Advertisment

ଜଙ୍ଗଲକୁ ଯାଇଥିଲେ; ଦଳିଦେଲା ହାତୀ

ଅନୁଗୋଳ(ବିରଜା ଦାଶ): ଅନୁଗୋଳ ବନଖଣ୍ଡର ବନ୍ତଳା ବନାଞ୍ଚଳର ବାରଗୌଣିଆ ଗାଁରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁଦାମ ପ୍ରଧାନ। ଆଜି ସକାଳେ ସୁଦାମ ତାଙ୍କ ଗାଁ ନିକଟସ୍ଥ ଜଙ୍ଗଲକୁ ଡାଳପତ୍ର ସଂଗ୍ରହ ପାଇଁ ଯାଇଥିଲେ। ଏହି ସମୟରେ ସେ ଏକ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀ ତାଙ୍କୁ କଚାଡ଼ି ଦେବା ସହ ଦଳି ଦେଇଥିଲା। ଖବର ପାଇ ବନବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସୁଦାମଙ୍କ […]

author-image
Jyoshna Pradhan
ଜଙ୍ଗଲକୁ ଯାଇଥିଲେ; ଦଳିଦେଲା ହାତୀ

angul

ଅନୁଗୋଳ(ବିରଜା ଦାଶ): ଅନୁଗୋଳ ବନଖଣ୍ଡର ବନ୍ତଳା ବନାଞ୍ଚଳର ବାରଗୌଣିଆ ଗାଁରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁଦାମ ପ୍ରଧାନ।

Advertisment

ଆଜି ସକାଳେ ସୁଦାମ ତାଙ୍କ ଗାଁ ନିକଟସ୍ଥ ଜଙ୍ଗଲକୁ ଡାଳପତ୍ର ସଂଗ୍ରହ ପାଇଁ ଯାଇଥିଲେ। ଏହି ସମୟରେ ସେ ଏକ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀ ତାଙ୍କୁ କଚାଡ଼ି ଦେବା ସହ ଦଳି ଦେଇଥିଲା। ଖବର ପାଇ ବନବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସୁଦାମଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ତାଙ୍କ ସର୍ମ୍ପକୀୟମାନେ ଦାବି କରିଛନ୍ତି।