Advertisment

ଦନ୍ତାହାତୀକୁ ମାରି କାଟିନେଲେ ଦାନ୍ତ

ବୌଦ୍ଧ(ଓଡ଼ିଶା ରିପୋର୍ଟର): ଆଜି ବୌଦ୍ଧ ବଘିଆପଡ଼ା ସେକ୍ସନ ଭୁର୍କିପଡ଼ା ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତାହାତୀର ମୃତଦେହ ମିଳିଛି। ହାତୀର ଦାନ୍ତକୁ ଶିକାରୀମାନେ କାଟି ନେଇଛନ୍ତି। ହାତୀର ଦେହ ସାରା ପୋକ ହୋଇଯାଇଛି। ଶବଟି ପଚିଯାଇଛି। ଶବ ପଡ଼ିଥିବା ନେଇ ସ୍ଥାନୀୟ ଲୋକମାନେ ବନବିଭାଗକୁ ସୂଚନା ଦେଇଥିଲେ। ମୃତ ହାତୀ ଦେହରେ ଏକାଧିକ ଗୁଳି ବାଜିବାର କ୍ଷତ ଚିହ୍ନ ରହିଛି। ତେଣୁ ଶିକାରୀ ମାନେ ହାତୀକୁ ମାରି ଦାନ୍ତ କାଟି ନେଇଥିବା ସ୍ପଷ୍ଟ ହୋଇଛି। ବନବିଭାଗ ପକ୍ଷରୁ ହାତୀର […]

ଦନ୍ତାହାତୀକୁ ମାରି କାଟିନେଲେ ଦାନ୍ତ

elephant-death

Advertisment

ବୌଦ୍ଧ(ଓଡ଼ିଶା ରିପୋର୍ଟର): ଆଜି ବୌଦ୍ଧ ବଘିଆପଡ଼ା ସେକ୍ସନ ଭୁର୍କିପଡ଼ା ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତାହାତୀର ମୃତଦେହ ମିଳିଛି। ହାତୀର ଦାନ୍ତକୁ ଶିକାରୀମାନେ କାଟି ନେଇଛନ୍ତି। ହାତୀର ଦେହ ସାରା ପୋକ ହୋଇଯାଇଛି। ଶବଟି ପଚିଯାଇଛି। ଶବ ପଡ଼ିଥିବା ନେଇ ସ୍ଥାନୀୟ ଲୋକମାନେ ବନବିଭାଗକୁ ସୂଚନା ଦେଇଥିଲେ। ମୃତ ହାତୀ ଦେହରେ ଏକାଧିକ ଗୁଳି ବାଜିବାର କ୍ଷତ ଚିହ୍ନ ରହିଛି। ତେଣୁ ଶିକାରୀ ମାନେ ହାତୀକୁ ମାରି ଦାନ୍ତ କାଟି ନେଇଥିବା ସ୍ପଷ୍ଟ ହୋଇଛି। ବନବିଭାଗ ପକ୍ଷରୁ ହାତୀର ଶବ ବ୍ୟବଚ୍ଛେଦ କରିବା ପରେ ଜଙ୍ଗଲ ମଧ୍ୟରେ ପୋତି ଦିଆଯାଇଛି। ଏହି ଘଟଣାରେ କେଉଁମାନେ ସମ୍ପୃକ୍ତ ତାହାର ତଦନ୍ତ ଆରମ୍ଭ ହୋଇଛି।

Advertisment

ସୂଚନାଯୋଗ୍ୟ, ଶିକାରୀଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି ବୌଦ୍ଧ ଜଙ୍ଗଲ। ଜିଲ୍ଲାରେ ବନ୍ୟଜନ୍ତୁ ସୁରକ୍ଷିତ ନୁହନ୍ତି ବୋଲି ଆଉ ଥରେ ପ୍ରମାଣିତ ହୋଇଛି। ଏହି ଘଟଣାର ୧୦/୧୨ ଦିନ ପରେ ବନବିଭାଗ ସୂଚନା ପାଇବା ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe