Advertisment

ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ସେ ପଦ୍ମଶ୍ରୀ ସହ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ, ସାହିତ୍ୟ ଏକାଡେମୀ ଓ ଶାରଳା ସମ୍ମାନରେ ସମ୍ମାନିତ ହୋଇଥିଲେ। ପାଟଦେଈ, କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ ପୁସ୍ତକ ପାଇଁ ସୁଖ୍ୟାତି ପାଇଥିଲେ ପଦ୍ମଶ୍ରୀ ବୀଣାପାଣି ମହାନ୍ତି। ତାଙ୍କ ବିୟୋଗରେ ଶୋକଛାୟା ଖେଳି ଯାଇଛି। ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ଜନ୍ମ ୧୯୩୬ ମସିହାରେ ହୋଇଥିଲା। […]

ଅଦ୍ୟତନ ହୋଇଛି
ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ପରଲୋକ

Binapani Mohanty

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ସେ ପଦ୍ମଶ୍ରୀ ସହ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ, ସାହିତ୍ୟ ଏକାଡେମୀ ଓ ଶାରଳା ସମ୍ମାନରେ ସମ୍ମାନିତ ହୋଇଥିଲେ। ପାଟଦେଈ, କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ ପୁସ୍ତକ ପାଇଁ ସୁଖ୍ୟାତି ପାଇଥିଲେ ପଦ୍ମଶ୍ରୀ ବୀଣାପାଣି ମହାନ୍ତି। ତାଙ୍କ ବିୟୋଗରେ ଶୋକଛାୟା ଖେଳି ଯାଇଛି।

Advertisment

ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ଜନ୍ମ ୧୯୩୬ ମସିହାରେ ହୋଇଥିଲା। ସେ ୧୯୫୩ ମସିହାରେ ମାଟ୍ରିକ୍‌ ଓ ୧୯୫୭ ମସିହାରେ ବିଏ ପାସ୍‌ କରିଥିଲେ। ୧୯୫୯ ମସିହାରେ ଅର୍ଥନୀତିରେ ରେଭେନ୍ସା କଲେଜରୁ ଏମ୍‌ଏ ପାସ୍‌ କରିଥିଲେ। ତା’ପରେ ଅଧ୍ୟାପନା ଜୀବନ ଆରମ୍ଭ କରିଥିଲେ। ସେ ବିଭିନ୍ନ କଲେଜରେ ଅଧ୍ୟାପିକା ଭାବେ ଚାକିରି କରିଥିଲେ। ତେବେ ୧୯୯୨ ମସିହାରେ ଶୈଳବାଳା ମହିଳା ମହାବିଦ୍ୟାଳୟରୁ ଚାକିରିରୁ ଅବସର ନେଇଥିଲେ।

ଅଧ୍ୟାପନା ଜୀବନ ଭିତରେ ପଦ୍ମଶ୍ରୀ ବୀଣାପାଣି ମହାନ୍ତି ସାହିତ୍ୟ ପ୍ରତି ରୁଚି ରଖିଥିଲେ। ତାଙ୍କର ସାହିତ୍ୟିକ ଯାତ୍ରା ଜଣେ ଷ୍ଟୋରୀଟେଲର ଭାବେ ଆରମ୍ଭ ହୋଇଥିଲା। ୧୯୬୦ ମସିହାରେ ତାଙ୍କର ପ୍ରଥମ ଗପ ‘ଗୋଟିଏ ରାତିର କାହାଣୀ’ ପ୍ରକାଶ ପାଇଥିଲା। ତାଙ୍କର ଅନ୍ୟ ଲୋକପ୍ରିୟ ଗପ ମଧ୍ୟରେ ପାଟଦେଈ, ଖେଳଘର, ନଈକୁ ରାସ୍ତା, ବସ୍ତ୍ର ହରଣ, କସ୍ତୁରୀ ମୃଗ ଓ ସବୁଜ ଆରଣ୍ୟ ଏବଂ ମିଛି ମିଛିକା ରହିଛି। ଏହାଛଡ଼ା ସେ ହିନ୍ଦୀ, ଇଂଲିଶ, କନ୍ନଡ, ମାଲାୟାଲାମ୍‌, ମରାଠି, ବେଙ୍ଗଲୀ, ଉର୍ଦ୍ଦୁ, ତେଲୁଗୁ ଓ ରଷିଆନ୍‌ ଆଦି ଭାଷରୁ ଅନୁବାଦ ମଧ୍ୟ କରିଛନ୍ତି। ତାଙ୍କ ଦ୍ୱାରା ଲିଖିତ ସ୍କ୍ରିପ୍ଟରେ “ଅନ୍ଧକାରର ଛାଇ” ଫିଲ୍ମ ତିଆରି ହୋଇଥିଲା। ଏହି ଫିଲ୍ମ ଲୋକଙ୍କ ଆଦୃତି ପାଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe