ଦୀର୍ଘ ଦିନ ହେବ ଢେଙ୍କାନାଳ ଜିଲ୍ଲା ଭୁବନ ବନାଞ୍ଚଳ ଅଧୀନରେ ଥିବା ବିଭିର୍ଣ୍ଣ ଗ୍ରାମରେ ଏକ ଗୋଠଛଡ଼ା ଦନ୍ତାର ଉପଦ୍ରବ ଦେଖିବାକୁ ମିଳିଛି । ଦଶ ଦିନ ପୂର୍ବରୁ ଦନ୍ତାଟି ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦରେ ରାତିରେ ଚାଲିଚାଲି ଯାଉଥିବାବେଳେ ବନ ବିଭାଗ ହାତୀଟିକୁ ବ୍ରାହ୍ମଣୀ ନଦୀ ପାର କରି ଶଡ଼ଙ୍ଗୀ ରେଞ୍ଜ ଜଙ୍ଗଲକୁ ଘଉଡାଇ ଦେଇଥିଲା। କିନ୍ତୁ ଗତକାଲି ଶଡ଼ଙ୍ଗୀ ବନବିଭାଗ ହାତୀଟିକୁ ଘଉଡ଼ାଇବାରୁ ହାତୀ ବ୍ରାହ୍ମଣୀ ନଦୀ ପାର ହୋଇ ଆଜି ଭୋର ସମୟରେ ଭୁବନ ବନାଞ୍ଚଳ ଅଧୀନ ଡେଙ୍ଗାବାହାଳି ଗ୍ରାମ ନିକଟରେ ପହଞ୍ଚିଥିଲା।
ଗ୍ରାମର ଧନେଶ୍ୱର କାଣ୍ଡି ଶୌଚ ହେବାକୁ ଯାଉଥିବା ସମୟରେ ସେହି ଦନ୍ତା ହାବୁଡରେ ପଡ଼ିଯାଇଥିଲେ । ଦନ୍ତାଟି ଧନେଶ୍ୱରଙ୍କୁ ଶୁଣ୍ଢରେ ଟାଣି ନେବା ସମୟରେ ବିଲ ହୁଡା ଯୋଗୁ ତାଙ୍କ ଜୀବନ ବଞ୍ଚିଯାଇଥିଲା ।
ଖବର ପାଇ ଭୁବନ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଧନେଶ୍ୱରଙ୍କୁ ଭୁବନ ମେଡିକାଲକୁ ପଠାଇ ହାତୀଟିକୁ ଘଉଡ଼ାଇଥିଲେ । ହାତୀଟି ଗଡ଼ନୃସିଂହ ପ୍ରସାଦ ଗ୍ରାମ ନିକଟରେ ଥିବାବେଳେ ବନ ବିଭାଗ ଲୋକମାନଙ୍କୁ ହାତୀ ନିକଟକୁ ଯିବାକୁ ବାରଣ କରିଥିଲା। କିନ୍ତୁ ଗଡନୃସିଂହପ୍ରସାଦ ଗ୍ରାମର କାଳିଆ ବେହେରା ବନବିଭାଗ କର୍ମଚାରୀଙ୍କ କଥାକୁ ଅମାନ୍ୟ କରି ଦେଖିବା ପାଇଁ ହାତୀ ନିକଟକୁ ଚାଲିଯାଇଥିଲା । ହଠାତ ହାତୀଟି ଆକ୍ରମଣ କରିଥିଲା । କାଳିଆଙ୍କୁ ଗୁରୁତର ଅବସ୍ଥାରେ ଭୁବନ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/17/forest1-2026-02-17-18-14-09.jpg)