Advertisment

ହାତୀ ଘଉଡାଇବାକୁ ଯାଇ ହଟହଟା ହେଲେ ଫରେଷ୍ଟର ଓ ଅସ୍ଥାୟୀ ବନ କର୍ମଚାରୀ

କରଞ୍ଜିଆ (ଓଡ଼ିଶା ରିପୋର୍ଟର): ହାତୀ ଘଉଡ଼ାଇବାକୁ ଯାଇ ହଟହଟା ହେଲେ ଫରେଷ୍ଟର ଓ ଅସ୍ଥାୟୀ ବନ କର୍ମଚାରୀ। ଗ୍ରାମବାସୀ ଫରେଷ୍ଟର ଓ ଅସ୍ଥାୟୀ ବନ କର୍ମଚାରୀଙ୍କୁ ରାତିସାରା ଅଟକ ରଖିଲେ। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା କରଞ୍ଜିଆ ରେଞ୍ଜର ଶିରମଣିପୁର ଗାଁରେ । ଗତକାଲି ବିଳମ୍ବିତ ରାତିରେ ଶିରମଣିପୁର ଗାଁକୁ ରରୁଆଁ ଫରେଷ୍ଟରଙ୍କ ସହିତ ୧୦ଜଣ ଅସ୍ଥାୟୀ ବନ କର୍ମଚାରୀ ହାତୀ ଘଉଡାଇବା ପାଇଁ ଯାଇଥିଲେ। ହାତୀ ଉପଦ୍ରଵରେ ଅତିଷ୍ଠ ଗ୍ରାମବାସୀ ତାତି କି ଥିଲେ। […]

ଅଦ୍ୟତନ ହୋଇଛି
ହାତୀ ଘଉଡାଇବାକୁ ଯାଇ ହଟହଟା ହେଲେ ଫରେଷ୍ଟର ଓ ଅସ୍ଥାୟୀ ବନ କର୍ମଚାରୀ

karajia

Advertisment

କରଞ୍ଜିଆ (ଓଡ଼ିଶା ରିପୋର୍ଟର): ହାତୀ ଘଉଡ଼ାଇବାକୁ ଯାଇ ହଟହଟା ହେଲେ ଫରେଷ୍ଟର ଓ ଅସ୍ଥାୟୀ ବନ କର୍ମଚାରୀ। ଗ୍ରାମବାସୀ ଫରେଷ୍ଟର ଓ ଅସ୍ଥାୟୀ ବନ କର୍ମଚାରୀଙ୍କୁ ରାତିସାରା ଅଟକ ରଖିଲେ। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା କରଞ୍ଜିଆ ରେଞ୍ଜର ଶିରମଣିପୁର ଗାଁରେ ।

Advertisment

ଗତକାଲି ବିଳମ୍ବିତ ରାତିରେ ଶିରମଣିପୁର ଗାଁକୁ ରରୁଆଁ ଫରେଷ୍ଟରଙ୍କ ସହିତ ୧୦ଜଣ ଅସ୍ଥାୟୀ ବନ କର୍ମଚାରୀ ହାତୀ ଘଉଡାଇବା ପାଇଁ ଯାଇଥିଲେ। ହାତୀ ଉପଦ୍ରଵରେ ଅତିଷ୍ଠ ଗ୍ରାମବାସୀ ତାତି କି ଥିଲେ। ସେମାନଙ୍କୁ ଦେଖି  ପ୍ରତିବାଦ କରିବା ସହ ଫରେଷ୍ଟରଙ୍କ ସହିତ ୧୦ଜଣ ଅସ୍ଥାୟୀ ବନ କର୍ମଚାରୀଙ୍କୁ ରାତି ସାରା ଅଟକ ରଖିଥିଲେ। ଆଜି ସକାଳେ କରଞ୍ଜିଆ ରେଞ୍ଜର ଦରି ସେକ୍ସନର ଫରେଷ୍ଟର ଠକୁରାମ ବେତରା ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ଶିରମଣିପୁର ଗାଁଟି ଦରି ସେକ୍ସନର ଯାଉଥିବାରୁ ଗ୍ରାମବାସୀ ରରୁଆଁ ଫରେଷ୍ଟର ଓ ଅସ୍ଥାୟୀ ବନ କର୍ମଚାରୀଙ୍କୁ ଛାଡ଼ି ଦେଇଥିଲେ। ଦରି ସେକ୍ସନର ଫରେଷ୍ଟରଙ୍କ ସହ ତାଙ୍କ ଗାଡ଼ି ଡ୍ରାଇଭରକୁ ଅଟକ ରଖିଥିବା ଜଣାଯାଇଛି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ହାତୀପଲ ଗାଁରେ ଆସି ପଶି ଉପଦ୍ରବ କରୁଛନ୍ତି। ଘର ଦ୍ଵାର ଭାଙ୍ଗିବା ସହ ପନିପରିବା ଚାଷ ନଷ୍ଟ କରୁଛନ୍ତି। ଏକର ଏକର ଧାନ ଫସଲ ଖାଇବା ସହ ପାଦରେ ଦଳି ଚକଟି ନଷ୍ଟ କରି ଦେଉଛନ୍ତି। ଚାଷୀମାନେ ମୁଣ୍ଡ ଝାଳ ତୁଣ୍ଡେ ମାରି  କରିଥିବା ଫସଲକୁ ହାତୀ ପଲଙ୍କ ମୁହଁରୁ ବଞ୍ଚାଇବାକୁ ରାତ ଅନିଦ୍ରା ହୋଇ ଜଗି ରହୁଛନ୍ତି। ବନ କର୍ମଚାରୀ ପହଞ୍ଚି ବାରମ୍ବାର ହାତୀ ଘଉଡାଉଥିଲେ ମଧ୍ୟ କିଛି ସୁଫଳ ମିଳୁ ନାହିଁ।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe