Advertisment

ବିଶିଷ୍ଟ ସାହିତ୍ୟିକ ଗୌରହରି ଦାସ ପାଇବେ ଶାରଳା ପୁରସ୍କାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶିଷ୍ଟ ସାହିତ୍ୟିକ ତଥା କଥାକାର ଡ. ଗୌରହରି ଦାସ ପାଇବେ ମର୍ଯ୍ୟାଦାଜନକ ଶାରଳା ପୁରସ୍କାର। ୨୦୧୮ ମସିହାରେ ପ୍ରକାଶିତ ଗଳ୍ପ ପୁସ୍ତକ ‘ବାଘ ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଅକ୍ଟୋବର ୨୬ ତାରିଖରେ ଇମ୍ଫା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଡ. ଦାସଙ୍କୁ ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରାଯିବ। ତାଙ୍କୁ ଉତ୍ତରୀୟ, ସମ୍ମାନପତ୍ର, ଫଳକ ସହିତ ପାଞ୍ଚଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ସେଥିପାଇଁ ତାଙ୍କୁ ଅଭିନନ୍ଦନ […]

ଅଦ୍ୟତନ ହୋଇଛି
ବିଶିଷ୍ଟ ସାହିତ୍ୟିକ ଗୌରହରି ଦାସ ପାଇବେ ଶାରଳା ପୁରସ୍କାର

Dr Gourahari Das

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶିଷ୍ଟ ସାହିତ୍ୟିକ ତଥା କଥାକାର ଡ. ଗୌରହରି ଦାସ ପାଇବେ ମର୍ଯ୍ୟାଦାଜନକ ଶାରଳା ପୁରସ୍କାର। ୨୦୧୮ ମସିହାରେ ପ୍ରକାଶିତ ଗଳ୍ପ ପୁସ୍ତକ ‘ବାଘ ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଅକ୍ଟୋବର ୨୬ ତାରିଖରେ ଇମ୍ଫା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଡ. ଦାସଙ୍କୁ ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରାଯିବ। ତାଙ୍କୁ ଉତ୍ତରୀୟ, ସମ୍ମାନପତ୍ର, ଫଳକ ସହିତ ପାଞ୍ଚଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ସେଥିପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା।

Advertisment

https://twitter.com/PandaJay/status/1571833114934251520?s=20&t=krDwT49dztZW3crRug_Sgw

ଭଦ୍ରକ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିବା ଡ. ଗୌରହରି ଦାସଙ୍କ ପିଲା ବେଳ ସଂଘର୍ଷମୟ ଥିଲା। ସ୍କୁଲ ଶିକ୍ଷା ସରିବା ପରେ କଟକ ରେଭେନ୍ସା ଇଭିନିଂ କଲେଜରେ ସ୍ନାତକ ଶିକ୍ଷା ଶେଷ କରିଥିଲେ। ତା’ପରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏମ୍‌ଏ କରିଥିଲେ। ପାଠପଢ଼ା ସହିତ ଲେଖାଲେଖି କରୁଥିଲେ। ଉଭୟ ଓଡ଼ିଶା ସାହିତ୍ୟ ଏକାଡେମୀ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ଗୌରହରି ଦାସଙ୍କ ପ୍ରଥମ ଗଳ୍ପ ସଙ୍କଳନ ‘ଜୁଆର ଭଟ୍ଟା’ ୧୯୮୧ ମସିହାରେ ପ୍ରକାଶ ପାଇଥିଲା। ଦୈନିକ ସମ୍ୱାଦପତ୍ର ‘ସମ୍ୱାଦ’ରେ କାର୍ଯ୍ୟକରୁଥିବା ଗୌରହରିଙ୍କ ସ୍ତମ୍ଭ ‘ଜୀବନର ଜଳଛବି’ ବେଶ୍‌ ଲୋକପ୍ରିୟ।

Advertisment

ଗୌରହରିଙ୍କ ବେଶ୍‌ ଜଣାଶୁଣା ଗଳ୍ପ ସଙ୍କଳନ ମଧ୍ୟରେ ରହିଛି- ଆଖଡ଼ା ଘର, ସ୍ୱପ୍ନ ପାଇଁ ରାତି କାହିଁ, ମାଟି କଣ୍ଢେଇ, ମାୟା, ଘର, କାଗଜଡ଼ଙ୍ଗା, ଅହଲ୍ୟାର ବାହାଘର। ଗଳ୍ପ ସହିତ ଅନେକ ଉପନ୍ୟାସ, ନାଟକ ଓ ଭ୍ରମଣ କାହାଣୀ ସେ ଲେଖିଛନ୍ତି। ସେହିପରି ତାଙ୍କ ଦ୍ୱାରା ଅନୁବାଦିତ ପୁସ୍ତକ ‘ଗୋଟିଏ ଜୀବନ ଯଥେଷ୍ଟ ନୁହେଁ’, ‘ଛେଳି ଚରାଇବାର ଦିନ’ ଓ ‘ସେହିସବୁ ପିଲାଦିନ’ ପାଠକୀୟ ଆଦୃତି ଲାଭ କରିଛି।

ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ

କଳା କ୍ଷେତ୍ରରେ ଜୀବନବ୍ୟାପୀ ସାଧନାର ଉତ୍କର୍ଷ ପାଇଁ ପ୍ରତିବର୍ଷ ଇମ୍ଫା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଉଛି ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’। ୨୦୨୨ ମସିହା ପାଇଁ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଚିତ୍ରକର ଶ୍ରୀ ପ୍ରଫୁଲ୍ଲ ମହାନ୍ତି ଓ ପ୍ରସିଦ୍ଧ ଓଡ଼ିଶୀ ସଙ୍ଗୀତସାଧକ ଗୁରୁ ଶ୍ରୀ ଘନଶ୍ୟାମ ପଣ୍ଡାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ବାବଦକୁ ଉଭୟଙ୍କୁ ଦେଢ଼ ଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଫଳକ ପ୍ରଦାନ କରାଯିବ।

ସୂଚନାଯୋଗ୍ୟ, ବିଶିଷ୍ଟ ଶିଳ୍ପପତି ବୈଜ୍ଞାନିକ ଡ. ବଂଶୀଧର ପଣ୍ଡା ଓ ତାଙ୍କର ସହ ଧର୍ମିଣୀ କଳାବିଦୁଷୀ ଇଲା ପଣ୍ଡାଙ୍କର କଳାତ୍ମକ ଚେତନାର ଫଳଶ୍ରୁତି ହେଉଛି ‘ଶାରଳା ପୁରସ୍କାର ଉତ୍ସବ’। ୧୯୮୦ ମସିହାରୁ ପ୍ରଦାନ କରାଯାଇ ଆସୁଥିବା ‘ଶାରଳା ପୁରସ୍କାର’ ୪୩ ବର୍ଷ ଧରି ଏହାର ଅଭିଯାତ୍ରା ଜାରି ରଖିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe