ବ୍ରହ୍ମପୁର(ଜଗନ୍ନାଥ ସାହୁ): ୬ ଘଣ୍ଟାର ଅପରେସନ୍ ପରେ ଖାଲରୁ ଉଦ୍ଧାର ହେଲା ଏକ ମାଈ ହାତୀ। ଗତକାଲି ହାତୀଟି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବନାଞ୍ଚଳ ଅନ୍ତର୍ଗତ ଅଲାରିଗଡ଼ ନିକଟସ୍ଥ ଏକ ଖାଲରେ ପଡ଼ି ଯାଇଥିଲା। ଏନେଇ ଗାଁଲୋକଙ୍କ ଠାରୁ ରାତି ପ୍ରାୟ ୭ଟା ବେଳେ ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ଯାଇ ପହଞ୍ଚିଥିଲା। ହେଲେ ଖାଲ ଚାରିପଟେ ୧୦ରୁ ଅଧିକ ହାତୀ ଘେରି ରହିଥିଲେ। ଏଥିସହ ରାତି ହୋଇ ଯାଇଥିବାରୁ ହାତୀଟିକୁ ବିନ ବିଭାଗ ବାହାର କରିପାରି ନଥିଲା।
ଆଜି ଭୋର ପ୍ରାୟ ୪ଟାରୁ ବନବିଭାଗ ହାତୀପଲଙ୍କୁ ଘୋଉଡ଼ାଇବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଏହା ପରେ ପ୍ରାୟ ୬ ଘଣ୍ଟାର ପରିଶ୍ରମ ପରେ ସକାଳ ପ୍ରାୟ ୧୦ଟା ବେଳେ ହାତୀଟିକୁ ଖାଲ ଭିତରୁ ଉଦ୍ଧାର କରିବାରେ ବନ ବିଭାଗ ସକ୍ଷମ ହୋଇଥିଲା। ପ୍ରଥମେ ବନ ବିଭାଗ କର୍ମଚାରୀମାନେ ଖାଲରେ ପାଣି ପକାଇ ହାତୀକୁ ବାହାର କରିବାକୁ ଚେଷ୍ଟା କରିଥିଲେ। ହେଲେ ଏଥିରେ ସଫଳ ହୋଇ ନଥିଲେ। ଏହାପରେ ଏକ କ୍ରେନ ଓ ଜେସିବି ଦ୍ୱାରା ଏକ ଟ୍ରେଞ୍ଚ ଖୋଳି ହାତୀକୁ ଖାଲରୁ ବାହାର କରାଯାଇଥିଲା। ହାତୀଟି ବାହାରକୁ ଆସିବା ପରେ ଦୌଡ଼ି ନିକଟସ୍ଥ ଜଙ୍ଗଲକୁ ପଳାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ହାଟରୁ ମିଳିଥିଲା ଅଧା ପୋଡ଼ା ମୃତଦେହ; ଟଙ୍କା ନ ଦେବାରୁ ଜାଳିଦେଇଥିଲେ ଦୁଇ ଦୋକାନୀ
ଗତ ୧୬ତାରିଖରେ କନ୍ଦା ମହାନ୍ତ କେନ୍ଦୁଜୁଆଣି ହାଟକୁ ଆସିଥିଲେ। ସେଠାରେ ସେ ଉଭୟ ଦୋକାନୀଙ୍କ ନିକଟରୁ ପତ୍ରପୋଡା ମାଂସ ସହିତ ଚଣା ଆଣି ଖାଇଥିଲେ। ମାତ୍ର ସେମାନଙ୍କୁ ସେ ଟଙ୍କା ଦେଇ ନ ଥିଲେ।
Politics
ପିଏସୟୁକୁ କେମିତି ମିଳୁଛି କାମ?
ଭୁବନେଶ୍ୱରରେ ଏକ ତାରକା ହୋଟେଲ ସାମନାରେ ଲାଞ୍ଚ ପାଇଁ ନିଆଯାଉଥିବା ୧୦ ଲକ୍ଷ ଟଙ୍କା ଧରା ପଡ଼ିବା ପରେ ଏବେ ସିବିଆଇ ରାଡରରେ ଆଇଏଏସ ଅଫିସର ବିଷ୍ଣୁପଦ ସେଠୀ।
Crime
ପୁଲିସ ବାବୁଙ୍କ ଦବଙ୍ଗଗିରି; ଅଭିଯୁକ୍ତକୁ ନିର୍ଧୂମ ପିଟିଲେ, ପିଠି ଉପରେ ଚଢ଼ିଗଲେ
ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ।
Crime
ଆକ୍ସନ ମୁଡରେ ଇଡି; ଦ୍ୱିତୀୟ ଦିନରେ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ରେଡ୍
ଗତକାଲି ସମ୍ବଲପୁରରେ ଥିବା ବିଶ୍ୱ ଏନଜିଓର ମୁଖ୍ୟ କାର୍ଯ୍ୟାଳୟ ସମେତ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଦିଲ୍ଲୀରେ ମଧ୍ୟ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା।
Crime
ତାତିଲେ ଗ୍ରାମବାସୀ, ଦୁର୍ଦ୍ଦାନ୍ତ ନକ୍ସଲ ହିଡମା ଘରକୁ ମାଟିରେ ମିଶାଇଦେଲେ
ହିଡମା ନିଜ ଗାଁ ଲୋକଙ୍କୁ ସବୁବେଳେ ଡରାଇ ଧମକାଇ ରଖିଥିବା ବେଳେ ବହୁ ଲୋକ ଗାଁ ଛାଡ଼ି ଚାଲି ଯାଇଥିଲେ। ମାତ୍ର ଏବେ ସେନା ସହଯୋଗରେ ହିଡମା ଘରକୁ ମାଟିରେ ମିଶାଇ ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ।