Advertisment

ଶୌଚ ପାଇଁ ଯାଇଥିଲେ; ଦଳି ଦେଲା ଦନ୍ତା

ରେଢ଼ାଖୋଲ (ରମାକାନ୍ତ ମହାନନ୍ଦ): ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ରେଞ୍ଜ ଅନ୍ତର୍ଗତ ହେମାମୁରା ଗାଁରେ ଜଣେ ମହିଳାଙ୍କୁ ଏକ ଦନ୍ତା ହାତୀ ଦଳି ଦେଇଛି। ମୃତ ମହିଳାଙ୍କ ନାଁ ପ୍ରଭାତୀ ପ୍ରଧାନ। ଗତକାଲି ସନ୍ଧ୍ୟାରେ ପ୍ରଭାତୀ ତାଙ୍କ ଘର ବାରିପଟକୁ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ସେ ଏହି ଦନ୍ତା ହାତୀ ସେଠାରେ ପହଞ୍ଚି ଯାଇଥିଲା ଓ ତାଙ୍କୁ ଦଳି ଦେଇଥିଲା। ପ୍ରଭାତୀ ଫେରିବାରେ ବିଳମ୍ୱ ହେବାରୁ ତାଙ୍କ ଘର ଲୋକେ ଖୋଜାଖୋଜି କରିଥିଲେ। ଏହାପରେ ତାଙ୍କ […]

ଝୁଲନ୍ତା ମୃତଦେହ ଉଦ୍ଧାର

deadbody

Advertisment

ରେଢ଼ାଖୋଲ (ରମାକାନ୍ତ ମହାନନ୍ଦ): ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ରେଞ୍ଜ ଅନ୍ତର୍ଗତ ହେମାମୁରା ଗାଁରେ ଜଣେ ମହିଳାଙ୍କୁ ଏକ ଦନ୍ତା ହାତୀ ଦଳି ଦେଇଛି। ମୃତ ମହିଳାଙ୍କ ନାଁ ପ୍ରଭାତୀ ପ୍ରଧାନ।

Advertisment

ଗତକାଲି ସନ୍ଧ୍ୟାରେ ପ୍ରଭାତୀ ତାଙ୍କ ଘର ବାରିପଟକୁ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ସେ ଏହି ଦନ୍ତା ହାତୀ ସେଠାରେ ପହଞ୍ଚି ଯାଇଥିଲା ଓ ତାଙ୍କୁ ଦଳି ଦେଇଥିଲା। ପ୍ରଭାତୀ ଫେରିବାରେ ବିଳମ୍ୱ ହେବାରୁ ତାଙ୍କ ଘର ଲୋକେ ଖୋଜାଖୋଜି କରିଥିଲେ। ଏହାପରେ ତାଙ୍କ ମୃତଦେହ ପାଇଥିଲେ। ଏନେଇ ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ହେଲେ ବନ ବିଭାଗ ଘଟଣାସ୍ଥଳରେ ବହୁ ବିଳମ୍ୱରେ ପହଞ୍ଚିଥିଲା। ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକଙ୍କୁ ବନ ବିଭାଗ କର୍ମଚାରୀମାନେ ବୁଝାସୁଝା କରିଥିଲା। ଏଥିସହ ଶବ ସତ୍କାର ପାଇଁ ୧୦ ହଜାର ଟଙ୍କା ଓ ସରକାରଙ୍କ ତରଫରୁ ୪ ଲକ୍ଷ ଟଙ୍କା ଦିଆଯିବା ନେଇ ପ୍ରତିଶ୍ରୁତି ମିଳିବା ପରେ ଉତ୍ତେଜନା ଥମିଥିଲା।  କିଛି ଦିନ ହେବ ଏହି ଅଞ୍ଚଳରେ ଏହି ଦନ୍ତା ହାତୀ ଆତଙ୍କ ଖେଳାଉଥିବା ସୂଚନା ମିଳିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe