Advertisment

ନଷ୍ଟ ହେଉଛି ଜଙ୍ଗଲ! ଚାଷ ଜମିରେ ହାତୀଙ୍କ ଉତ୍ପାତ

କେନ୍ଦୁଝର/ଢେଙ୍କାନାଳ(ଓଡ଼ିଶା ରିପୋଟର): ବିକାଶ ନାଁରେ ବିନାଶ ମୁଖେ ଗତି କରୁଛି ମଣିଷ। ଜାଣିଶୁଣି ନିଜ ଗୋଡ଼ରେ ମାରୁଛି କୁରାଢ଼ି। ନିଜର ଆଶା ଓ ଅଭିଳାଶ ପୂରଣ କରିବା ପାଇଁ ଅନ୍ୟର ବାସ ସ୍ଥାନ ନଷ୍ଟ କରୁଛି। ଯେଉଁଥିପାଇଁ ସବୁଜିମା ଜଙ୍ଗଲ ନଷ୍ଟ ହେଉଛି। ନିଜର ଭୋକ ମେଣ୍ଟାଇବା ପାଇଁ ଗ୍ରାମାଭିମୁଖୀ ହେଉଛନ୍ତି ଜଙ୍ଗଲି ହାତୀ। କେତେବେଳେ ହାତୀ ଆକ୍ରମଣରେ ମଣିଷର ଜୀବନ ଯାଉଛି ତ ଆଉ କେତେବେଳେ ହାତୀର ମୃତ୍ୟୁ ହେଉଛି। କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାରେ ଏପରି ହାତୀ-ମଣିଷ ଲଢ଼େଇ ଦେଖିବାକୁ ମିଳିଛି।

କେନ୍ଦୁଝର ଜିଲ୍ଲା ସଦର ରେଞ୍ଜର ଅଞ୍ଚଳରେ ହାତୀ ଆତଙ୍କ। ନୂଆଗାଁ, ଡାବରଚୁଆଁରେ ୧୨ଟି ହାତୀ ଓ ଚମ୍ପୁଆ ବନାଞ୍ଚଳର କୁଟୁଗାଁ, ରଜିଆ ଗାଁରେ ୩୦ଟି ହାତୀ ଉପଦ୍ରବ ଚଳାଇଛନ୍ତି। ହତୀମାନେ ଚାଷ ଜମିରେ ପସି ଧାନ ଗଛ ଖାଇବା ସହି ମାଡ଼ି ମକଚି ନଷ୍ଟ କରିଦେଉଛନ୍ତି। ବାରମ୍ବାର ଘଉଡାଇବା ସତ୍ତ୍ୱେ ହାତୀ ଯାଉନଥିବାରୁ ଲୋକଙ୍କ ଚିନ୍ତା ବଢ଼ିଯାଇଛନ୍ତି। ତେଣୁ ନିଜ ଘରକୁ ସୁରକ୍ଷିତ ରଖିବା ପାଇଁ ଲୋକେ କାମ ଧନ୍ଦା ଛାଡ଼ି ଜଗି ରହିଛନ୍ତି।

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଦଶିପୁର ଗାଁରେ ଉତ୍ପାତ ଚଳାଇଛନ୍ତି ବଣୁଆ ହାତୀ। ଏକର ଏକର ଧାନ ଫସଲ ନଷ୍ଟ କରିଦେଉଛନ୍ତି ବଣୁଆ ହାତୀ। ଯେତିକି ଖାଇଛନ୍ତି, ତାଠାରୁ ଅଧିକ ମାଡ଼ି ମକଚି ନଷ୍ଟ କରିଦେଉନ୍ତି ୪୦ଟି ହାତୀ। ଚଳିତବର୍ଷ ଠିକ୍‌ରେ ବର୍ଷା ନ ହେବାରୁ ଚାଷ ଭଲ ହୋଇନଥିଲା। ଆଉ ଯାହା ଯେମିତି ହୋଇଥିଲା, ତାକୁ ହାତୀ ନଷ୍ଟ କରିଦେଉଛନ୍ତି।

[vc_video link="" align="center"]

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe