ghara
ବଣାଇ (ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା କୋଇଡା ରେଞ୍ଜ ଅନ୍ତର୍ଗତ ପାଟମୁଣ୍ଡା ପଞ୍ଚାୟତର ସର୍ଗିଗଡ଼ ଗାଁରେ ହାତୀ ଆତଙ୍କ। ଗତକାଲି ରାତିରେ ହାତୀମାନେ ଗାଁ ଲୋକଙ୍କ ନିଦ ହଜାଇ ଦେଇଥିଲେ। ରାତିରେ ହାତୀପଲ ଆସି ଗାଁର ହରି ପଲେଇଙ୍କ ଘର ଭାଙ୍ଗି ଧାନଚାଉଳ ଖାଇବା ସହିତ ଲାଲମୋହନ ଘଣାଙ୍କ ଘରେ ପଶି ୨ କୁଇଣ୍ଟାଲ ମକ୍କା ଖାଇଥିଲେ ଓ ନଷ୍ଟ କରିଥିଲେ। ତା’ସହିତ ବାଡ଼ିବଗିଚାରେ ଥିବା କଦଳୀ ଗଛ ଦଳିଚକଟି ନଷ୍ଟ କରି ଦେଇଥିଲେ। ଗାଁ ଲୋକେ ହାତୀ ପଶିଥିବା ନେଇ ବନବିଭାଗକୁ ଖବର ଦେଇଥିଲେ। ହେଲେ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିଲା ବୋଲି ଅଭିଯୋଗ ହୋଇଛି। ଏହା ସହିତ ତୁରନ୍ତ ସେମାନଙ୍କୁ କ୍ଷତିପୂରଣ ଦିଆଯାଉ ବୋଲି ଗ୍ରାମବାସୀମାନେ ବନ ବିଭାଗର ଉଚ୍ଚ ଅଧିକାରୀଙ୍କ ଠାରେ ଦାବି କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/05/ghara.jpg)