Advertisment

ବରିଷ୍ଠ ସାମ୍ବାଦିକ ବାସୁଦେବ ମହାପାତ୍ରଙ୍କ ପରଲୋକ

ଶ୍ରୀ ମହାପାତ୍ର ଏକାଧିକ ମିଡିଆ ଚ୍ୟାନେଲ୍‌ର ସମ୍ପାଦକୀୟ ପଦ ପଦବୀରେ କାମ କରିଛନ୍ତି। ଏଥିସହ ସେ ଅନେକ ଖ୍ୟାତନାମା ପ୍ରକାଶନ ସଂସ୍ଥା ପାଇଁ ସ୍ତମ୍ଭ ଲେଖିଛନ୍ତି। ବିଜ୍ଞାନ ଭିତ୍ତିକ ସାମ୍ୱାଦିକତାରେ ମଧ୍ୟ ସେ ବିଶେଷ ରୁଚି ରଖିଥିଲେ।

Basudev Mohapatra

Basudev Mohapatra

Advertisment

ବରିଷ୍ଠ ସାମ୍ବାଦିକ ବାସୁଦେବ ମହାପାତ୍ରଙ୍କର ପରଲୋକ ହୋଇଛି। ସୋମବାର ସକାଳେ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି, ରାଜନେତା ଓ ସାମ୍ୱାଦିକ ଶୋକ ପ୍ରକାଶ କରିଛନ୍ତି।

Advertisment

ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ଜନ୍ମଗ୍ରହଣ କରିଥିବା ବାସୁଦେବ ମହାପାତ୍ର ଗୋଦାବରୀଶ ବିଦ୍ୟାପୀଠରେ ପାଠ ପଢ଼ିଥିଲେ। ତା’ରେ ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଇତିହାସରେ ସ୍ନା‌ତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ସବୁବେଳେ ଗରିବଙ୍କ ଅଧିକାରୀ ପାଇଁ କାମ କରିଥିବା ଶ୍ରୀ ମହାପାତ୍ରଙ୍କ ବିଶେଷ ଦଖଲ ପରିବେଶ ସୁରକ୍ଷା ସମ୍ୱନ୍ଧିତ ସାମ୍ୱାଦିକତା ଉପରେ ରହିଥିଲା।

Advertisment

ଶ୍ରୀ ମହାପାତ୍ର ଏକାଧିକ ମିଡିଆ ଚ୍ୟାନେଲ୍‌ର ସମ୍ପାଦକୀୟ ପଦ ପଦବୀରେ କାମ କରିଛନ୍ତି। ଏଥିସହ ସେ ଅନେକ ଖ୍ୟାତନାମା ପ୍ରକାଶନ ସଂସ୍ଥା ପାଇଁ ସ୍ତମ୍ଭ ଲେଖିଛନ୍ତି। ବିଜ୍ଞାନ ଭିତ୍ତିକ ସାମ୍ୱାଦିକତାରେ ମଧ୍ୟ ସେ ବିଶେଷ ରୁଚି ରଖିଥିଲେ। ଏହି ବିଷୟ ବସ୍ତୁ ସହ ଜଡିତ ତାଙ୍କର ଅନେକ ଲେଖା ପ୍ରକାଶ ପାଇଥିଲା। ଶ୍ରୀ ମହାପାତ୍ରଙ୍କ ପତ୍ନୀ ସୁଜାତା ମଧ୍ୟ ଜଣେ ସାମ୍ୱାଦିକ।

ଶ୍ରୀ ମହାପାତ୍ରଙ୍କ ଅକାଳ ବିୟୋଗ ଓଡ଼ିଆ ସାମ୍ବାଦିକତା ଜଗତରେ ଶୋକର ଛାୟା ଖେଳି ଯାଇଛି।

Bhubaneswar Bhubaneswar News Odisha Journalist
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe