Advertisment

ପୁଅ ଆଗରେ ବାପାକୁ କଚାଡ଼ି ଦେଲା ହାତୀ

କାମାକ୍ଷାନଗର(ଓଡ଼ିଶା ରିପୋର୍ଟର): ପୁଅ ଆଗରେ ଦନ୍ତା ଆକ୍ରମଣରେ ଆଖି ବୁଜିଲା ବାପା। ତେବେ ହାତୀ ଆକ୍ରମଣରୁ ପୁଅ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାଯାଇଛି। ଏପରି ଦୁଃଖଦ ଘଟଣା  ଢେଙ୍କାନାଳ ଜିଲ୍ଲା ବନଖଣ୍ଡ ମହାବିରୋଡ ଫରେଷ୍ଟ ସେକ୍ସନ କନ୍ଦରାସିଂହା ଗାଁରେ ଘଟିଛି। ମିଳିଥିବା ସୂଚନା ମୁତାବକ, କନ୍ଦରାସିଂହା ଗାଁକୁ ଏକ ଦନ୍ତା ହାତୀ ପଶି ଆସିଥିଲା । ଏହି ସମୟରେ ପରଜଙ୍ଗ ଥାନା କନ୍ଦରସିଂହା ମଝିକା ଗାଁର ନିରଞ୍ଜନ ସ୍ୱାଇଁ ଓ ତାଙ୍କ ପୁଅ ଧାନ ଅମଳ କରି […]

ଅଦ୍ୟତନ ହୋଇଛି
ପୁଅ ଆଗରେ ବାପାକୁ କଚାଡ଼ି ଦେଲା ହାତୀ

eleph

Advertisment

କାମାକ୍ଷାନଗର(ଓଡ଼ିଶା ରିପୋର୍ଟର): ପୁଅ ଆଗରେ ଦନ୍ତା ଆକ୍ରମଣରେ ଆଖି ବୁଜିଲା ବାପା। ତେବେ ହାତୀ ଆକ୍ରମଣରୁ ପୁଅ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାଯାଇଛି। ଏପରି ଦୁଃଖଦ ଘଟଣା  ଢେଙ୍କାନାଳ ଜିଲ୍ଲା ବନଖଣ୍ଡ ମହାବିରୋଡ ଫରେଷ୍ଟ ସେକ୍ସନ କନ୍ଦରାସିଂହା ଗାଁରେ ଘଟିଛି।

Advertisment

ମିଳିଥିବା ସୂଚନା ମୁତାବକ, କନ୍ଦରାସିଂହା ଗାଁକୁ ଏକ ଦନ୍ତା ହାତୀ ପଶି ଆସିଥିଲା । ଏହି ସମୟରେ ପରଜଙ୍ଗ ଥାନା କନ୍ଦରସିଂହା ମଝିକା ଗାଁର ନିରଞ୍ଜନ ସ୍ୱାଇଁ ଓ ତାଙ୍କ ପୁଅ ଧାନ ଅମଳ କରି ସାଇକେଲରେ ଫେରୁଥିଲେ। ଉଭୟ ବାପପୁଅ ଅଚାନକ ଦନ୍ତା ହାବୁଡରେ ପଡି ଯାଇଥିଲେ। ଦନ୍ତାଟି ନିରଞ୍ଜନଙ୍କୁ ଶୁଣ୍ଡରେ ଟେକି କଚାଡ଼ି ଦେଇଥିଲା। ନିରଞ୍ଜନଙ୍କୁ ତୁରନ୍ତ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ତାଙ୍କ ପୁଅ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାଯାଇଛି।

ଖବର ପାଇ ଘଟଣାସ୍ଥଳରେ ମହାବିରୋଡ଼ ରେଞ୍ଜର ସୁବ୍ରତ ବେହେରା ଓ ଡିହଡୋଳ ବନ ଅଧିକାରୀ ପହଞ୍ଚିଥିଲେ। ତେବେ ହାତୀ ଉପଦ୍ରବ ଓ ଆକ୍ରମଣକୁ ନେଇ ଅଞ୍ଚଳରେ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe