Advertisment

Elephant Attack: ସ୍ୱାମୀଙ୍କ କାନ୍ଧରୁ ସ୍ତ୍ରୀଙ୍କୁ ଟାଣି ନେଇ କଚାଡ଼ି ମାରି ଦେଲା ହାତୀ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ଜଲମେରିପଲ୍ଲୀ ଗାଁରେ ଏକ ଗୋଠଛଡ଼ା ଦନ୍ତା ହାତୀର ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଉଛନ୍ତି ଗାଁର ଉର୍ମିଳା ରାଉତ ଓ ଗୋପୀନାଥ ପ୍ରଧାନ। ଦୁଇ ମୃତକଙ୍କ ମଧ୍ୟରୁ ଉର୍ମିଳାଙ୍କ ଚକ୍ଷୁ ଦୁଇଟିକୁ ପରିବାର ଲୋକେ ଦାନ କରି ଦେଇଛନ୍ତି।

Elephant Attack
Advertisment

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ଜଲମେରିପଲ୍ଲୀ ଗାଁରେ ଏକ ଗୋଠଛଡ଼ା ଦନ୍ତା ହାତୀର ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଉଛନ୍ତି ଗାଁର ଉର୍ମିଳା ରାଉତ ଓ ଗୋପୀନାଥ ପ୍ରଧାନ। ଦୁଇ ମୃତକଙ୍କ ମଧ୍ୟରୁ ଉର୍ମିଳାଙ୍କ ଚକ୍ଷୁ ଦୁଇଟିକୁ ପରିବାର ଲୋକେ ଦାନ କରି ଦେଇଛନ୍ତି।

Advertisment

ସବୁ ଦିନ ଭଳି ଆଜି ସକାଳେ ଜଲମେରିପଲ୍ଲୀ ଗାଁର କିଛି ପରିବା ଚାଷୀ ନିଜ ନିଜ ପରିବାରର ସଦସ୍ୟଙ୍କ ସହିତ ବଗିଚାକୁ କାମ କରିବାକୁ ଯାଇଥିଲେ। ସେଠାରେ ସେମାନେ ଗୋଠଛଡ଼ା ଦନ୍ତା ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। 

ହାତୀଟି ଗୋଡ଼ାଇବାରୁ ଯିଏ ଯେଉଁ ଆଡ଼େ ପାରିଲେ ଦୌଡ଼ିଥିଲେ। ସେହି ସମୟରେ ହାତୀ ଗୋଡ଼ାଇ ଗୋଡ଼ାଇ ଦୁଇ ଜଣଙ୍କୁ ଶୁଣ୍ଢରେ ଟାଣି ନେଇ ମାରି ଦେଇଥିଲା। ହାତୀଟି ପ୍ରଥମେ ସୀମାଞ୍ଚଳ ରାଉତଙ୍କ ପତ୍ନୀ ଉର୍ମିଳାଙ୍କୁ ଶୁଣ୍ଢରେ ଟାଣି ନେଇ ତଳେ କଚାଡ଼ି ଦେଇଥିଲା। 

Advertisment

ଉର୍ମିଳା ଦୌଡ଼ି ନପାରିବାରୁ ସ୍ୱାମୀ ସୀମାଞ୍ଚଳ ତାଙ୍କୁ କାନ୍ଧରେ ପକାଇ ଦୌଡ଼ିଥିଲେ। ହେଲେ ହାତୀ ସେମାନଙ୍କ ପାଖରେ ପହଞ୍ଚି ଯାଇଥିଲା। ହାତୀ ସୀମାଞ୍ଚଳଙ୍କ କାନ୍ଧରୁ ତାଙ୍କ ପତ୍ନୀଙ୍କୁ ଟାଣି ନେଇଥିଲା। ସୀମାଞ୍ଚଳ ତଳେ ପଡ଼ିଯାଇଥିବା ବେଳେ ହାତୀ ଉର୍ମିଳାଙ୍କୁ ଶୁଣ୍ଢରେ କିଛି ବାଟ ବୋହି ନେଇ ତଳେ କଚାଡ଼ି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। 

ଏହା ପରେ ଗୋପୀନାଥ ପ୍ରଧାନଙ୍କୁ ଗୋଡ଼ାଇ ହାତୀ ତାର ଶୁଣ୍ଢରେ ଟାଣି ନେଇ ଫୋପାଡ଼ି ଦେଇଥିଲା। ତଳେ ପଡ଼ିଥିବା ଗୋପୀନାଥଙ୍କୁ ହାତୀ ପୁଣି ଥର ଶୁଣ୍ଢରେ ଉଠାଇ ଫୋପାଡ଼ି ଦେଇଥିଲା। ତାଙ୍କୁ  ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥଲେ। 

ଚନ୍ଦ୍ରଗିରି ରେଞ୍ଜର ବନ ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଆକଳନ କରି ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି। ଚନ୍ଦ୍ରଗିରି ରେଞ୍ଜର ଭୀଷ୍ମଗିରି ବନ କର୍ମଚାରୀ ସଦଳବଳେ ପହଞ୍ଚି ହାତୀକୁ ସେହି ଅଞ୍ଚଳରୁ ଘଉଡାଇବା ଉଦ୍ୟମ ଜାରି ରଖିଥିବା ବେଳେ  ଦିଗପହଣ୍ଡି ପୁଲିସ ଶବ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ମୃତଦେହ ଦୁଇଟିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

ଚକ୍ଷୁ ଦାନ କଲେ ଉର୍ମିଳାଙ୍କ ପରିବାର ଲୋକେ

ହାତୀ ଆକ୍ରମଣରେ ଉର୍ମିଳା ରାଉତଙ୍କ ମୃତ୍ୟୁ ଘଟିଥିବା ବେଳେ ଦିଗପହଣ୍ଡି ପୁଲିସ ତାଙ୍କ ଶକୁ ଜବତ କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ସେଠାରେ ତାଙ୍କର ଚକ୍ଷୁ ଦୁଇଟିକୁ ଦାନ କରିବାକୁ ପରିବାର ଲୋକ ନିଷ୍ପତ୍ତି ନେଇ ଥିଲେ।  ସେମାନଙ୍କ ଅନୁରୋଧ କ୍ରମେ ବ୍ରହ୍ମପୁର ବଡ଼ ଡାକ୍ତରଖାନାର ଏକ ଟିମ୍‌ ଉର୍ମିଳାଙ୍କର ଚକ୍ଷୁ ଦୁଇଟିକୁ ସୁରକ୍ଷିତ ଭାବେ ସଂଗ୍ରହ କରିଥିଲେ। 

ସୂଚନାଯୋଗ୍ୟ, ପ୍ରାୟ ୧ ମାସ ହେଲା ଏହି ଦନ୍ତା ହାତୀଟି ଗୋଠଛଡ଼ା ହୋଇ ଗଞ୍ଜାମ ଜିଲା ଭୀଷ୍ମଗିରି, ଚଷାନିମଖଣ୍ଡି, ସହଦେବ ଟିକରପଡ଼ା ଓ ନିମଖଣ୍ଡି ପେଣ୍ଠ ପ୍ରଭୃତି ଇଲାକାରେ ଆତଙ୍କ ଖେଳାଇ ଦେଇଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe