଳି ଘଟଣା ତଳଗୋପବିନ୍ଧା ପଞ୍ଚାୟତ ପାଇକସାହିର ୮ ନଂ ୱାର୍ଡରେ ଘଟିଛି । ଏଥିରେ ଶଶୀକାନ୍ତ ଜେନା ଓ ତାଙ୍କ ଝିଅ କୁମାରୀ ସଞ୍ଜୀବନୀ ଵେହେରା ଗୁରୁତର ହୋଇଛନ୍ତି।

ଶଶୀକାନ୍ତଙ୍କ ଝିଅଙ୍କ ସୂଚନା ଅନୁଯାୟୀ, ତାଙ୍କ ପରିବାର ବିଜେପି ସମର୍ଥିତ ହୋଇଥିବା ବେଳେ ବିଜେଡି ଗୋଷ୍ଠୀ ସେମାନଙ୍କୁ ଭୋଟ ଦେବାକୁ ବାରଣ କରୁଥିଲେ। ଏପରିକି ଭୋଟ ଦେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାଇ ଦେଇଥିଲେ। ଏହାସତ୍ତ୍ୱେ ସେମାନଙ୍କ ପରିବାର ଗୁରୁବାର ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ଭୋଟ ଦେଇଥିଲେ।

Advertisment

ଏହାକୁ କେନ୍ଦ୍ର କରି ଚାପା ଉତ୍ତେଜନା ଦେଖାଦେଇଥିଲା। ଏହାପରେ ଗତ ରାତି ପ୍ରାୟ ୮ଟାରେ ବିଜେଡି ସମର୍ଥିତ ପ୍ରାୟ ୩୦ ଜଣ ପହଞ୍ଚି ଶଶୀକାନ୍ତଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ଚିତ୍କାର ଶୁଣି ରକ୍ଷା କରିବାକୁ ଝିଅ କୁମାରୀ ସଞ୍ଜୀବନୀ ଯାଇଥିବା ବେଳେ ଆକ୍ରମଣକାରୀମାନେ ତାଙ୍କୁ ମଧ୍ୟ ଛାଡ଼ି ନ ଥିଲେ। ଏଥିରେ ଉଭୟ ବାପଝିଅ ଗୁରୁତର ହୋଇଥିବା ସୂଚନା ମିଳିଛି ।

ଏ ନେଇ ତିହିଡି ଥାନାରେ ଏତଲା ହେବା ପରେ  ପୁଲିସ ତଦନ୍ତ ଆରମ୍ଭ  କରିଛି। ହେଲେ ଏଯାଏ କେହି ଗିରଫ ହୋଇ ନ ଥିବା ଜଣାଯାଇଛି।  ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରି ନ ଥିବା ବେଳେ ପରିବାର ଲୋକେ ନିଜକୁ ଗାଁରେ ସୁରକ୍ଷିତ ମଣୁ ନାହାନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe