Advertisment

ବାରହା ଶିକାର ପାଇଁ ତାର ବିଛାଇଥିଲେ, ମରିଲା ଦନ୍ତା

ଢେଙ୍କାନାଳ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସଙ୍କଟରେ ଗଜରାଜ। ଢେଙ୍କାନାଳ ହିନ୍ଦୋଳ ଅଞ୍ଚଳରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏହି ଦନ୍ତା ହାତୀର ମୃତ୍ୟୁ ହୋଇଛି। ହିନ୍ଦୋଳ ରେଞ୍ଜ ଅସରଡା ଜଙ୍ଗଲରେ ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ଲାଗି ଦନ୍ତା ହାତୀର ମୃତ୍ୟୁ ହୋଇଛି। ମୃତ ହାତୀର ଆନୁମାନିକ ବୟସ ୨୦ ବର୍ଷ ହେବ। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। […]

author-image
Niranjan Mishra
ଅଦ୍ୟତନ ହୋଇଛି
ବାରହା ଶିକାର ପାଇଁ ତାର ବିଛାଇଥିଲେ, ମରିଲା ଦନ୍ତା

Elephant

ଢେଙ୍କାନାଳ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସଙ୍କଟରେ ଗଜରାଜ। ଢେଙ୍କାନାଳ ହିନ୍ଦୋଳ ଅଞ୍ଚଳରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏହି ଦନ୍ତା ହାତୀର ମୃତ୍ୟୁ ହୋଇଛି। ହିନ୍ଦୋଳ ରେଞ୍ଜ ଅସରଡା ଜଙ୍ଗଲରେ ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ଲାଗି ଦନ୍ତା ହାତୀର ମୃତ୍ୟୁ ହୋଇଛି।

Advertisment

ମୃତ ହାତୀର ଆନୁମାନିକ ବୟସ ୨୦ ବର୍ଷ ହେବ। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଅନ୍ୟପଟେ ହିନ୍ଦୋଳ ରେଞ୍ଜ କର୍ଣ୍ଣପୁର ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ଭ୍ରମର ବର ବେହେରା। ସେ ଶୌଚ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିବା ଜଣାପଡିଛି। ବନ ବିଭାଗ ଟିମ୍ ଗାଁରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି।

Advertisment

ଏପଟେ ରାଜ୍ୟରେ ବଢୁଥିବା ହାତୀ ମୃତ୍ୟୁ ପ୍ରସଙ୍ଗ ଆଜି ବିଧାନସଭାରେ ଉଠିଥିଲା। କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଏହି ପ୍ରସଙ୍ଗ ଉଠାଇଥିଲେ। ସେ ଅଭିଯୋଗ କରି କହିଥିଲେ, ରାଜ୍ୟରେ ହାତୀ ଆଦୌ ସୁରକ୍ଷିତ ନୁହନ୍ତି। ମାତ୍ର ୩ ବର୍ଷରେ ୨୪୫ ହାତୀଙ୍କ ଜୀବନ ଯାଇଛି। ୧୦ ବର୍ଷରେ ମରିଛନ୍ତି ୭୮୪ଟି ହାତୀ। କିଛି ଦିନ ତଳେ ଆଠଗଡ଼ ବନଖଣ୍ଡରେ ମାଟି ତଳୁ ବହୁ ସଂଖ୍ୟକ ହାତୀଙ୍କ କଙ୍କାଳ ବାହାରିଥିଲା। ଏହାର ଅର୍ଥ ଆଗରୁ ହାତୀଙ୍କୁ ମାରି ପୋତି ଦିଆଯାଇଛି। ଦନ୍ତାଙ୍କୁ ଶିକାର କରି ସେମାନଙ୍କର ଦାନ୍ତକୁ ବିଦେଶରେ ବିକ୍ରି କରାଯାଉଛି। ସରକାର ଠିକ ଭାବେ ଏହାର ତଦନ୍ତ କରନ୍ତୁ ଓ ଦୋଷୀଙ୍କୁ କଡ଼ା ଦଣ୍ଡ ଦିଆଯାଉ ବୋଲି ସେ ଦାବି କରିଛନ୍ତି।