Advertisment

ପିପିଲିରୁ ରାଜଧାନୀମୁହାଁ ଦନ୍ତା କରୁଥିଲା ନାକେଦମ, ହେଲା ଟ୍ରାଙ୍କୁଲାଇଜ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ଦିନ ସାରା ପିପିଲିରେ ଉପଦ୍ରବ ଚଳାଇଥିବା ଦନ୍ତା ହାତୀ ରାତିରେ ରାଜଧାନୀମୁହାଁ ହୋଇଥିଲା। ରାଜଧାନୀର ବିଭିନ୍ନ ଜନବସତି ଅଞ୍ଚଳରେ ହାତୀଟି ବୁଲିବାକୁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଏପରିକି ହାତୀ ଭୟରେ ଖାଁ ଖାଁ ହୋଇ ପଡ଼ିଥିଲା ରାଜଧାନୀର ରାଜରାସ୍ତା।  ରାତି ସାରା ହାତୀ ପିଛା ଧାଇଁ ଧାଇଁ ହାଲିଆ ହୋଇ ପଡ଼ିଥିବା ବନ ବିଭାଗ ଟିମ୍‌ ଆଜି ଭୋରରୁ ହାତୀଟିକୁ  ଆଇଗିଣିଆ ଆର୍ୟୁବେଦ ପାର୍କରେ ଥିବା ବେଳେ ଟ୍ରାଙ୍କୁଲାଇଜ କରିଛନ୍ତି। ତେଣୁ ଆଉ […]

ଅଦ୍ୟତନ ହୋଇଛି
ପିପିଲିରୁ ରାଜଧାନୀମୁହାଁ ଦନ୍ତା କରୁଥିଲା ନାକେଦମ, ହେଲା ଟ୍ରାଙ୍କୁଲାଇଜ୍‌

hati

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ଦିନ ସାରା ପିପିଲିରେ ଉପଦ୍ରବ ଚଳାଇଥିବା ଦନ୍ତା ହାତୀ ରାତିରେ ରାଜଧାନୀମୁହାଁ ହୋଇଥିଲା। ରାଜଧାନୀର ବିଭିନ୍ନ ଜନବସତି ଅଞ୍ଚଳରେ ହାତୀଟି ବୁଲିବାକୁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଏପରିକି ହାତୀ ଭୟରେ ଖାଁ ଖାଁ ହୋଇ ପଡ଼ିଥିଲା ରାଜଧାନୀର ରାଜରାସ୍ତା।  ରାତି ସାରା ହାତୀ ପିଛା ଧାଇଁ ଧାଇଁ ହାଲିଆ ହୋଇ ପଡ଼ିଥିବା ବନ ବିଭାଗ ଟିମ୍‌ ଆଜି ଭୋରରୁ ହାତୀଟିକୁ  ଆଇଗିଣିଆ ଆର୍ୟୁବେଦ ପାର୍କରେ ଥିବା ବେଳେ ଟ୍ରାଙ୍କୁଲାଇଜ କରିଛନ୍ତି। ତେଣୁ ଆଉ ରାତି ପର୍ଯ୍ୟନ୍ତ ଅପେକ୍ଷା ନ କରି ସକାଳୁ ସକାଳୁ ହିଁ ହାତୀଟିକୁ ଚନ୍ଦକା ଜଙ୍ଗଲ ସ୍ଥାନାନ୍ତର କରାଯିବାକୁ ବ୍ୟବସ୍ଥା କରାଯାଇଛି।

Advertisment

ଗତକାଲି ଦିନରେ ପିପିଲିରେ ଆତଙ୍କରାଜ ଚଳାଇଥିବା ହାତୀଟି  ମଧ୍ୟ ରାତ୍ରିରେ ଧଉଳିମୁହାଁ ହୋଇଥିଲା। ଏହାପରେ ଗ୍ୟାରେଜ ଛକ ଦେଇ ହାତୀଟି ଲିଙ୍ଗରାଜ ମନ୍ଦିର ନିକଟରେ ପହଞ୍ଚିଥିଲା । ସେଠାରୁ ହାତୀଟି ସୁନ୍ଦରପଦା ଅଞ୍ଚଳକୁ ଚାଲି ଯାଇଥିଲା।  ଆଗରେ ହାତୀ ଚାଲୁଥିବାବେଳେ ଏହାକୁ ଘଉଡ଼ାଇବାକୁ ପଛେ ପଛେ ବନବିଭାଗ ଓ ପୁଲିସ୍‌ ଟିମ ଚାଲିଥିଲେ । ହାତୀଟି ଜନବସତିମୁହାଁ ହେବାରୁ ଲୋକେ ଭୟଭୀତ ହୋଇ ପଡ଼ି ଘରେ ପଶି ରହିଥିଲେ।  କୌଣସି ଅଘଟଣ ଆଶଙ୍କାରେ ବନବିଭାଗ, ପୁଲିସର ଏକାଧିକ ଟିମ୍ ନିୟୋଜିତ ହୋଇଥିଲେ।

ପ୍ରାୟ ଶହେରୁ ଊର୍ଦ୍ଧ୍ୱ କର୍ମଚାରୀ ହାତୀ ଘଉଡ଼ାଇବାକୁ ଟିମ୍‌ ନିୟୋଜିତ ହୋଇଥିଲେ ।  ଖୋର୍ଦ୍ଧା ବନ ବିଭାଗ, ସିଟି ଫରେଷ୍ଟ ଡିଭିଜନ ଡିଏଫ୍ଓ ମଧ୍ୟ ଏଥିରେ ସାମିଲ ହୋଇଥିଲେ  । ହାତୀକୁ ଘଉଡ଼ାବାକୁ ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା ।

Advertisment

ହାତୀଟି ଆଇଗିଣିଅ ଆର୍ୟୁବେଦ ଜଙ୍ଗଲରେ ଭୋର ୩ଟାରେ ପ୍ରବେଶ କରିଥିଲା। ଭୋର ୫ଟାରେ ତାକୁ ଟ୍ରାଙ୍କୁଲାଇଜ କରାଯାଇଛି। ତା’ ଗୋଡ଼ ୨ଟିକୁ ଲୁହା କଡ଼ିରେ ବନ୍ଧା ଯାଇଛି। ହାତୀଟି ବେହୋସ ନ ହେଲେ ଆଉ ଏକ ଟ୍ରାଙ୍କୁଲାଇଜ ଡୋଜ ଦିଆଯିବ ବୋଲି ଜଣାଯାଇଛି। ଏହାପରେ ହାତୀକୁ ଜଙ୍ଗଲକୁ ନିଆଯିବ । ଏଥିନିମନ୍ତେ ୨ଟି ହାଇଡ୍ରା, ୨ଟି ଜେସିବି, ଏକ ଟ୍ରକ୍‌ ପ୍ରସ୍ତୁତ ରହିଛି।  ଚାରିଆଡ଼େ ଜନବସତି ଥିବାରୁ କୌଣସି ଅଘଟଣ ଆଶଙ୍କା ସେମାନଙ୍କୁ ଘାରୁଛି।  ତେଣୁ ଆଉ ସନ୍ଧ୍ୟାକୁ ଅପେକ୍ଷା ନ କରି ତୁରନ୍ତ ହାତୀକୁ ଜଙ୍ଗଲକୁ ସ୍ଥାନାନ୍ତର କରିବାକୁ ତତ୍ପର ହୋଇ ଉଠିଛନ୍ତି ବନ ବିଭାଗ ଅଧିକାରୀ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe