hati
ଚୌଦ୍ୱାର(ଓଡ଼ିଶା ରିପୋର୍ଟର): ଗତକାଲି ଜଗତପୁର ଅଞ୍ଚଳରେ ଆତଙ୍କ ଖେଳାଇଥିବା ମାଇ ହାତୀକୁ ଟ୍ରାଙ୍କୁଲାଇଜ କରାଯାଇ ଆୟତ୍ତକୁ ଅଣାଯାଇଛି। ଏହାପରେ ହାତୀଟିକୁ ଆଜି ଖୁଣ୍ଟୁଣି ଜଙ୍ଗଲକୁ ନିଆଯାଇଛି । ହାତୀଟି ଖୁଣ୍ଟୁଣି ଜଙ୍ଗଲ ଅଞ୍ଚଳରୁ ଗୋଠଛଡା ହୋଇ ଜଗତପୁର ଅଞ୍ଚଳକୁ ପଳାଇ ଆସିଥିଲା। ହାତୀ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବ୍ୟାପକ କ୍ଷୟକ୍ଷତି କରିଥିଲା । ଏହାପରେ ହାତୀଟି ଯେଉଁଠୁ ଆସିଥିଲା ତାକୁ ପୁଣି ସେଠାକୁ ପଠାଇ ଦିଆଯାଇଛି।
ଗତକାଲି ଦିନ ସାରା ମାଇ ହାତୀଟି ବିଭିନ୍ନ ଆଡ଼େ ବୁଲି ଆତଙ୍କ ଖେଳାଇବା ପରେ ତାକୁ ଟ୍ରାଙ୍କୁଲାଇଜ କରାଯାଇଥିଲା । ରାତି ତମାମ ହାତୀର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଥିଲା । ଏହାପରେ ଆଜି ତାକୁ ଖୁଣ୍ଟୁଣି ସ୍ଥାନାନ୍ତର କରାଯାଉଛି।
[caption id="attachment_769996" align="aligncenter" width="650"]
ହାତୀ ଦେଖିବାକୁ ଲୋକଙ୍କ ଭିଡ଼ ।[/caption]
ଉକ୍ତ ପଲରେ ୩ଟି ହାତୀ ଆସିଥିବା ବେଳେ ଏକ ହାତୀ ମହାନଦୀ ସ୍ରୋତରେ ଭାସି ଯାଇ ପ୍ରାଣ ହରାଇଛି। ଅନ୍ୟ ଛୁଆ ହାତୀଟିକୁ ବନ କର୍ମଚାରୀ ଚୌଦ୍ୱାରରୁ ଖୁଣ୍ଟୁଣି ଅଭିମୁଖେ ନେଇଥିବା ଜଣାଯାଇଛି।
ଆଠଗଡ଼ ବନାଞ୍ଚଳରୁ ଚାଲି ଆସିଥିବା ୩ଟି ହାତୀ ଗତ ମଙ୍ଗଳବାର ରାତିରେ ଜଗତପୁରର ଜନବସତି ଅଞ୍ଚଳରେ ପ୍ରବେଶ କରିଥିଲେ। ହାତୀ ହାବୁଡ଼ରେ ପଡ଼ି ୨ ଜୀବନ ଯାଇଥିବା ବେଳେ ଆଉ କିଛି ଜଣ ଗୁରୁତର ଥିବା ଜଣାଯାଇଛି। ହାତୀ ଉତ୍ପାତ ହେତୁ ବହୁ କାର୍, ବାଇକ୍ ଭାଙ୍ଗି ଯାଇଛି। ଏପରିକି ହାତୀଟିକୁ କାବୁ କରିବାକୁ ବନ କର୍ମଚାରୀଙ୍କୁ ଦିନା ସାରା ନାକେଦମ ହେବାକୁ ପଡ଼ିଥିଲା ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/09/hati-1.jpg)