Advertisment

ପ୍ରେମା ଗୋଡ଼ରେ ଘା’, ବାସନ୍ତୀର ବଦହଜମି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନନ୍ଦନକାନନରେ ହାତୀ ପ୍ରେମା ଅସୁସ୍ଥ ହୋଇପଡ଼ିଛି। ତା’ ଗୋଡ଼ରେ ଘା’ ହୋଇଛି। ସେ ଛୋଟେଇ ଛୋଟେଇ ଚାଲୁଛି। ତା’ର ଚିକିତ୍ସା ପାଇଁ ଆସିବ ଓୟୁଏଟିର ଡାକ୍ତରୀ ଟିମ। ଆଜି ଏହି ସୂଚନା ଦେଇଛନ୍ତି ନନ୍ଦନକାନନ ଉପନିର୍ଦ୍ଦେଶକ ସଂଜିତ କୁମାର। ଏବେ ପ୍ରେମାକୁ ଆଣ୍ଟିବାୟୋଟିକ ଔଷଧ ଦିଆଯାଉଛି। ହାତୀର ଚିକିତ୍ସା ନେଇ ଅନ୍ୟ ରାଜ୍ୟ ବିଶେଷଜ୍ଞଙ୍କ ସହ ମଧ୍ୟ ଆଲୋଚନା ହୋଇଛି। ହାତୀ ଏବେ ବାର୍ଦ୍ଧକ୍ୟରେ ପୀଡ଼ିତ। ତେଣୁ ସ୍ବାଭାବିକ ଭାବେ ତା’ ଗୋଡ଼ରେ ଘା’ […]

author-image
Niranjan Mishra
ଅଦ୍ୟତନ ହୋଇଛି
ପ୍ରେମା ଗୋଡ଼ରେ ଘା’, ବାସନ୍ତୀର ବଦହଜମି

elephant-1

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନନ୍ଦନକାନନରେ ହାତୀ ପ୍ରେମା ଅସୁସ୍ଥ ହୋଇପଡ଼ିଛି। ତା’ ଗୋଡ଼ରେ ଘା’ ହୋଇଛି। ସେ ଛୋଟେଇ ଛୋଟେଇ ଚାଲୁଛି। ତା’ର ଚିକିତ୍ସା ପାଇଁ ଆସିବ ଓୟୁଏଟିର ଡାକ୍ତରୀ ଟିମ। ଆଜି ଏହି ସୂଚନା ଦେଇଛନ୍ତି ନନ୍ଦନକାନନ ଉପନିର୍ଦ୍ଦେଶକ ସଂଜିତ କୁମାର।

Advertisment

ଏବେ ପ୍ରେମାକୁ ଆଣ୍ଟିବାୟୋଟିକ ଔଷଧ ଦିଆଯାଉଛି। ହାତୀର ଚିକିତ୍ସା ନେଇ ଅନ୍ୟ ରାଜ୍ୟ ବିଶେଷଜ୍ଞଙ୍କ ସହ ମଧ୍ୟ ଆଲୋଚନା ହୋଇଛି। ହାତୀ ଏବେ ବାର୍ଦ୍ଧକ୍ୟରେ ପୀଡ଼ିତ। ତେଣୁ ସ୍ବାଭାବିକ ଭାବେ ତା’ ଗୋଡ଼ରେ ଘା’ ହେଉଛି। ଘା’ ଶୁଖୁ  ନଥିବାରୁ ହାତୀ ଅସୁସ୍ଥ ହୋଇପଡ଼ିଛି। ତା’ର ଆବଶ୍ୟକ ଚିକିତ୍ସା ଚାଲିଛି। ବର୍ତ୍ତମାନ ହାତୀଟି ଛିଡା ହୋଇ ପାରିବା ସହ ଠିକ ଭାବେ ଖାଇବା ପିଇବା କରୁଛି। ତେଣୁ ହାତୀ ଉପରେ ବିପଦ ନାହିଁ ବୋଲି ସଂଜିତ କୁମାର କହିଛନ୍ତି।

ସେ ଆହୁରି କହିଛନ୍ତି, ମାଈ ହାତୀ ବାସନ୍ତୀ ମଧ୍ୟ ବାର୍ଦ୍ଧକ୍ୟ ଅବସ୍ଥାରେ ପହଞ୍ଚି ଥିବାରୁ ତା’ର ଦାନ୍ତ ନାହିଁ। ତେଣୁ ସେ ଅନେକ ସମୟରେ ଖାଦ୍ୟ ଠିକ୍ ଭାବେ ହଜମ କରିପାରୁନି। ତେଣୁ ବଦହଜମି ହେଉଛି। ତେବେ ଏହି ଦୁଇ ହାତୀ ଖାଦ୍ୟ ଖାଉଥିବାରୁ ବିଶେଷ ଅସୁବିଧା ନାହିଁ। ଯଦି କେହି ଖାଦ୍ୟ ଛାଡ଼ି ଦିଅନ୍ତି ତେବେ ଶରୀର ଅବସ୍ଥା ଖରାପ ଅଛି ବୋଲି ଧରାଯିବ ବୋଲି ସେ କହିଛନ୍ତି।

Advertisment

ସେହିପରି ନନ୍ଦନକାନନରେ ଥିବା ଗୋଟିଏ ହେଟା ବାଘର ଝାଡ଼ାବାନ୍ତି ହେଉଛି। ତେଣୁ ତା’ର ଚିକିତ୍ସା ଚାଲିଛି। ସେ ଶୀଘ୍ର ଠିକ୍ ହୋଇଯିବ ବୋଲି ଆଶା ରହିଛି ବୋଲି ସେ ସୂଚନା ଦେଇଛନ୍ତି।