Advertisment

ବିପଦ ବାରିଲା ମା’ ହାତୀ, ୨ ଜଣଙ୍କୁ କଚାଡ଼ି ଦେଲା

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ମା’ ମମତାର ମୂଲ ନାହିଁ। ନିଜ ଛୁଆର ସୁରକ୍ଷା ପାଇଁ କିଛି ବି କରିପାରେ ମା’। ଛୁଆ ଉପରେ ବିପଦ ଆଶଙ୍କା କଲେ କେତେବେଳେ ନିଜେ ପ୍ରଥମେ ତାହାର ସମ୍ମୁଖୀନ ହୁଏ , ତ କେତେବେଳେ ଆକ୍ରମଣ କରିବାକୁ ପଛାଏ ନାହିଁ। କେବଳ ମଣିଷ ନୁହେଁ, ପଶୁଙ୍କ କ୍ଷେତ୍ରରେ ମଧ୍ୟ ଏପରି ଦେଖିବାକୁ ମିଳେ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନୂଆପଲ୍ଲୀ ଗାଁରେ ଘଟିଛି । ସଦ୍ୟ […]

ଅଦ୍ୟତନ ହୋଇଛି
ବିପଦ ବାରିଲା ମା’ ହାତୀ, ୨ ଜଣଙ୍କୁ କଚାଡ଼ି ଦେଲା

hati-1111

Advertisment

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ମା’ ମମତାର ମୂଲ ନାହିଁ। ନିଜ ଛୁଆର ସୁରକ୍ଷା ପାଇଁ କିଛି ବି କରିପାରେ ମା’। ଛୁଆ ଉପରେ ବିପଦ ଆଶଙ୍କା କଲେ କେତେବେଳେ ନିଜେ ପ୍ରଥମେ ତାହାର ସମ୍ମୁଖୀନ ହୁଏ , ତ କେତେବେଳେ ଆକ୍ରମଣ କରିବାକୁ ପଛାଏ ନାହିଁ। କେବଳ ମଣିଷ ନୁହେଁ, ପଶୁଙ୍କ କ୍ଷେତ୍ରରେ ମଧ୍ୟ ଏପରି ଦେଖିବାକୁ ମିଳେ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନୂଆପଲ୍ଲୀ ଗାଁରେ ଘଟିଛି ।

Advertisment

ସଦ୍ୟ ଛୁଆ ଜନ୍ମ ଦେଇଥିବା ଏକ ହାତୀ ଚତୁଃପାର୍ଶ୍ୱରେ ହେଉଥିବା କୋଳାହଳକୁ ଦେଖି ଆତଙ୍କିତ ହୋଇପଡ଼ିଥିଲା। ତା’ ଛୁଆ ଉପରେ ଅତର୍କିତ ଆକ୍ରମଣ ଆଶଙ୍କାରେ ଉଗ୍ର ରୂପ ଧାରଣ କରିଥିବା ମାଈ ହାତୀଟି ସଙ୍ଗେ ସଙ୍ଗେ ଲୋକ ଗହଳିକୁ ଘୋଉଡ଼ାଇବାକୁ ଚେଷ୍ଟା କରି ୨ ଜଣଙ୍କୁ କଚାଡ଼ି ମାରି ଦେଇଛି।  ମୃତକଦ୍ୱୟ ହେଲେ ଗାଲେରି ଗ୍ରାମର ଯୁବକ ଗଣେଶ ଗୌଡ଼ ଓ ଅନ୍ୟ  ଜଣେ ନୂଆପଲ୍ଲୀ ଗ୍ରାମର ସୁକୁରୁ ନାଇକ।

ଘଟଣା ଏପରି ହେଲା ଯେ, ଗତ କାଲି ଦିନ ସାରା ଏକ ମୃତଦେହକୁ ହାତୀପଲ ଜଗି ରହିବାରୁ ବନ ବିଭାଗକୁ ନାକେଦମ ହେବାକୁ ପଡ଼ିଲା। ଶେଷରେ ଦୀର୍ଘ ସମୟର କସରତ ପରେ ବନ ବିଭାଗ କର୍ମଚାରୀ ରାତିରେ ହାତୀପଲଙ୍କୁ ଘଉଡ଼ାଇ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।

Advertisment

ସୂଚନାଯୋଗ୍ୟ, ଗତ ଶନିବାର ନୂଆପଲ୍ଲୀ ଗାଁକୁ ଏକ ୨୨ ଟିକିଆ ହାତୀ ପଲ ପଶି ଆସିଥିଲେ । ଯାହାକୁ ଘଉଡ଼ାଇବାକୁ ଗାଁଲୋକେ ଗତକାଲି ସକାଳେ ଏକାଠି ହୋଇଥିଲେ । ତେବେ ଏହି ସମୟରେ କିଛି ଯୁବକ ହାତୀପଲଙ୍କ ଫଟୋ ଉଠାଇଥିଲେ। ଲୋକଙ୍କ କୋଳାହଳ ଯୋଗୁ  ଛୁଆ ଜନ୍ମ କରିଥିବା ହାତୀଟି ଉତ୍ତ୍ୟକ୍ତ ହୋଇପଡ଼ି ଲୋକଙ୍କୁ ଘଉଡ଼ାଇଥିଲା।

ଏହି ସମୟରେ ସୁକୁରୁ ନାଇକଙ୍କୁ ହାତୀ ଘଟଣାସ୍ଥଳରେ ହିଁ କଚାଡ଼ି ମାରି ଦେଇଥିଲା । ହାତୀ ଆକ୍ରମଣରେ ଗୁରୁତର ଗଣେଶ ଗୌଡ଼ଙ୍କୁ ପ୍ରଥମେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ହୋଇଥିବା ବେଳେ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର ବେଳେ ତାଙ୍କ ମୃତ୍ୟୁ ହୋଇଛି ।

ଗତକାଲି ଦିନ ସାରା ସୁକୁରୁଙ୍କ ମୃତଦେହ ପଡ଼ିଥିବା ସ୍ଥାନକୁ ହାତୀପଲ ଜଗି ରହିବାରୁ ପରିବାର ଲୋକେ ମୃତଦେହ  ନେଇ ପାରି ନ ଥିଲେ। ଏହାପରେ ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀ ଘଉଡ଼ାଇବାକୁ ବିଭିନ୍ନ କୌଶଳ ଆପଣାଇଥିଲେ। ଏହାପରେ ଗତକାଲି ସନ୍ଧ୍ୟା ପରେ ହାତୀ ପଲ ଯିବାରୁ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe