Advertisment

୬ ଘଣ୍ଟାର ଅପରେସନ୍ ପରେ ଖାଲରୁ ବାହାରିଲା ହାତୀ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ୬ ଘଣ୍ଟାର ଅପରେସନ୍‌ ପରେ ଖାଲରୁ ଉଦ୍ଧାର ହେଲା ଏକ ମାଈ ହାତୀ। ଗତକାଲି ହାତୀଟି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବନାଞ୍ଚଳ ଅନ୍ତର୍ଗତ ଅଲାରିଗଡ଼ ନିକଟସ୍ଥ ଏକ ଖାଲରେ ପଡ଼ି ଯାଇଥିଲା। ଏନେଇ ଗାଁଲୋକଙ୍କ ଠାରୁ ରାତି ପ୍ରାୟ ୭ଟା ବେଳେ ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ଯାଇ ପହଞ୍ଚିଥିଲା। ହେଲେ ଖାଲ ଚାରିପଟେ ୧୦ରୁ ଅଧିକ ହାତୀ ଘେରି ରହିଥିଲେ। ଏଥିସହ ରାତି ହୋଇ ଯାଇଥିବାରୁ ହାତୀଟିକୁ ବିନ ବିଭାଗ ବାହାର […]

ଅଦ୍ୟତନ ହୋଇଛି
୬ ଘଣ୍ଟାର ଅପରେସନ୍ ପରେ ଖାଲରୁ ବାହାରିଲା ହାତୀ

berhampur

Advertisment

ବ୍ରହ୍ମପୁର(ଜଗନ୍ନାଥ ସାହୁ): ୬ ଘଣ୍ଟାର ଅପରେସନ୍‌ ପରେ ଖାଲରୁ ଉଦ୍ଧାର ହେଲା ଏକ ମାଈ ହାତୀ। ଗତକାଲି ହାତୀଟି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବନାଞ୍ଚଳ ଅନ୍ତର୍ଗତ ଅଲାରିଗଡ଼ ନିକଟସ୍ଥ ଏକ ଖାଲରେ ପଡ଼ି ଯାଇଥିଲା। ଏନେଇ ଗାଁଲୋକଙ୍କ ଠାରୁ ରାତି ପ୍ରାୟ ୭ଟା ବେଳେ ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ଯାଇ ପହଞ୍ଚିଥିଲା। ହେଲେ ଖାଲ ଚାରିପଟେ ୧୦ରୁ ଅଧିକ ହାତୀ ଘେରି ରହିଥିଲେ। ଏଥିସହ ରାତି ହୋଇ ଯାଇଥିବାରୁ ହାତୀଟିକୁ ବିନ ବିଭାଗ ବାହାର କରିପାରି ନଥିଲା।

Advertisment

publive-imageଆଜି ଭୋର ପ୍ରାୟ ୪ଟାରୁ ବନବିଭାଗ ହାତୀପଲଙ୍କୁ ଘୋଉଡ଼ାଇବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଏହା ପରେ ପ୍ରାୟ ୬ ଘଣ୍ଟାର ପରିଶ୍ରମ ପରେ ସକାଳ ପ୍ରାୟ ୧୦ଟା ବେଳେ ହାତୀଟିକୁ ଖାଲ ଭିତରୁ ଉଦ୍ଧାର କରିବାରେ ବନ ବିଭାଗ ସକ୍ଷମ ହୋଇଥିଲା। ପ୍ରଥମେ ବନ ବିଭାଗ କର୍ମଚାରୀମାନେ ଖାଲରେ ପାଣି ପକାଇ ହାତୀକୁ ବାହାର କରିବାକୁ ଚେଷ୍ଟା କରିଥିଲେ। ହେଲେ ଏଥିରେ ସଫଳ ହୋଇ ନଥିଲେ। ଏହାପରେ ଏକ କ୍ରେନ ଓ ଜେସିବି ଦ୍ୱାରା ଏକ ଟ୍ରେଞ୍ଚ ଖୋଳି ହାତୀକୁ ଖାଲରୁ ବାହାର କରାଯାଇଥିଲା। ହାତୀଟି ବାହାରକୁ ଆସିବା ପରେ ଦୌଡ଼ି ନିକଟସ୍ଥ ଜଙ୍ଗଲକୁ ପଳାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe