Advertisment

୨ ହାତୀକୁ ମାରି ପୋତି ଦେଲେ ଶିକାରୀ

ନରସିଂହପୁର(ଓଡ଼ିଶା ରିପୋର୍ଟର): ୨ ହାତୀକୁ ମାରି ପୋତି ଦେଇଛନ୍ତି ଶିକାରୀ। କଟକ ଜିଲ୍ଲା ବଡମ୍ବା ବନ ବିଭାଗ ଗୋପପୁର ରେଞ୍ଜରେ ଘଟିଛି ଏହି ଘଟଣା। ଏସଟିଏଫର ୮ ଜଣିଆ ଟିମ ଏହି ଜଙ୍ଗଲରେ ହାତୀ ଶିକାର ଓ ଦାନ୍ତ ଚୋଲାଚାଲଣ କରାଯାଉଥିବା ଖବର ପାଇ ତଦନ୍ତ କରିବାକୁ ପହଞ୍ଚିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି। ହାତୀ ମାରି ପୋତା ଯାଇଥିବା ଦୁଇଟି ସ୍ଥାନକୁ ଚିହ୍ନଟ କରାଯିବା ପରେ ଏହାକୁ ଜେସିବି ଦ୍ୱାରା ଖୋଳା ଯାଇଛି। ଗୋଟିଏ […]

ଅଦ୍ୟତନ ହୋଇଛି
୨ ହାତୀକୁ ମାରି ପୋତି ଦେଲେ ଶିକାରୀ

elephant-Deadbody

Advertisment

ନରସିଂହପୁର(ଓଡ଼ିଶା ରିପୋର୍ଟର): ୨ ହାତୀକୁ ମାରି ପୋତି ଦେଇଛନ୍ତି ଶିକାରୀ। କଟକ ଜିଲ୍ଲା ବଡମ୍ବା ବନ ବିଭାଗ ଗୋପପୁର ରେଞ୍ଜରେ ଘଟିଛି ଏହି ଘଟଣା। ଏସଟିଏଫର ୮ ଜଣିଆ ଟିମ ଏହି ଜଙ୍ଗଲରେ ହାତୀ ଶିକାର ଓ ଦାନ୍ତ ଚୋଲାଚାଲଣ କରାଯାଉଥିବା ଖବର ପାଇ ତଦନ୍ତ କରିବାକୁ ପହଞ୍ଚିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି। ହାତୀ ମାରି ପୋତା ଯାଇଥିବା ଦୁଇଟି ସ୍ଥାନକୁ ଚିହ୍ନଟ କରାଯିବା ପରେ ଏହାକୁ ଜେସିବି ଦ୍ୱାରା ଖୋଳା ଯାଇଛି। ଗୋଟିଏ ଆଜି ଖୋଳା ଯାଇଥିବା ବେଳେ ଅନ୍ୟଟି ଗତକାଲି ଖୋଳାଯାଇଥିଲା। ଦୁଇଟିରୁ ମୃତ ହାତୀର କଙ୍କାଳ ମିଳିଛି।

Advertisment

ସୂଚନା ମୁତାବକ, ବିଶେଷ ସୂତ୍ରରୁ ଖବର ପାଇ ଏସଟିଏଫ୍ ଏସପି ବିଳାସିନୀ ନାୟକଙ୍କ ନେତୃତ୍ୱରେ ଏକ ୮ ଜଣିଆ ଟିମ ବଡ଼ମ୍ବା ବନ ବିଭାଗର ଗୋପପୁର ରେଞ୍ଜର ଚନ୍ଦ୍ରଗିରି ପାହାଡ ପାଖରେ ପହଞ୍ଚି ଥିଲେ। ସେମାନଙ୍କ ସହିତ ବଡମ୍ବା ରେଞ୍ଜର ସୁରେଶ କୁମାର ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତି ଥିଲେ। ପରେ ହାତୀ ମାରି ପୋତି ଦିଆଯାଇଥିବା ସ୍ଥାନକୁ ଖୋଳାଯାଇଥିଲା।

ଦୁଇଟି ଜାଗାରୁ ଗୋଟିଏ ଜାଗାକୁ ଗତକାଲି ଜେସିବି ଦ୍ୱାରା ଖୋଳା ଯାଇଥିଲା। ସେଠାରୁ ଏକ ହାତୀର ଗଳିତ ଶବ ବାହାରିଥିଲା। ଆଜି ଠାବ କରାଯାଇଥିବା ଅନ୍ୟ ଏକ ଜାଗାରୁ ମଧ୍ୟ ଆଉ ଏକ ହାତୀର ଗଳିତ ଶବ ବାହାରିଛି।

Advertisment

ଏହି ଘଟଣା ପରେ ବଡମ୍ବା ଓ ନରସିଂହପୁର ରେଞ୍ଜରେ ହାତୀ ଶିକାର ଚାଲିଥିବା ସ୍ପଷ୍ଟ ହୋଇଛି। ତେଣୁ ହାତୀଙ୍କ ସୁରକ୍ଷା ନିମନ୍ତେ ଆଗକୁ ଏସଟିଏଫ୍ ଓ ଜଙ୍ଗଲ ବିଭାଗ କି ପଦକ୍ଷେପ ନେବେ ଏହା ଉପରେ ସମସ୍ତଙ୍କ ନଜର ଆବଦ୍ଧ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe