/odisha-reporter/media/post_attachments/uploads/2022/10/Untitled-1-14.jpg)
tusker
ବାରିପଦା (ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲା ବେତନଟି ରେଞ୍ଜର ମଶିଣାକାଟି ଜଙ୍ଗଲରେ ଅସୁସ୍ଥ ଦନ୍ତା ହାତୀର ଗୋଡ଼ରେ ଗତକାଲି ଅସ୍ତ୍ରୋପଚାର କରାଯାଇଥିଳା। କିନ୍ତୁ ଆଜି ସକାଳେ ତା’ର ମୃତ୍ୟୁ ଘଟିଛି। ମୃତ ହାତୀଟିର ବୟସ ୩୦ରୁ ୪୦ବର୍ଷ ହେବ ବୋଲି ଅନୁମାନ କରାଯାଉଛି।
ମଶିଣାକାଟି ଜଙ୍ଗଲରେ ଅସୁସ୍ଥ ହାତୀଟି ୩ ମାସ ହେବ ବୁଲୁଥିବା ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। ବେତନଟୀ ବନ ବିଭାଗର ଟିମ୍ ହାତୀର ଚଳପ୍ରଚଳ ଉପରେ ନଜର ରଖିଥିଲେ। ହାତୀର ଗତିବିଧି ଉପରେ ନଜର ରଖୁଥିବା ବେତନଟୀ ବନବିଭାଗର ଟିମ୍ ହାତୀର ଗୋଡ଼ରେ ସମସ୍ୟା ଥିବା ନେଇ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଗତକାଲି ବନ ବିଭାଗ କର୍ମଚାରୀ ମଶିଣାକାଟି ଜଙ୍ଗଲରେ ପହଞ୍ଚି ହାତୀଟିକୁ ପ୍ରଥମେ ଟ୍ରାଙ୍କୁଲାଇଜ୍ କରିଥିଲେ। ପରେ ଓୟୁଏଟିରୁ ଆସିଥିବା ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଅପରେସନ କରି ଦନ୍ତାର ଗୋଡ଼ରୁ ପ୍ଲାଷ୍ଟିକ ରଶି ବାହାର କରିଥିଲେ। ଏହାସହ ଘା’କୁ ସଫା କରିବା ସହିତ ଔଷଧ ଲଗାଇ ଦେଇଥିଲେ। ହେଲେ ଆଜି ହାତୀଟିର ମୃତ୍ୟୁ ଘଟିଛି। ହାତୀଟିର ଶବ ବ୍ୟବଚ୍ଛେଦ କରିବା ସହିତ ଲାବୋରୋଟୋରିକୁ ପଠାଇବା ପାଇଁ ବିଭିନ୍ନ ନମୂନା ସଂଗ୍ରହ କରାଯାଇଛି।
ସେପ୍ଟି ସେମିଆରେ ହାତୀଟିର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। କାରଣ ଚିକିତ୍ସାରେ ବିଳମ୍ବ ଯୋଗୁ କ୍ଷତରୁ ପୂରା ଶରୀର ସଂକ୍ରମିତ ହୋଇଯାଇଥିବା କୁହାଯାଉଛି। ବାରହା ଶିକାର ପାଇଁ ଲଗାଯାଇଥିବା ଫାଶରେ ହାତୀ ପଡ଼ିଯିବାରୁ ଗୋଡ଼ରେ ବିରାଟ କ୍ଷତ ସୃଷ୍ଟି ହୋଇଥିବାର ଅନୁମାନ କରାଯାଉଛି। ହାତୀର ବାମପଟ ଆଗ ଗୋଡ଼ରେ ପ୍ଲାଷ୍ଟିକ ରଶି ଛନ୍ଦିହୋଇ ଯାଇଥିଲା। ଗୋଡ଼ରେ ପ୍ଲାଷ୍ଟିକ୍ ରଶି ଜୋରରେ ଚାପିହୋଇ ରହି ଯାଇଥିବାରୁ ଗଭୀର କ୍ଷତ ସୃଷ୍ଟି କରିଥିଲା। ଧୀରେ ଧୀରେ କ୍ଷତ ବଢ଼ିବା ସହିତ ଯନ୍ତ୍ରଣା ପାଇଁ ହାତୀଟି ସ୍ୱାଭାବିକ ଭାବେ ଚଳପ୍ରଚଳ କରିପାରୁନଥିଲ। କ୍ଷତରୁ ରକ୍ତସ୍ରାବ ହେବାସହିତ ପଚା ଦୁର୍ଗନ୍ଧ ମଧ୍ୟ ବାହାରୁଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
