ଚିରନିଦ୍ରାରେ ସାରସ୍ୱତ ସାଧକ ଡ. ରତ୍ନାକର ଚଇନି

କଟକ (ଓଡ଼ିଶା ରିପୋର୍ଟର): ବିଶିଷ୍ଟ ସାରସ୍ୱତ ସାଧକ ତଥା ଓଡ଼ିଆ ଅଧ୍ୟାପକ ଡ. ରତ୍ନାକର ଚଇନିଙ୍କ ପରଲୋକ ହୋଇଛି। କଟକ ସ୍ଥିତ ତାଙ୍କ ବାସ ଭବନ ଶ୍ରୀ ନିକେତନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସେ ଏକାଧାରାରେ ଥିଲେ ଜଣେ ବିଶିଷ୍ଟ ସାହିତ୍ୟିକ, ନାଟ୍ୟକାର, ଗାଳ୍ପିକ, ଔପନ୍ୟାସିକ ଓ ସମାଲୋଚକ। ତାଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟ ଜଗତରେ ଅପୂରଣୀୟ କ୍ଷତି ଘଟିଛି। ‘କଳଙ୍କିତ ସୂର୍ଯ୍ୟ’ ନାଟକ […]

ratnakar

ratnakar

Manoranjan Sial
  • Published: Saturday, 18 April 2020
  • Updated: 18 April 2020, 06:26 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ବିଶିଷ୍ଟ ସାରସ୍ୱତ ସାଧକ ତଥା ଓଡ଼ିଆ ଅଧ୍ୟାପକ ଡ. ରତ୍ନାକର ଚଇନିଙ୍କ ପରଲୋକ ହୋଇଛି। କଟକ ସ୍ଥିତ ତାଙ୍କ ବାସ ଭବନ ଶ୍ରୀ ନିକେତନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସେ ଏକାଧାରାରେ ଥିଲେ ଜଣେ ବିଶିଷ୍ଟ ସାହିତ୍ୟିକ, ନାଟ୍ୟକାର, ଗାଳ୍ପିକ, ଔପନ୍ୟାସିକ ଓ ସମାଲୋଚକ। ତାଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟ ଜଗତରେ ଅପୂରଣୀୟ କ୍ଷତି ଘଟିଛି।

‘କଳଙ୍କିତ ସୂର୍ଯ୍ୟ’ ନାଟକ ପାଇଁ ୧୯୭୫ରେ ଡ. ରତ୍ନାକର ଚଇନିଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ୧୯୭୨ରେ ‘ରାଜହଂସ’ ନାଟକ ପାଇଁ ଅହମଦାବାଦରେ ଶ୍ରେଷ୍ଟ ନାଟ୍ୟାକାର ସମ୍ମାନ, ୧୯୯୭ରେ ନାଟ୍ୟଶ୍ରୀ ସମ୍ମାନ, ୧୯୯୯ ଗଣକବି ବୈଷ୍ଣବପାଣୀ ସମ୍ମାନ, ୨୦୦୩ରେ ନାଟ୍ୟ ଭୂଷଣ, ୨୦୧୬ରେ ତାଙ୍କୁ ସାହିତ୍ୟ ଭାରତୀ ସମ୍ମାନ ଆଦି ୩୦ରୁ ଅଧିକ ସମ୍ମାନରେ ସେ ସମ୍ମାନିତ ହୋଇଛନ୍ତି।

ରତ୍ନାକର ଚଇନିଙ୍କ ଜନ୍ମ ୨୫ ଜୁଲାଇ ୧୯୪୫ରେ କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ସରେଇ ଗ୍ରାମରେ ହୋଇଥିଲା। ନେମାଳ ହାଇସ୍କୁଲ୍‌ରୁ ଦଶମ ଶ୍ରେଣୀ ପାସ୍ କରିବା ପରେ ଖ୍ରୀଷ୍ଟ କଲେଜ୍‌ରୁ ଗ୍ରାଜୁଏସନ୍‌ ପାସ୍ କରିଥିଲେ। ପରେ ରେଭେନ୍ସାରେ କଲେଜ୍‌ରୁ ଓଡ଼ିଆରେ ଏମ୍ଏ ପାସ୍ କରି ୧୯୭୮ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି ଲାଭ କରିଥିଲେ। ଏହାପରେ ୧୯୭୯ରୁ ବିଭିନ୍ନ ସରକାରୀ କଲେଜରେ ଅଧ୍ୟାପନା କରିଥିଲେ। ଶେଷରେ ଶୈଳବାଳା ମହିଳା କଲେଜ୍‌ରୁ ବିଭାଗୀୟ ମୁଖ୍ୟ ଭାବେ ଅବସର ଗ୍ରହଣ କରିଥିଲେ। ଅଧ୍ୟାପକ ଭାବରେ ସେ ଥିଲେ ଜଣେ ଛାତ୍ରବତ୍ସଳ। ତାଙ୍କ ଅଧିନରେ ପ୍ରାୟ ୧୮ ଜଣ ଗବେଷକ ଓ ଗବେଷିକା ପିଏଡ୍‌ ଓ ଡି,ଲିଟ୍‌ ଉପାଧି ଲାଭ କରିଛନ୍ତି। ଏମିତିକି ରତ୍ନାକର ଚଇନିଙ୍କ କୃତି ଉପରେ ଗବେଷଣା କରି ୭ ଜଣ ଗବେଷକ ପିଏଚ୍‌ଡି ଲାଭ କରିଛନ୍ତି।

ତାଙ୍କ ଦ୍ୱାରା ରଚିତ କ୍ଷୁଦ୍ର ଗଳ୍ପଗୁଡ଼ିକ ହେଲା- ଗପ, ମୁଠାଏ ଶୂନ୍ୟତା, ଋତୁର ନାମ ପିପାସା, ନିଷିଦ୍ଧ ଶୃଙ୍ଗାର, ସ୍ନାୟୁ ସନ୍ନ୍ୟାସୀ ଓ ଅନ୍ୟମାନେ ଆଦି ଅନେକ। ସେହିଭଳି ତାଙ୍କ ଦ୍ୱାରା ରଚିତ କିଛି ନାଟକ ହେଲା- ଶେଷ ଅଶ୍ରୁ, ଅଥଚ ଚାଣକ୍ୟ, ଅସ୍ତରାଗର ଚନ୍ଦ୍ର, ମଞ୍ଚ ନାୟିକା, ପୁନଶ୍ଚ ପୃଥିବୀ, କଳିଙ୍କିତ ସୂର୍ଯ୍ୟ (୧୯୭୪ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ), ନାଗପେଣୀର ଋତୁ ଆଦି।

ଉପନ୍ୟାସ ହେଲା- ରାତ୍ରିର ରଜନୀ ଗନ୍ଧା, ଅବ୍ୟକ୍ତ ଗୋଧୂଳି, ଲୁହ ଲହରୀ, ବିଷ ବଳୟ ଓ ଫୁଲର ଫଗୁଣ ଆଦି ଉପନ୍ୟାସ ରଚନା କରିଛନ୍ତି ରତ୍ନାକର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos