Advertisment

Elephant: ବାରହା ଶିକାର ପାଇଁ ଖଞ୍ଜା ଯାଇଥିବା ବୋମା ଖାଇ ହାତୀ ଗୁରୁତର, ଚିକିତ୍ସା ଆରମ୍ଭ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ସୁନାଝରି ସରଂକ୍ଷିତ ଜଙ୍ଗଲରେ ବାରହା ଶିକାର ପାଇଁ ବିଛାଯାଇଥିବା ବୋମା ଖାଇ ଗୁରୁତର ହାତୀକୁ ଟ୍ରାଂକୁଲାଇଜ କରି ଚିକିତ୍ସା ଆରମ୍ଭ କରିଛି ବନ ବିଭାଗ। ତେବେ ହାତୀର ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ରହିଥିବା ଜଣାପଡ଼ିଛି।

Elephant
Advertisment

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ସୁନାଝରି ସରଂକ୍ଷିତ ଜଙ୍ଗଲରେ ବାରହା ଶିକାର ପାଇଁ ବିଛାଯାଇଥିବା ବୋମା ଖାଇ ଗୁରୁତର ହୋଇପଡ଼ିଥିବା ହାତୀକୁ ଟ୍ରାଂକୁଲାଇଜ କରି ଚିକିତ୍ସା ଆରମ୍ଭ କରିଛି ବନ ବିଭାଗ। ତେବେ ହାତୀର ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ରହିଥିବା ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ବିଜାଡିହି ଜଙ୍ଗଲରେ ଶିକାରୀମାନେ ବାରହା ଶିକାର ପାଇଁ ବୋମା ଖଞ୍ଜିଥିବା ବେଳେ ହାତୀଟି ସେଇଟିକୁ ଖାଇବାକୁ ଚେଷ୍ଟା କଲା ବେଳେ ତାହା ଫାଟି ଯାଇଥିଲା। ହାତୀଟି ଗତ ଦୁଇ ଦିନ ଧରି ଗୁରୁତର ଭାବେ ସୁନାଝରି ସରଂକ୍ଷିତ ଜଙ୍ଗଲରେ ଘୂରି ବୁଲୁଥିଲା l ଖବର ପାଇ ବନ ବିଭାଗ ଜଙ୍ଗଲରେ ପହଞ୍ଚି ହାତୀକୁ କିପରି ଟ୍ରାଙ୍କୁଲାଇଜ କରି ଚିକିତ୍ସା କରାଯାଇପାରିବ, ସେ ନେଇ ଦୁଇଦିନ ଧରି ହାତୀର ଗତିବିଧି ନିରୀକ୍ଷଣ କରୁଥିଲା l 

ଆଜି ହାତୀଟିକୁ ବନବିଭାଗ ଟ୍ରାଙ୍କୁଲାଇଜ କରିବାରେ ସକ୍ଷମ ହୋଇଥିବା ବେଳେ ହାତୀର ପ୍ରାରମ୍ଭିକ ଚିକିତ୍ସା କରାଯାଇଛି l ହାତୀକୁ ଟ୍ରାଙ୍କୁଲାଇଜ କରିବା ପାଇଁ କାମାକ୍ଷାନଗର ଏସିଏଫ, ରେଞ୍ଜର, ଫରେଷ୍ଟର, ଓ କପିଳାସରୁ ସ୍ୱତନ୍ତ୍ର ରାପିଡ଼ ରେସପନ୍ସ ଟିମ ପହଂଚିଥିବା ବେଳେ ହାତୀର ଚିକିତ୍ସା ପାଇଁ ନରସିଂହପୁରରୁ ସ୍ୱତନ୍ତ୍ର ଡାକ୍ତରୀ ଦଳ ପହଞ୍ଚିଥିଲେ l ଚିକିତ୍ସା ସତ୍ତ୍ୱେ ହାତୀର ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ରହିଛି। ହାତୀଟି ସୁନାଝରି ପାହାଡ଼ରେ ରହିଛି l ଗୁରୁତର ହାତୀଟିର ବୟସ ଆଠ ରୁ ନଅ ବର୍ଷ ମଧ୍ୟରେ ହୋଇଥିବା ଜଣାପଡ଼ିଛି l

Advertisment

ବର୍ଷକରେ ମରିଛନ୍ତି ୧୧୪ ହାତୀ 

ରାଜ୍ୟରେ ହାତୀ ଓ ମଣିଷ ଲଢ଼େଇ ଜାରି ରହିଥିବା ବେଳେ ଗତ ବର୍ଷକ ମଧ୍ୟରେ ମରିଛନ୍ତି ୧୧୪ଟି ହାତୀ। ଏଥର ବଜେଟ୍ ଅଧିବେଶନରେ ବିଧାନସଭାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଏହି ତଥ୍ୟ ଦେଇଛନ୍ତି। ସର୍ବାଧିକ ୪୨ଟି ହାତୀ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଥିବା ବେଳେ ବିଭିନ୍ନ ରୋଗରେ ୨୯ଟି ହାତୀ ମରିଛନ୍ତି। ସେହିପରି ଶିକାରୀଙ୍କ ଦ୍ଵାରା ୬ଟି ହାତୀକୁ ହତ୍ୟା କରାଯାଇଥିବା ବେଳେ ଲୋକଙ୍କ ପ୍ରତିଶୋଧ ପରାୟଣ ପାଇଁ ୩ଟି ହାତୀ ଓ ରେଳ ଦୁର୍ଘଟଣାରେ ୪ଟି  ହାତୀ ପ୍ରାଣ ହରାଇଛନ୍ତି। ସେହିପରି ପ୍ରାକୃତିକ କାରଣ ଯୋଗୁ ୧୭ଟି ମୃତ୍ୟୁ ଘଟିଛି। ପାହାଡ଼ରୁ ପଡ଼ି, ନଦୀ ନାଳରେ ପଡ଼ି ଓ ନିଜ ଭିତରେ କଳହ ହୋଇ ୧୩ଟି ହାତୀଙ୍କ ମୃତ୍ୟୁ ଘଟିଛି। ଅପ୍ରାକୃତିକ ହାତୀ ମୃତ୍ୟୁ ପାଇଁ ୯୩ ଜଣ ଲୋକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe