Advertisment

ଶୌଚ ପାଇଁ ଯାଉଥିଲେ, ଦଳି ଦେଲା ହାତୀ

ବାରିପଦା(ମାଣିକଲାଲ୍ ପାଣି): ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜର କୁକୁଡ଼ାଯୋଡ଼ି ଗାଁରେ ହାତୀ ଆକ୍ରମଣଣେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଚତୁର୍ଭୁଜ ନାୟକ (୬୦)। ଆଜି ସକାଳେ ଚତୁର୍ଭୁଜ ଶୌଚ ହେବା ପାଇଁ ଗାଁ ମୁଣ୍ଡକୁ ଯାଉଥିବା ବେଳେ ଏକ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ସେଠାରେ ହାତୀ ତାଙ୍କୁ ଦଳି ଦେଇଥିଲା। ଏନେଇ ଖବର ପାଇ ବନ ବିଭାଗ କର୍ମଚାରୀଙ୍କ ସହିତ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ମୃତଦେହ ପାଖରେ ହାତୀପଲ […]

ଅଦ୍ୟତନ ହୋଇଛି
ଶୌଚ ପାଇଁ ଯାଉଥିଲେ, ଦଳି ଦେଲା ହାତୀ

elephantbaripada

Advertisment

ବାରିପଦା(ମାଣିକଲାଲ୍ ପାଣି): ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜର କୁକୁଡ଼ାଯୋଡ଼ି ଗାଁରେ ହାତୀ ଆକ୍ରମଣଣେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଚତୁର୍ଭୁଜ ନାୟକ (୬୦)।

Advertisment

ଆଜି ସକାଳେ ଚତୁର୍ଭୁଜ ଶୌଚ ହେବା ପାଇଁ ଗାଁ ମୁଣ୍ଡକୁ ଯାଉଥିବା ବେଳେ ଏକ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ସେଠାରେ ହାତୀ ତାଙ୍କୁ ଦଳି ଦେଇଥିଲା। ଏନେଇ ଖବର ପାଇ ବନ ବିଭାଗ କର୍ମଚାରୀଙ୍କ ସହିତ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ମୃତଦେହ ପାଖରେ ହାତୀପଲ ରହିଛନ୍ତି। ତେଣୁ ମୃତଦେହ ଉଦ୍ଧାର କରାଯାଇ ପାରି ନାହିଁ। ଗାଁ ଲୋକଙ୍କ ସହିତ ମିଶି ବନ ବିଭାଗ କର୍ମଚାରୀମାନେ ହାତୀପଲକୁ ଘୋଉଡ଼ାଇବାକୁ ପ୍ରୟାସ କରୁଛନ୍ତି।

publive-imageଗତକାଲି ରାତିରେ ଗାଁ ମୁଣ୍ଡରେ ୫ଟି ହାତୀ ଏବଂ ଦୁଇଟି ଛୁଆ ହାତୀ ରହିଥିଲେ। ଏହି ହାତୀପଲ କୁଲଡ଼ିହା ଅଭୟାରଣ୍ୟରୁ ଆସିଥିବା କୁହାଯାଉଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe