/odisha-reporter/media/post_attachments/uploads/2020/05/elephant-6660000.jpg)
ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଫରେଷ୍ଟ ରେଞ୍ଜର କୋଡ଼ବାହଲ ଓ ବାଦୀବାହଲ ଗାଁରେ ହାତୀ ଉତ୍ପାତ ଯୋଗୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ହାତୀଟି ଜଣଙ୍କୁ ଦଳି ମାରିବା ସହ ଦୋକାନ ଘର ଓ ଫସଲ ନଷ୍ଟ କରିଛି।
Advertisment
ଆଜି ଭୋରରୁ କୋଡ଼ବାହଲ ଗାଁର ଜଣେ ବୃଦ୍ଧଙ୍କୁ ହାତୀ ଦଳି ଦେଇଛି। ତାଙ୍କ ନାଁ ନେନି ଉର୍ମା। ସେ ଶୌଚ ପାଇଁ ଯିବା ସମୟରେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀଟି ତାଙ୍କୁ ଦଳି ଦେଇଥିଲା। ବନ ବିଭାଗ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ଗତକାଲି ରାତିରେ ବାଦୀବାହଲ ଗାଁରେ ଏକ ହାତୀ ପଶି ବ୍ୟାପକ କ୍ଷତି ଘଟାଇଛି। ଦୁଇଟି ଦୋକାନ ଘର ଭାଙ୍ଗି ଦେଇଛି। ଆଉ ସେଠାରେ ଥିବା ଜିନିଷ ପତ୍ର ଖାଇବା ସହ ନଷ୍ଟ କରିଦେଇଛି। ଏହାସହ ଅନେକ ଫସଲ ମଧ୍ୟ ନଷ୍ଟ କରିଛି। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀ ଘୋଡ଼ାଇବାକୁ ଉଦ୍ୟମ କରିଥିଲା। ହେଲେ ଘୋଉଡ଼ାଇପାରି ନଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
