Advertisment

ଓଡ଼ିଶାରେ ଏହି ସହରରେ ଗଡ଼ିବ ଇଲେକ୍ଟ୍ରକ ବସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଦୂଷଣ ରୋକିବାକୁ ରାଜ୍ୟ ତିନି ପ୍ରମୁଖ ସହରରେ ଚାଲିବ ଇଲେକ୍ଟ୍ରିକ ବସ୍। ଭୁବନେଶ୍ୱର, କଟକ ଓ ପୁରୀରେ ଏହି ବସ୍ ଚଳାଚଳ କରିବ। ୧୦୦ କିମି ଭିତରେ ଏହି ବସ୍‌ ଗୁଡ଼ିକ ଗଡ଼ିବ। ଏଥିପାଇଁ ବିଭିନ୍ନ ଷ୍ଟେକ ହୋଲଡ୍‌ରଙ୍କ ମଧ୍ୟରେ ଏମ୍‌ଓୟୁ ବଣ୍ଟନ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ବିଜ୍ଞାନ ଓ କାରୀଗରୀ କୌଶଳ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ରାଜ୍ୟରେ ପ୍ରଦୂଷଣ ରୋକିବା ନେଇ ରାଜ୍ୟ ସରକାର କି ପଦକ୍ଷେପ ନେଉଛନ୍ତି […]

author-image
Manoranjan Sial
ଅଦ୍ୟତନ ହୋଇଛି
ଓଡ଼ିଶାରେ ଏହି ସହରରେ ଗଡ଼ିବ ଇଲେକ୍ଟ୍ରକ ବସ୍‌

electrict-bus

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଦୂଷଣ ରୋକିବାକୁ ରାଜ୍ୟ ତିନି ପ୍ରମୁଖ ସହରରେ ଚାଲିବ ଇଲେକ୍ଟ୍ରିକ ବସ୍। ଭୁବନେଶ୍ୱର, କଟକ ଓ ପୁରୀରେ ଏହି ବସ୍ ଚଳାଚଳ କରିବ। ୧୦୦ କିମି ଭିତରେ ଏହି ବସ୍‌ ଗୁଡ଼ିକ ଗଡ଼ିବ। ଏଥିପାଇଁ ବିଭିନ୍ନ ଷ୍ଟେକ ହୋଲଡ୍‌ରଙ୍କ ମଧ୍ୟରେ ଏମ୍‌ଓୟୁ ବଣ୍ଟନ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ବିଜ୍ଞାନ ଓ କାରୀଗରୀ କୌଶଳ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।

Advertisment

ରାଜ୍ୟରେ ପ୍ରଦୂଷଣ ରୋକିବା ନେଇ ରାଜ୍ୟ ସରକାର କି ପଦକ୍ଷେପ ନେଉଛନ୍ତି ବୋଲି ବିଧାନସଭାରେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଏହି ସୂଚନା ରଖିଛନ୍ତି।

ସେପଟେ ଇଲେକ୍ଟ୍ରିକ ବସ୍‌ ଚଳାଚଳକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଅନ୍ୟପଟେ ପରିବେଶବିତ୍ ଏହାକୁ ସ୍ୱାଗତ କରିଥିବା ବେଳେ ପ୍ରଦୂଷଣ ରୋକିବାରେ ଏହା ଅନେକ ସହାୟକ ହେବ ବୋଲି କହିଛନ୍ତି।

Advertisment